ଏଇ ଭାରତରେ

ମହାରାଷ୍ଟ୍ରରେ କୃଷିଋଣ ଯୋଗୁ କୃଷକ ଆମତ୍ହତ୍ୟା ସବୁଠୁ ବେଶି ହେଉଥିବାବେଳେ ୩୦ ଲକ୍ଷ ଟଙ୍କା ଋଣରେ ଥିବା ଜଣେ ମହିଳା ଅଙ୍ଗୁର ଚାଷ କରି ଏବେ ବର୍ଷକୁ ତା’ଠାରୁ ଅଧିକ ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ନାସିକ୍‌ ଜିଲା ନିପଡ ବ୍ଲକର ସଙ୍ଗୀତା ବୋରାସ୍ତେ। ୨୦୧୪ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ଚାଷ ଭାର ସମ୍ଭାଳି ଥିଲେ। ତାଙ୍କ ସ୍ବାମୀ ୩୦ ଲକ୍ଷ ଟଙ୍କା ଋଣ କରିଥିଲେ ଓ ତାହା ତାଙ୍କ ଉପରକୁ ହିଁ ଆସିଥିଲା। ତାଙ୍କ ସ୍ବାମୀ ପ୍ରଥମେ ବ୍ୟାଙ୍କରେ ଚାକିରି କରିଥିଲେ। କିନ୍ତୁ ଚାକିରି ଛାଡି ସେ ୧୦ ଏକର ଜମିରେ ଅଙ୍ଗୁର ଚାଷ ଆରମ୍ଭ କରିଥିତ୍ଲେ। ପରିସ୍ଥିତି ଏଭଳି ହେଲା ଯେ, ଚାଷରେ କ୍ଷତି ସହିଲେ ଓ ତାଙ୍କୁ ୨.୫ ଏକର ଜମି ବିକିବାକୁ ପଡିଲା। ଅଙ୍ଗୁର ପାଇଁ ଅନୁକୂଳ ଜଳବାୟୁ ଥିବା ନିପଡକୁ ୧୫ ବର୍ଷ ବୟସରେ ବାହା ହୋଇ ଆସିଥିବା ସଙ୍ଗୀତା ସ୍ବାମୀଙ୍କ ଦେହାନ୍ତ ପରେ ଅଙ୍ଗୁର ଚାଷରେ ଲାଗିପଡିଲେ। ଏଥିରେ ତାଙ୍କ ସାନ ପୁଅ ଓ ପୁତୁରା ସାହାଯ୍ୟ କଲେ। ପରିସ୍ଥିତି ଏମିତି ହୁଏ ଯେ, ଦିନେ ଦିନେ ସଙ୍ଗୀତା ଅଙ୍ଗୁର ବଗିଚାରେ ନିଆଁଜାଳି ରାତିସାରା ଜଗିରହନ୍ତି। ବହୁ କଷ୍ଟରେ ଚାଷକୁ ଆଗକୁ ବଢ଼ାଇ ଅଧିକ ଉପତ୍ାଦନ କରିବାରେ ଲାଗିଲେ ଓ ଏକ ଫାର୍ମ ମାଧ୍ୟମରେ ବିକ୍ରି କରିବା ଆରମ୍ଭ କଲେ। ପ୍ରଥମ ବର୍ଷ ପ୍ରଥମ ଉପତ୍ାଦନରୁ ସେ ୧୫ ଲକ୍ଷ ଟଙ୍କା ଲାଭ ପାଇଥିଲେ। ପରେ ତାଙ୍କ ଆୟ ବୃଦ୍ଧିପାଇବାରେ ଲାଗିଲା ଓ ବର୍ଷକୁ ଏବେ ପାଖାପାଖି ତ୍୪୦ଲକ୍ଷ ଟଙ୍କା ପାଉଛନ୍ତି। କୋଭିଡ୍‌ ମହାମାରୀରେ ବିକ୍ରି କମ୍‌ ହେବାରୁ ସେ ୩୫ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri