ଏଇ ଭାରତରେ

୧୯୮୪ରେ ଆସାମର ଗୋପୀନାଥ ଶର୍ମା ଆରମ୍ଭ କରିଥିବା ଛୋଟ ନର୍ସରିଟି ଏବେ ସାରା ଦେଶରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଗୋପୀନାଥ ଗୁଆହାଟୀରୁ ୩୦ କି.ମି. ଦୂର ଧୁପଗୁରୀର ଏକ ସ୍କୁଲରେ ପ୍ରିନ୍ସିପାଲ ଥିବାବେଳେ ଗଛ ଲଗାଇବା ସହ ନର୍ସରି ଖୋଲି ଲୋକମାନଙ୍କୁ ଗଛ ଦେଉଥିଲେ। ୩୮ ବର୍ଷ ପୂର୍ବେ ଗୋପୀନାଥ ଆରମ୍ଭ କରିଥିବା ନର୍ସରି ଏବେ ପ୍ରସିଦ୍ଧ ଡାଫୋଡିଲ ନର୍ସରି ଭାବେ ପରିଚିତ। ଗୋପୀନାଥଙ୍କ ପୁଅ ଧ୍ରୁବଜ୍ୟୋତି ଗୁଆହାଟୀ ଡିମୋରିଆ କଲେଜରେ ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ରହି ଉକ୍ତ ନର୍ସରିର ଦାୟିତ୍ୱ ମଧ୍ୟ ବୁଝୁଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ରେଖା ସହଯୋଗ କରୁଛନ୍ତି। ଏହି ନର୍ସରି ଉତ୍ତରପୂର୍ବାଞ୍ଚଳରେ ସବୁଠୁ ବଡ଼। ଏଥିରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ରହିଛି। ବେକଳ ଏତିକି ନୁହେଁ ଧ୍ରୁବଜ୍ୟୋତି ମଧ୍ୟ ଡାଫୋଡିଲ କଲେଜ ଅଫ୍‌ ନର୍ସରି ଖୋଲିଛନ୍ତି। ଏହା ସହ ଭାରତ ସରକାରଙ୍କ କିଛି ପ୍ରୋଜେକ୍ଟ ଯୋଡ଼ି ହୋଇଛି। ଉକ୍ତ ନର୍ସରିରେ ୭୦୦ରୁ ଅଧିକ ମଦର ପ୍ଲାଣ୍ଟ ରହିଛି। ଏହା ବ୍ୟତୀତ ୪୦୦୦ରୁ ଊର୍ଦ୍ଧ୍ୱ କିସମର ଫୁଲ, ଫଳ, ଔଷଧୀୟ ଏବଂ ଶୋଭାବର୍ଦ୍ଧକ ଗଛ ଶୋଭା ପାଉଛି। ନର୍ସରିରେ ୩୦୦ ଲୋକଙ୍କୁ ନିଯୁକ୍ତ କରାଯାଇଛି। ଧ୍ରୁବଜ୍ୟୋତି ତାଙ୍କ ଘରେ ହର୍ଟିକଲ୍‌ଚର ସମ୍ପର୍କିତ ୫ରୁ ୭ ହଜାର ବହି ରଖିଛନ୍ତି। ଏହି ନର୍ସରି ଏବେ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଦିନ ଏଠାକୁ ୨୦୦ରୁ ୩୦୦ ଲୋକ ବୁଲିବାକୁ ଆସୁଛନ୍ତି। ଧ୍ରୁବଜ୍ୟୋତି ୬୦୦ ଲୋକଙ୍କୁ ନର୍ସରି ଖୋଲିବା ଲାଗି ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri