ଏଇ ଭାରତରେ

ଦିନକୁ ଦିନ ଦୁଇଚକିଆ ଯାନର ବିଭିନ୍ନ ମଡେଲ ବଜାରକୁ ଆସୁଛି। ଇ-ବାଇକ୍‌ ହେଉ କିମ୍ବା ପେଟ୍ରୋଲଚାଳିତ, ପ୍ରତ୍ୟେକ ମଡେଲର ଆଦର ମଧ୍ୟ ବଢ଼ିବାରେ ଲାଗିଛି। ଯେତେ ନୂଆ, ସେତେ ପସନ୍ଦ, ହେଲେ ପୁରୁଣା ଗାଡ଼ି ସାଇତି ରଖିବା ଲୋକ ବହୁତ କମ୍‌। ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ର ପୁଣେର ବିନିତ୍‌ କେଞ୍ଜାଲେ ଅନ୍ୟତମ। ସେ ପଞ୍ଚଗାନି-ମହାବଳେଶ୍ୱର ରାସ୍ତା କଡ଼ ଗାଁ ମେଟରୁଆଡ୍‌ରେ ଏକ ମ୍ୟୁଜିୟମ୍‌ ଖୋଲି ୫୦୦ରୁ ଊର୍ଦ୍ଧ୍ୱ ପୁରୁଣା ଗାଡ଼ି ରଖିଛନ୍ତି। ଏହା ଭାରତର ପ୍ରଥମ ପୁରୁଣା ଦୁଇଚକିଆ ଯାନ ମ୍ୟୁଜିୟମ୍‌। ଏଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ଗିର୍‌ନାର ସ୍କୁଟରଠାରୁ ଆରମ୍ଭ କରି ‘ବବି’ ବାଇକ୍‌ ଓ ୮୦ ଦଶକର ଦୁଇଚକିଆ ଯାନ ଆଦି ସ୍ଥାନ ପାଇଛି। ଏହା ବ୍ୟତୀତ ଜଓ୍ବାର ପ୍ରଥମ ମୋଫେଡ୍‌, ବ୍ରିଟିଶ୍‌ ସୈନ୍ୟ ବ୍ୟବହାର କରୁଥିବା ରୟାଲ ଏନ୍‌ଫିଲ୍ଡର ଫାଣ୍ଟାବୁଲୋସ, ଲାମ୍ବ୍ରେଟା-୫୯, ରାମୋନା-୧୯୬୦ ଆଦି ବାଇକ୍‌ ଆକର୍ଷଣର କେନ୍ଦ୍ର ପାଲଟିଛି। ବିନିତ୍‌ ୨୦୨୧ରେ ଏହି ମ୍ୟୁଜିୟମ୍‌ ଆରମ୍ଭ କରିଥିଲେ। ମାତ୍ର ଦୁଇ ବର୍ଷ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ ପୁରୁଣା ବାଇକ୍‌ ଯୋଗାଡ଼ କରିବାରେ ସକ୍ଷମ ହେବା ତାଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି କହନ୍ତି ୫୬ ବର୍ଷୀୟ ବିନିତ୍‌। ଏହି ମ୍ୟୁଜିୟମ୍‌କୁ ବହୁ ପର୍ଯ୍ୟଟକ ଆସୁଛନ୍ତି ଓ ସେମାନେ ପୁରୁଣା ଗାଡ଼ିକୁ ଦେଖି ପୁରୁଣା ଦିନର ସ୍ମୃତିକୁ ଉଜାଗର କରୁଛନ୍ତି। ମ୍ୟୁଜିୟମ ବୁଲି ଦେଖିବା ଲାଗି ପ୍ରବେଶ ଦେୟ ୧୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri