ଏଇ ଭାରତରେ

ରାଜସ୍ଥାନର ରାଜେଶ ଓଝା କୃଷି ଉତ୍ପାଦ ପ୍ରସ୍ତୁତ କରି ୧୨୦୦ ମହିଳାଙ୍କୁ ରୋଜଗାର ଦେବା କିଛି କମ୍‌ କଥା ନୁହେଁ। ଦ୍ୱାଦଶ ପାସ୍‌ କରି ରୋଜଗାର ପାଇଁ ମୁମ୍ବାଇ ଯାଇଥିଲେ ରାଜସ୍ଥାନର ରାଜେଶ । ସେଠାରେ ୧୬-୧୭ ବର୍ଷ କାମ କରିବା ପରେ ଉଚିତ ପାରିଶ୍ରମିକ ନ ପାଇ ପୁଣି ଗାଁକୁ ଫେରି ନିଜେ କୃଷିଜାତ ଉତ୍ପାଦର ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ସେ ଉଦୟପୁରର ଗୋଗୁନ୍ଦାଓ କୋଟରା ଅଞ୍ଚଳର ୧୨୦୦ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି। ରାଜେଶଙ୍କ ଘର ପାଲି ଜିଲା ବେଡା ଗାଁରେ। ସେ ଜୋବାକି ଆଗ୍ରୋଫୁଡ୍‌ ନାମକ ସୋସିଆଲ ଏଣ୍ଟରପ୍ରାଇଜ ଚଲାଇ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି। ପ୍ରତି ଗାଁରେ ଜୋବାକିର କେନ୍ଦ୍ର ଖୋଲିଛନ୍ତି ରାଜେଶ। ଏହାଦ୍ୱାରା ଆଦିବାସୀ ମହିଳାମାନେ ସେହି କେନ୍ଦ୍ରରେ ସେମାନଙ୍କ ଦ୍ୱାରା ସଂଗୃହୀତ କିମ୍ବା ଉତ୍ପାଦିତ ଫଳ ଆଣି ଦେଉଛନ୍ତି। ସେଠାରେ କେବଳ ସେମାନେ ଫଳ ଆଣି ଦେଉଛନ୍ତି ତାହା ନୁହେଁ, ତାହାକୁ ପ୍ରୋସେସିଂ କରୁଛନ୍ତି। ଜୋବାକି ଏହି ପ୍ରୋସେସିଂ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦେଇଛି। ମୁଖ୍ୟତଃ ଆତ ଓ ଜାମୁରୁ ଅଧିକ ଉତ୍ପାଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି। ସେ ଏହି ସୋସିଆଲ ଏଣ୍ଟରପ୍ରାଇଜ ଜରିଆରେ ଉତ୍ପାଦଗୁଡ଼ିକୁ ବିକ୍ରିକରି ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ପ୍ରଥମରୁ ଯେଉଁ ଆଦିବାସୀ ମହିଳାମାନେ ବହୁ କଷ୍ଟରେ ଦିନକୁ ମାତ୍ର ୧୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରୁ ନ ଥିଲେ ସେମାନେ ଏବେ ତାହାଠାରୁ ୩ ଗୁଣ ଅଧିକ ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri