ଏଇ ଭାରତରେ

ରାସ୍ତାକଡ଼ ଢାବାରେ ବସି ପସନ୍ଦର ଖାଦ୍ୟ ଖାଇବା ମଜା ନିଆରା। କିନ୍ତୁ କୁକୁରଙ୍କ ପାଇଁ ଏମିତିକା ଢାବା କେବେ ଦେଖିଛନ୍ତି କି? ଯଦି ନା, ତେବେ ଇନ୍ଦୋର ଯାଆନ୍ତୁ; ସେଠାରେ ବଲରାଜ ଝଲା ଓ ତାଙ୍କ ସ୍ତ୍ରୀ ମିଶି ଖେଲିଥିବା ‘ଡଗି ଢାବା’ ଦେଖନ୍ତୁ। ସେଠାରେ କୁକୁରଙ୍କୁ ସେମାନଙ୍କ ପସନ୍ଦର ଖାଦ୍ୟ ପରଷାଯାଉଛି। କେବଳ ସେତିକି ନୁହେଁ, କୁକୁରମାନଙ୍କ ପାଇଁ ସେଠାରେ ରହିବା ବ୍ୟବସ୍ଥା ଅଛି। ରହିବା ସମୟରେ ସେମାନେ କିଭଳି ଖେଳିବେ ଓ ଲୋକଙ୍କ ସହ ମିଶିବେ ତାହାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଡଗି ଢାବାରେ ଉଭୟ ଶାକାହାର ଓ ଆମିଷ ଖାଦ୍ୟ ତିଆରି ହେଉଛି। ଗୋଟିଏ ମିଲ୍‌ର ଦାମ୍‌ ୭ ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କା ଯାଏ ରଖାଯାଇଛି। କୁକୁରଙ୍କ ପାଇଁ ଖାଦ୍ୟ ପାର୍ସଲ ମଧ୍ୟ ଦିଆଯାଉଛି। ବଲରାଜ ଅନ୍‌ଲାଇନ ବିଜ୍‌ନେସ୍‌ ଆରମ୍ଭ କରି ଡେଲିଭରି ବୟଙ୍କ ଦ୍ୱାରା ଘରେ ଖାଦ୍ୟ ପହଞ୍ଚାଉଛନ୍ତି। ଆଶ୍ଚର୍ଯ୍ୟର କଥା, ସେଠାରେ କୁକୁରଙ୍କ ଜନ୍ମଦିନ ବି ପାଳନ କରାଯାଉଛି। ଏଭଳି ଢାବା ଖୋଲିବା ପୂର୍ବରୁ ବଲରାଜ ଲକ୍‌ଡାଉନ ବେଳେ କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ । ପରେ ସେ ଏକ ହୋଟେଲରେ କାମ କରୁଥିଲେ ଓ ଘରକୁ ଫେରିବାବେଳେ ରାତିରେ କୁକୁରଙ୍କୁ ଖାଇବାକୁ ଦେଉଥିଲେ। କୁକୁରମାନେ କିଭଳି ଭଲ ଖାଦ୍ୟ ପାଇବେ ସେ ବିଷୟରେ ଚିନ୍ତାକରି ଏହି ଢାବା ଖୋଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri