Posted inଖେଳ

ମୁନୀ ଜାଏଣ୍ଟ୍ସ ଅଧିନାୟିକା

ମୁମ୍ବାଇ, ୨୮।୨: ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଥିବା ଓମେନ୍ସ ପ୍ରିମିୟର ଲିଗ୍‌ ପାଇଁ ଗୁଜରାଟ ଜାଏଣ୍ଟ୍ସ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିକଟ ଅତୀତରେ ସ୍ଥିର ପ୍ରଦର୍ଶନ ଦେଇ ଆସିଥିବା ଅଷ୍ଟ୍ରେଲିଆର ବେଥ୍‌ ମୁନୀଙ୍କୁ ଦଳର ଅଧିନାୟିକା ଘୋଷଣା କରାଯାଇଛି। ଭାରତୀୟ ଅଫ୍‌ ସ୍ପିନର ତଥା ଅଲ୍‌ରାଉଣ୍ଡର ସ୍ନେହ ରାଣା ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି। ମହିଳା କ୍ରିକେଟରେ ମୁନୀ ଜଣେ ପ୍ରଭାବୀ ଉଇକେଟ ବ୍ୟାଟରଭାବେ ବେଶ୍‌ ପରିଚିତ। ତାଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ୨୦୧୮, ୨୦୨୦ ଓ ୨୦୨୩ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଏବଂ ୨୦୨୨ ମହିଳା ଦିନିକିଆ ବିଶ୍ୱକପ୍‌ ବିଜୟୀ ହୋଇଛି। ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜୟୀ ଅଷ୍ଟ୍ରେଲିଆ ଦଳର ମଧ୍ୟ ସେ ସଦସ୍ୟା ଥିଲେ। ଏହା ବ୍ୟତୀତ ସେ ୩ ଥର ମହିଳା ବିଗ୍‌ ବାଶ୍‌ ଲିଗ୍‌ ଟାଇଟଲ ମଧ୍ୟ ଜିତିଛନ୍ତି। ଟି୨୦ରେ ଏକାଧିକ (୨ଟି) ଶତକ ସହ ୧୭ ଅର୍ଦ୍ଧଶତକ ହାସଲ କରିଥିବା ଅଳ୍ପ କେତେଜଣ ମହିଳା ବ୍ୟାଟରଙ୍କ ମଧ୍ୟରୁ ସେ ଅନ୍ୟତମ। ଅଷ୍ଟ୍ରେଲିଆ ଦଳର ନିର୍ଭରଯୋଗ୍ୟ ଖେଳାଳି ଭାବେ ସେ ୮୩ରୁ ଊର୍ଦ୍ଧ୍ୱ ଗେମ୍‌ ଖେଳି ୨,୩୫୦ ରନ୍‌ ସ୍କୋର କରିଛନ୍ତି। ୨୦୨୩ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଫାଇନାଲରେ ସେ ୭୪ ରନ୍‌ରେ ଅପରାଜିତ ରହିଥିଲେ ଏବଂ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ”ଐତିହାସିକ ମହିଳା ପ୍ରିମିୟର ଲିଗ୍‌ରେ ମୋତେ ଗୁଜରାଟ ଜାଏଣ୍ଟ୍ସ ଦଳର ଅଧିନାୟିକା କରାଯାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ପ୍ରଥମ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଟ୍ରଫି ଜିତିବା ଆମର ମୁଖ୍ୟ ଲକ୍ଷ୍ୟ ହେବ“ ବୋଲି ମୁନୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ଉପ-ଅଧିନାୟିକା ସ୍ନେହ ରାଣା ବର୍ତ୍ତମାନ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ଦୃଢ଼ ମନୋବଳ ପାଇଁ ବିଶେଷ ଜଣାଶୁଣା ଏହି ଅଫ୍‌ ସ୍ପିନର ଆବଶ୍ୟକ ସମୟରେ ଦଳକୁ ଉଇକେଟ ଦେବାର ଦକ୍ଷତା ରଖିଛନ୍ତି। ଟାଇଟ୍‌ ବୋଲିଂ କରି ପ୍ରତିପକ୍ଷ ବ୍ୟାଟରଙ୍କୁ ମଧ୍ୟ ସେ ନିରାଶ କରିଥାନ୍ତି। ଡେରାଡୁନ୍‌ରେ ଜନ୍ମିତ ସ୍ନେହ ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜରେ ଭେଲୋସିଟି ପକ୍ଷରୁ ଖେଳିଛନ୍ତି। ଟି୨୦ରେ ସେ ୨୫ଟି ମ୍ୟାଚ୍‌ ଖେଳି ୬.୨୧ ଇକୋନୋମିରେ ୨୪ଟି ଉଇକେଟ ହାସଲ କରିଛନ୍ତି। ଆଗାମୀ ଲିଗ୍‌ରେ ଗୁଜରାଟ ଜାଏଣ୍ଟ୍ସ ଏହାର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୪ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri