ଏଇ ଭାରତରେ

ନିଜ ଭବିଷ୍ୟତ କଥା ଚିନ୍ତା ନ କରି ପିଲାଙ୍କ ଶିକ୍ଷା ଲାଗି ସବୁ କିଛି ଦାନ କରିଦେଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ହୁଚ୍ଚାମ୍ମା ଚୌଦ୍ରି। କର୍ନାଟକ ହାଭେରି ଜିଲା କୁନିକେରି ଗାଁରେ ରହନ୍ତି ହୁଚ୍ଚାମ୍ମା। ସେ ଓ ତାଙ୍କ ସ୍ବାମୀ ବାଶାପ୍ପାଙ୍କ ସହ ଚାଷକରି ଜୀବିକା ନିର୍ବାହ କରୁଥିଲେ। ସେମାନଙ୍କର ସନ୍ତାନ ନ ଥିଲା। ବାଶାପ୍ପାଙ୍କ ଦେହାନ୍ତ ପରେ ସେ ତାଙ୍କ ଗାଁରେ ସ୍କୁଲ ପାଇଁ ୨ ଏକର ଜମି ଦାନ କରିଦେଇଛନ୍ତି। ପ୍ରଥମେ ସ୍କୁଲ ବିଲ୍‌ଡିଂ ପାଇଁ ୧ଏକର ଦାନ ଦେଇଥିଲେ। ପରେ ସ୍କୁଲ ନିମନ୍ତେ ଖେଳପଡ଼ିଆ ଦରକାର ପଡ଼ିବାରୁ ହୁଚ୍ଚାମ୍ମା ଅବଶିଷ୍ଟ ୧ ଏକର ଦାନ କରିଦେଇଥିଲେ। ଏହି ଜମିର ଏବକାର ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ । ସବୁଠୁ ବଡ଼ କଥା ହେଉଛି ହୁଚ୍ଚାମ୍ମା ଏବେ ସେହି ସ୍କୁଲରେ ମଧ୍ୟାହ୍ନଭୋଜନ ମୁଖ୍ୟ ରୋଷେୟା ଭାବେ କାମ କରୁଛନ୍ତି। ଏବେ ତାଙ୍କୁ ୭୫ ବର୍ଷ ବୟସ। ପରିଣତ ବୟସରେ ଏକାକୀ ରହୁଥିଲେ ବି ସେ ସ୍କୁଲ ପିଲାମାନଙ୍କୁ ନିଜ ପିଲା ଭାବେ ଦେଖୁଛନ୍ତି। ସ୍କୁଲର ପ୍ରାୟ ୩୦୦ ପିଲାଙ୍କୁ ପ୍ରତିଦିନ ଖାଇବାକୁ ଦେଇ ସେ ବେଶ୍‌ ଖୁସି ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri