ଏଇ ଭାରତରେ

ହିମାଚଳପ୍ରଦେଶର ୭୩ ବର୍ଷ ବୟସ୍କା ଲୁରମା ଦେବୀ ପ୍ରାଣୀପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି। ନିଜ ପାଇଁ କିଛି ଖାଇବାକୁ ପାଇଲେ କି ନାହିଁ, ଏଥିରେ ତାଙ୍କର କିଛି ଫରକ ପଡ଼େ ନାହିଁ, କିନ୍ତୁ ବୁଲାପ୍ରାଣୀଙ୍କ ପେଟ ଭରି ସେ ଖୁବ୍‌ ଆନନ୍ଦିତ ହୋଇଥାନ୍ତି। ଲୁରମା ପ୍ରାଣୀଙ୍କ ପାଇଁ ଘାସ ଏବଂ ପାଣିର ବ୍ୟବସ୍ଥା କରିଥାନ୍ତି। ଘାଟି ଉପରେ ଏକ କିଲୋମିଟର ଦୂରରୁ ପିଠିରେ ପାଣି ବୋହି ନେଇ ସେମାନଙ୍କୁ ପିଇବାକୁ ଦିଅନ୍ତି। ଲୁରମା ଦେବୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ପାଇ ନାହାନ୍ତି କିମ୍ବା ଏ ବିଷୟରେ ଅବଗତ ନୁହନ୍ତି। ସେ ଘସି ଓ ଖତରୁ ପାଉଥିବା ସ୍ବଳ୍ପ ଟଙ୍କାରେ ଚଳନ୍ତି ଓ ଏଥିରେ ପ୍ରାଣୀଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି। କେହି କିଛି ଖାଇବାକୁ ଦେଲେ ଲୁରମା ଖାଇଥାନ୍ତି। ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁର ଲୁରମା ଦେବୀଙ୍କ ନିଜ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ସ୍ବାମୀ ଚାଲିଯିବା ପରେ ସେ ବୁଲା ପ୍ରାଣୀମାନଙ୍କୁ ରଖିବା ଆରମ୍ଭ କଲେ। ପ୍ରଥମେ ୨୫ ଗାଈ, ଷଣ୍ଡ ଏବଂ ବାଛୁରିଙ୍କୁ ଲୁରମା ଏକ ଗୁମ୍ଫାରେ ରଖିଥିଲେ। ଜଙ୍ଗଲର ବନ୍ୟଜନ୍ତୁମାନେ ଲୁରମା ଦେବୀଙ୍କ ୧୪ଟି ପ୍ରାଣୀଙ୍କୁ ଶିକାର କରିଥିଲେ। ବର୍ତ୍ତମାନ ୧୧ଟି ପ୍ରାଣୀଙ୍କୁ ବଞ୍ଚାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ଲୁରମା ଦେବୀ କହନ୍ତି, ପିଲାଦିନରୁ ପଶୁମାନଙ୍କ ପ୍ରତି ତାଙ୍କର ଏକ ଭଲପାଇବା ଅଛି। ସେ ମଧ୍ୟ ବାକି ଜୀବନ ସେମାନଙ୍କୁ ପାଳନରେ ବିତାଇବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?