ତିବ୍ବତରେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୪ା୭: ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଥିବା ନେଇ ଚାଇନାର ସରକାରୀ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଶୁକ୍ରବାର ଭିଡିଓ ଫୁଟେଜ୍‌ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌ ତିବ୍ବତୀୟମାନଙ୍କୁ ଅଭିବାଦନ ଜଣାଉଥିବା ଏଥିରେ ଦେଖିବାକୁ ମିଳିଛି। ସେ ନିଜ ବିମାନରୁ ରେଡ୍‌ କାର୍ପେଟକୁ ଓହ୍ଲାଇବା ପରେ ତାଙ୍କୁ ସ୍ଥାନୀୟ ଅଧିବାସୀ ପାରମ୍ପରିକ ପୋଷାକ ପରିଧାନ କରି ଭବ୍ୟ ସ୍ବାଗତ କରିଥିଲେ। ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଦକ୍ଷିଣ-ପୂର୍ବ ତିବ୍ବତକୁ ଜିନ୍‌ପିଙ୍ଗ୍‌ ଗସ୍ତ କରି ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ନ୍ୟୁଙ୍ଗ୍‌ଚି ମେନ୍‌ଲିଙ୍ଗ୍‌ ବିମାନବନ୍ଦରରେ ବୁଧବାର ପହଞ୍ଚତ୍ଥିଲେ। କିନ୍ତୁ ଏନେଇ ଗତ ଦୁଇଦିନ ମଧ୍ୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ଜିନ୍‌ପିଙ୍ଗ୍‌ ନ୍ୟୁଙ୍ଗ୍‌ଚିି ସିଟି ପ୍ଲାନିଂ ମ୍ୟୁଜିୟମ୍‌ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ ଗୁରୁବାର ନ୍ୟୁଙ୍ଗ୍‌ଚି ରେଲଓ୍ବେ ଷ୍ଟେଶନକୁ ଯାଇ ସିଚୁଆନ୍‌-ତିବ୍ବତ ରେଲଓ୍ବେ ଯୋଜନା ସମ୍ପର୍କରେ ବୁଝାଶୁଝା କରିବା ପରେ ଲହସାକୁ ଟ୍ରେନ୍‌ ଯାତ୍ରା କରିଥିଲେ। ୨୦୦୮ରୁ ତିବ୍ବତରେ ଚାଇନା ପକ୍ଷରୁ ବିପୁଳ ପୁଞ୍ଜିନିବେଶ କରାଯାଉଛି। ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ତିବ୍ବତକୁ ଏହା ଚାଇନାର କୌଣସି ଶୀର୍ଷ ନେତାଙ୍କ ପ୍ରଥମ ଗସ୍ତ। ଏହା ପୂର୍ବରୁ ଜିନ୍‌ପିଙ୍ଗ୍‌ ୧୯୯୮ରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଫୁଜିଆନ୍‌ ପ୍ରଦେଶ ମୁଖ୍ୟ ଭାବେ ଏବଂ ୨୦୧୧ରେ ଉପରାଷ୍ଟ୍ରପତି ଥିବାବେଳେ ତିବ୍ବତ ଗସ୍ତ କରିଥିଲେ। ୧୯୯୦ରେ ଜିଆଙ୍ଗ୍‌ ଜେମିନ୍‌ ରାଷ୍ଟ୍ରପତି ଥିବାବେଳେ ତିବ୍ବତ ଯାଇଥିଲେ।

 

ଭାରତ ପାଇଁ ଚିନ୍ତାର ବିଷୟ

ବିଶ୍ୱର ଛାତ ନାମରେ ପରିଚିତ ତିବ୍ବତ ଉପରେ ଚାଇନା ଆଧିପତ୍ୟ ବିସ୍ତାର ପାଇଁ ୧୯୫୦ରେ ହଜାର ହଜାର ସୈନ୍ୟଙ୍କୁ ପଠାଇଥିଲା। ଏହାର କିଛି ଅଂଶକୁ ସ୍ବୟଂଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ଅନ୍ୟ କିଛି କ୍ଷେତ୍ରକୁ ଚାଇନା ସହ ବିଲୟ କରାଯାଇଥିଲା। ୧୯୫୯ରେ ଚାଇନା ବିରୋଧରେ ହୋଇଥିବା ବିଫଳ ବିଦ୍ରୋହ ପରେ ଚତୁର୍ଦ୍ଦଶ ଦଲାଇ ଲାମାଙ୍କୁ ତିବ୍ବତ ଛାଡ଼ି ଭାରତର ଶରଣ ନେବାକୁ ପଡ଼ିଥିଲା। ତିବ୍ବତକୁ ଚାଇନାରେ ଏକ ସ୍ବୟଂଶାସିତ କ୍ଷେତ୍ର ରୂପେ ମାନ୍ୟତା ମିଳିଛି। ଚାଇନା ନିୟନ୍ତ୍ରଣରେ ଥିବା ଏହି ଅଞ୍ଚଳର ଅଧିକାଂଶ ଅଧିବାସୀ ନିଜ ନିର୍ବାସିତ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଥାଆନ୍ତି। ସେମାନଙ୍କ ଅନୁସାରେ ଦଲାଇ ଲାମା ଜଣେ ଜୀବିତ ଈଶ୍ୱର। କିନ୍ତୁ ବେଜିଂ ତାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ ଓ ଚାଇନା ପ୍ରତି ବିପଦ ବୋଲି ବିବେଚନା କରିଥାଏ।
ନେପାଳ ସହ ବାଣିଜି୍ୟକ ସମ୍ପର୍କ ମଜଭୁତ କରିବା ପାଇଁ ଲହସା-ନ୍ୟୁଙ୍ଗ୍‌ଚି ରେଳପଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଲହସାରୁ ନ୍ୟୁଙ୍ଗ୍‌ଚିକୁ ଗତିଶୀଳ ୧,୭୪୦ କି.ମି. ବିଶିଷ୍ଟ ଏହି ରେଲଓ୍ବେ ପ୍ରୋଜେକ୍ଟ ସିଚୁଆନ୍‌ ସହ ଲହସାକୁ ଯୋଡ଼ିବ। ଏହା ଉପରେ ୧୬୦ କି.ମି. ବେଗରେ ବୁଲେଟ ଟ୍ରେନ୍‌ ମଧ୍ୟ ଗଡ଼ୁଛି। ଭାରତ ସୀମା ସଂଲଗ୍ନ ଅଞ୍ଚଳରେ ଚାଇନା ପକ୍ଷରୁ ଯେଭଳି ଭାବେ ଭିତ୍ତିଭୂମି ବିକାଶ କରାଯାଉଛି ତାହା ନୂଆଦିଲ୍ଲୀ ପାଇଁ ଚିନ୍ତାର ବିଷୟ ପାଲଟିଛି। ତିବ୍ବତକୁ ନେଇ ଜିନ୍‌ପିଙ୍ଗ୍‌ଙ୍କ ଅଚାନକ ବଢ଼ିଥିବା ରୁଚି ଆହୁରି ଚିନ୍ତାର କାରଣ ପାଲଟିବ ବୋଲି କୁହାଯାଉଛି। ଏହା ଜରିଆରେ ଚାଇନା ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ତିବ୍ବତରେ ଚାଇନାକୁ ବୌଦ୍ଧ ଧର୍ମାବଲମ୍ବୀଙ୍କ ସାଂସ୍କୃତିକ ଓ ଧର୍ମୀୟ ସ୍ବାଧୀନତାର ଦମନକାରୀ ରୂପେ ବିବେଚନା କରାଯାଉଥିବାବେଳେ ଜିନ୍‌ପିଙ୍ଗ୍‌ ବୌଦ୍ଧମଠ ଦ୍ରେପୁଙ୍ଗ୍‌କୁ ଯାଇ ପ୍ରାଚୀନ କୀର୍ତ୍ତିରାଜି ସମ୍ପର୍କରେ ପଚାରି ବୁଝିଥିଲେ। ଲହସାରେ ଏକ ସଭାକୁ ସମ୍ବୋଧିତ ସେ କରି କହିଥିଲେ, ଆମେ କମ୍ୟୁନିଷ୍ଟ ପାର୍ଟିକୁ ଅନୁସରଣ କରୁଥିବା ପର୍ଯ୍ୟନ୍ତ ସାମ୍ୟବାଦ ପଥର ଅନୁଗାମୀ ହୋଇ ରହିବା। ଆମ ପାଇଁ ରାଷ୍ଟ୍ର ନିର୍ମାଣ ସହଜ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?