ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ

କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, କୋରୁକୋଣ୍ଡା ନିକଟ ଏମ୍‌ଭି-୩୧ ଗ୍ରାମର ସହଦେବ ବିଶ୍ୱାସ ବହୁଦିନ ଧରି କୋରୁକୋଣ୍ଡା ଏକ ସାଇକେଲ ମରାମତି ଦୋକାନ କରି ପରିବାର ପ୍ରତି ପୋଷଣ କରୁଛନ୍ତି। ସୋମବାର ସାପ୍ତାହିକ ହାଟ ଥିବାରୁ ସାଇକେଲ ମରାମତି ପାଇ ଗ୍ରାହାକମାନେ ଭିଡ଼ ଥିବାବେଳେ ହଠାତ୍‌ ଘର ଭିତରୁ ଧୁଆଁ ବାହାରିଥିଲା। ଏହା ଦେଖି ସହଦେବ ଘର ଭିତରକୁ ଯାଇ ଦେଖିଲେ କି ଭିତର ଘରେ ନିଆଁ ଲାଗିଯାଇଛି। କିଛି ଉପାୟ ନ ପାଇ ସହଦେବ ବାହାରକୁ ଆସି ପାଟି କରିବାରୁ ସ୍ଥାନୀୟ ଲୋକେ କୋରୁକୋଣ୍ଡା ଦମକଳ କେନ୍ଦ୍ରକୁ ଯୋଗାଯୋଗ କରିଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଘର ଭିତରେ ବିଦ୍ୟୁତ୍‌ ସଂଯୋଗ ହୋଇଥିବା କାରଣରୁ ଘର ଭିତରକୁ କେହି ଯିବାକୁ ସାହସ କରିନଥିଲେ। ପରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାପରେ ଦମକଳବାହିନୀ ଘର ଭିତରକୁ ଯାଇ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଶଟ୍‌ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରୁ ରାୟପୁର ଦେଇ ଦିଲ୍ଲୀକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ଅଫିସ,୨୪ା୭: ଏଲାୟନ୍ସ ଏୟାର ତରଫରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନବନ୍ଦରରୁ ଭାୟା ରାୟପୁର ଦେଇ ଦିଲ୍ଲୀକୁ ରବିବାର ପରୀକ୍ଷାମୂଳକ ଭାବେ ୨ ବିମାନ ଚଳାଚଳ ଆରମ୍ଭ...

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି।...

ପରିବାର ମଙ୍ଗଳ ଯୋଜନା ଦିଗହରା

ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲାରେ ପରିବାର ମଙ୍ଗଳ ଯୋଜନା ଦିଗହରା ହୋଇପଡ଼ିଛି। ମୃତ୍ୟୁର ୪ବର୍ଷ ପରେ ବି ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରା...

ବଲାଙ୍ଗୀର ଲିଖିରିଆ ଗାଁକୁ ସିଲ୍‌ କରିବା ପ୍ରକ୍ରିୟା ଆରମ୍ଭ, ଗାଁ ଲୋକଙ୍କ ସ୍ବାବ୍‌ ସଂଗ୍ରହ ପାଇଁ ପହଞ୍ଚତ୍ଲା ଟିମ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା ୧।୫ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗାଁର ଦୁଇଜଣ ଯୁବକ ଶୁକ୍ରବାର କରୋନା ପଜିଟିଭ ଚିହ୍ନଟ ହେବା...

ଗ୍ୟାସ ସିଲିଣ୍ଡର ଫାଟି ୨ ଗୁରୁତର

ବ୍ରହ୍ମପୁର ଅଫିସ, ୨୨।୭: ବ୍ରହ୍ମପୁର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଜଣ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି...

ତାରାତାରିଣୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର ଅଫିସ,୧୦।୭: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତରେ ଯାଇଛନ୍ତି । ସେଠାରେ ସେ ଅଧିଷ୍ଠାତ୍ରୀ ଦେବୀ...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା...

ସରକାରୀ ମଦ ଦୋକାନ ବିରୋଧରେ ଜିଲାପାଳଙ୍କୁ ଭେଟିଲେ ମହିଳା

ଭଦ୍ରକ ଅଫିସ, ୨୪ା୧୨- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖଦାଳପୋଖରୀ ଓ ତୋଟାପଡ଼ା ପଞ୍ଚାୟତର ଏକ ସରକାରୀ ମଦ ଦୋକାନ ଖୋଲାଯାଉଥିବା ଜାଣି ସ୍ବୟଂ...

Advertisement
Archives

Model This Week