ଏଇ ଭାରତରେ

ବେଙ୍ଗାଲୁରୁର କଲେଜ ଛାତ୍ରୀ ସିୟା ଗୋଡ଼ିକା ପୁରୁଣା ଚପଲକୁୁ ନୂଆ ରୂପ ଦେଇ (ଅପ୍‌ସାଇକ୍ଲିଂ) ସେଗୁଡ଼ିକୁ ଗରିବଙ୍କୁ ମାଗଣାରେ ଦେଉଛନ୍ତି। ‘ସୋଲ୍‌ ଓ୍ବାରିୟର’ ଏନ୍‌ଜିଓ ଗଠନ କରି ସେ ଏହି କାର୍ଯ୍ୟ କରୁଛନ୍ତି। ଏଥିରେ ଅନେକେ ସ୍ବେଚ୍ଛାକୃତ ଭାବେ ସାମିଲ ହୋଇ ସିୟାଙ୍କୁ ସହଯୋଗ କରୁଛନ୍ତି। ଏବେସୁଦ୍ଧା ସେମାନେ ୧୫,୦୦୦ ହଳ ଚପଳ ସଂଗ୍ରହ କରି ଅପସାଇକ୍ଲିଂ ସାରିଲେଣି। ସିୟା ରହନ୍ତି ବେଙ୍ଗାଲୁରୁର କୋରାମଙ୍ଗଳାରେ। ସେଠାରେ ଗରିବ ପିଲାମାନେ ଖାଲିପାଦରେ ଦୌଡ଼ିବା ଓ ଖେଳିବା ଦୃଶ୍ୟ ଦେଖିବା ପରେ ସେମାନଙ୍କୁ ଚପଲ ବା ଜୋତା ଯୋଗାଇ ଦେବାକୁ ସ୍ଥିର କରିଥିଲେ ଓ ପରେ ‘ସୋଲ୍‌ ଓ୍ବାରିୟର’ ଗଠନ କରିଥିଲେ। ତାଙ୍କର ଏହି ଅଭିଯାନର ସ୍ଲୋଗାନ ରଖିଛନ୍ତି ‘ଡୋନେଟ ଏ ସୋଲ୍‌, ସେଭ୍‌ ଏ ସାଉଲ’ ଅର୍ଥାତ୍‌ ଗୋଟିଏ ଚପଲ ଦାନ କରି ଗୋଟିଏ ଜୀବନ ରକ୍ଷା କର। ସେ ପ୍ରଥମେ ଏକ ହ୍ବାଟ୍ସଆପ ଗ୍ରୁପରେ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ମାସକ ମଧ୍ୟରେ ୫୦୦ ହଳ ଚପଲ ଯୋଗାଡ଼ କରିପାରିଥିଲେ। ଏହା ପ୍ରଚାର ହେବା ପରେ ବହୁ ବ୍ୟକ୍ତି ଚପଲ ଦାନ କରୁଛନ୍ତି । ବେଙ୍ଗାଲୁରୁରେ ଏହା ସଫଳ ହେବା ପରେ ସିୟା ଏବେ ମୁମ୍ବାଇ ଓ ଚେନ୍ନାଇରେ ତାଙ୍କ ମିଶନକୁ ସମ୍ପ୍ରସାରିତ କରିଛନ୍ତି। ଏଭଳି ନିଆରା କାର୍ଯ୍ୟ ଲାଗି ତାଙ୍କୁ ଡାଏନା ଆଓ୍ବାର୍ଡ ପ୍ରଦାନ କରାଯାଇଛ ଓ ଏହା ପାଇବା ପରେ ସିୟା ତାଙ୍କ ଏନ୍‌ଜିଓ କାର୍ଯ୍ୟକୁ ଆମେରିକା ଓ ପଶ୍ଚିମ ଆଫ୍ରିକାକୁ ନେବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?