ଏଇ ଭାରତରେ

ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ ଏସ୍‌.ଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ କରି ତାହାକୁ ଘରର ସବୁ କାମରେ ଉପଯୋଗ କରୁଛନ୍ତି। ତାଙ୍କ ବୟସ ଏବେ ୬୬। ସେ ବ୍ୟାଙ୍କରେ ଚାକିରି କରି ଅବସର ନେଇଛନ୍ତି। ତାଙ୍କ ଘର ପାଖରେ ମାଟି ତଳେ ଏକ ପାଣି ଟାଙ୍କି କରି ସେଥିରେ ୪୦,୦୦୦ ଲିଟର ବର୍ଷାଜଳ ସଞ୍ଚୟ କରି ରଖୁଛନ୍ତି। ପରେ ତାହାକୁ ଫିଲଟର କରି ପିଇବା ସହ ଅନ୍ୟ ସମସ୍ତ କାର୍ଯ୍ୟରେ ଲଗାଉଛନ୍ତି। ବର୍ଷାଜଳ ସଂରକ୍ଷଣ ସହ ଏହାର ଫିଲଟର ସିଷ୍ଟମ ବା ପଦ୍ଧତି ସମ୍ପର୍କରେ ଇଣ୍ଟରନେଟରୁ ଶିଖି ତାହାକୁ ଉପଯୋଗ କରିଛନ୍ତି। ପାରମ୍ପରିକ ପଦ୍ଧତିରେ ପାଣି ଫିଲ୍‌ଟର କରୁଛନ୍ତି। ସୂତା ଓ ନାଇଲନ କପଡ଼ାରେ ଫିଲ୍‌ଟର ପ୍ରସ୍ତୁତ କରିଛନ୍ତି ସମ୍ପଥ। ଫିଲ୍‌ଟର ପଦ୍ଧତିରେ ସେ ୨୦ ଲିଟର ରଙ୍ଗ ବାଲଟିସବୁ ବ୍ୟବହାର କରିଛନ୍ତି। ଏହାକୁ ପିଭିସି ପାଇପ୍‌ ଦ୍ୱାରା ସଂଯୋଗ କରି ତ୍ରିସ୍ତରୀୟ ଫିଲଟର ସିଷ୍ଟମ କରିଛନ୍ତି। ବର୍ଷା ସମୟରେ ସେ ୧୫ ମିନିଟ ଛାତ ପାଣିକୁ ସକ୍‌ପିଟକୁ ଛାଡିଦିଅନ୍ତି। ଏହାପରେ ପାଣିକୁ ଫିଲଟର ସିଷ୍ଟମକୁ ଛାଡିଥାନ୍ତି। ପୂରା ସିଷ୍ଟମ ଲାଗି ସେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ସମ୍ପଥଙ୍କର ଏହି ଫିଲଟର ସିଷ୍ଟମକୁ ଅନ୍ୟମାନେ ଘରେ ଲଗାଇବା ସହ ପାଣି ବାବଦରେ ଖର୍ଚ୍ଚକାଟ କରିବାରେ ସକ୍ଷମ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ ଦିଲ୍ଲୀରେ କିଏ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୧୪ ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ଫେବୃୟାରୀରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ...

ଏଇ ଭାରତରେ

ସାରା ଦେଶରେ ଦାରିଦ୍ର୍ୟର ଛବି ଗାଁଗୁଡ଼ିକରେ ଦେଖିବାକୁ ମିଳୁଥିବାବେଳେ ତା’ ଭିତରେ ବି ଏକ ଭଲ ଖବର ସାମ୍ନାକୁ ଆସିଛି। ଅହମ୍ମଦ ନଗର ଜିଲା ହିଓ୍ବାର...

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରି ରାଜସ୍ଥାନର ଏକ ଗାଁ ପଡିିଆ ଜମିରେ ଘଞ୍ଚଜଙ୍ଗଲ ସୃଷ୍ଟି କରିପାରିଛି। ଉଦୟପୁରଠାରୁ ୭୫କି.ମି. ଦୂର କାରେକ୍‌ ହେଉଛି ପଶ୍ଚିମ...

ପ୍ରାଣୀ ହିଂସାର ନିଚ୍ଛକ ଛବି

ମାନେକା ଗାନ୍ଧୀ ଇୟାନ କ୍ରଫ୍ଟନ୍‌ଙ୍କ ‘ଏ କ୍ୟୁରିୟସ୍‌ ହିଷ୍ଟ୍ରି ଅଫ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରିଙ୍କ୍‌’ ବହି ମୁଁ ପଢୁଛି। ଏହାକୁ ଯେତେ ଅଧିକ ପଢୁଛି ମୋ...

ପଞ୍ଚ ଶକ୍ତିର ଆଧାର: ଇଦ୍‌

ଡ. ସତ୍ୟନାରାୟଣ ମିଶ୍ର ମୁସଲମାନ ଧର୍ମର ବ୍ୟକ୍ତିମାନେ ପଞ୍ଚ ଶକ୍ତିର ଆଧାରରେ ସମର୍ପିତ ହୋଇଥାନ୍ତି; ଯାହା ଇସ୍‌ଲାମ ଓ ମହମ୍ମଦଙ୍କ ଦ୍ୱାରା ଶୃଙ୍ଖଳାର ପରିଧି ମଧ୍ୟରେ...

ଇଏ କ’ଣ ସତରେ ଗପ

ସୁଧାକର ଦାସ ଏବେ ଦିନେ ସକାଳୁ ଇଚ୍ଛା ହେଲା, ଘରେ ଚା’ ନ ପିଇ ଛକ ଦୋକାନରେ ଚା’ ପିଇବାକୁ। ଏମିତିରେ ଶୀତୁଆ ସକାଳର କଅଁଳ...

କୃଷି ଆଇନରେ ଜଟିଳତା

ଗୋକୁଳ ପଟ୍ଟନାୟକ କୃଷକମାନଙ୍କ ଆନ୍ଦୋଳନକୁ କେନ୍ଦ୍ରକରି କିଛି ସପ୍ତାହ ହେବ ଦେଶ ଏକ ସଙ୍କଟଜନକ ସ୍ଥିତିରେ ରହିଛି। ଲକ୍ଷ ଲକ୍ଷ କୃଷକ ରାସ୍ତା ଉପରେ ରହିଛନ୍ତି...

ଅନାବଶ୍ୟକ ଉତ୍କଣ୍ଠା

କୋଭିଡ୍‌-୧୯ ସଂକ୍ରମଣ ରହିଥିଲେ ମଧ୍ୟ ସେଥିପ୍ରତି ବିଶ୍ୱବାସୀ ପୂର୍ବଭଳି ଆତଙ୍କିତ ହେଉ ନ ଥିବା ପରିଲକ୍ଷିତ ହେଉଛି। ଭାରତ ଭଳି ଦେଶରେ ଗ୍ରାମାଞ୍ଚଳରୁ ଆରମ୍ଭ କରି...

Advertisement
Archives

Model This Week