ଏଇ ଭାରତରେ

ତାମିଲନାଡୁ ତ୍ରିଚି ସହରର ଏକ ମିଠା ଦୋକାନ ବ୍ୟବସାୟ କରିବା ସହ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ଏହି ଦୋକାନ ୧୦୫ ବର୍ଷର। ତିନିପିଢ଼ି ହେବ ଏଠାରେ ମିିଠେଇ ବିକ୍ରି ହୋଇ ଆସୁୁଛି। ଏବକାର ପିଢ଼ି କାନନ ଏବଂ ରବିଚନ୍ଦ୍ରନ ଦୋକାନ ସମ୍ଭାଳୁଛନ୍ତି। ବଡ଼କଥା ହେଉଛି ଏହି ଦୋକାନରେ ମିଠେଇକୁ ବାଉଁଶ ପାଛିଆରେ ପ୍ୟାକ୍‌ କରି ଗ୍ରାହକମାନଙ୍କୁ ଦିଆଯାଉଛି। ମିଠେଇ ଦୋକାନର ନାମ ରଖାଯାଇଛି ‘ୟାନାଇ କୋଡାଇ ମିଠାଇ କଡାଇ’। ତାମିଲ ଭାଷାରେ ୟାନାଇ ଅର୍ଥ ହାତୀ।
ହାତୀ ବଡ଼ ଜୀବ ହୋଇଥିବାରୁ ଏଠାରେ ବି ବଡ ବଡ ମିଠାଇ ତିଆରି କରାଯାଉଛି। କୋଡାଇ ମିଠାଇ କଡାଇ ଅର୍ଥ ‘ବାସ୍କେଟ ସୁଇଟ୍‌ ସପ’୍‌ । ବାଉଁଶ ପାଛିଆ ସେମାନେ ସ୍ଥାନୀୟ କାରିଗରଙ୍କ ପାଖରେ ତିଆରି କରି ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ସେମାନଙ୍କୁ ଦୈନିକ ରୋଜଗାର ଯୋଗାଇ ଦେଇଛନ୍ତିି। ପାଖାପାଖି ୧୦ଟି ପରିବାର ମାସକୁ ଆବଶ୍ୟକ ହଜାର ହଜାର ପାଛିଆ ତିଆରି କରି ଯୋଗାଉଛନ୍ତି । ଦୋକାନରେ ମିଠେଇକୁ ପ୍ରଥମେ କାଗଜରେ ରଖି ପରେ ତାହାକୁ ବାଉଁଶ ପାଛିଆରେ ପ୍ୟାକ୍‌ କରାଯାଉଛି। ୧୦୫ ବର୍ଷର ପୁରୁଣା ଏହି ଦୋକାନରେ କାନନଙ୍କ ପୂର୍ବ ପିଢି କାଗଜ ବଦଳରେ କଦଳୀ ପତ୍ର ଉପଯୋଗ କରୁଥିଲେ। କିନ୍ତୁ ତାହା ଏବେ ସୁବିଧାରେ ମିଳୁ ନ ଥିବାରୁ ସେମାନେ କାଗଜ ବ୍ୟବହାର କରୁଛନ୍ତି। ବାଉଁଶ ପାଛିଆ ପାଇଁ ସେମାନେ ଗ୍ରାହକଙ୍କ ଠାରୁ କୌଣସି ଦେୟ ନେଉନାହାନ୍ତି। ତ୍ରିଚିକୁ ଯେଉଁମାନେ ବୁଲି ଯାଆନ୍ତି ସେମାନେ ଏହି ଦୋକାନରୁ ମିଠାଇ ଆଣିବାକୁ ଭୁଲୁନ୍ତିନି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri