ଏଇ ଭାରତରେ

ଅନେକ ସମୟରେ ଜିଲାପାଳମାନଙ୍କର କିଛି ନିଆରା କାର୍ଯ୍ୟ ସାମ୍ନାକୁ ଆସିଥାଏ, ଯାହା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁରର ଜିଲାପାଳ ସନ୍ଦୀପ ଜି ଆର୍‌ଙ୍କ କ୍ଷେତ୍ରରେ। ସେ ବିଭିନ୍ନ ସ୍ଥାନକୁ ଗାଡ଼ି ବଦଳରେ ସାଇକେଲରେ ଯାଉଛନ୍ତି। ବାହାରର ବାସ୍ତବତା ଜାଣିବା ଓ ତୃଣମୂଳସ୍ତରରେ ଲୋକମାନଙ୍କ ଅଭିଯୋଗ ଶୁଣିବା ଲାଗି ସେ ସାଇକେଲରେ ଯାଇ ତାହାକୁ ସମାଧାନ କରୁଛନ୍ତି। ଏହା ପୂର୍ବରୁ ସେ ଜବଲପୁରର ମ୍ୟୁନିସିପାଲ କର୍ପୋରେଶନର କମିଶନର ରହିଥିଲେ। ସରକାରଙ୍କ ଯୋଜନା ବାଦ୍‌ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଯାଇ ସେ ଫଳ ବଗିଚା ଆରମ୍ଭ କରି ଏଥିରୁ ଉପତ୍ାଦିତ ଫଳକୁ ସେ ଅସହାୟଙ୍କୁ ବାଣ୍ଟୁଛନ୍ତି। ଜିଲାପାଳ ଗତ ବର୍ଷ ଅକ୍ଟୋବର ସୁଦ୍ଧା ଜବଲପୁରରେ ୩୦ ହଜାର ଫଳଗଛ ଲଗାଇ ସାରିଥିଲେ। ଏହି ବଗିଚାରୁ ଏବେ କଦଳୀ, ଲେମ୍ବୁ, ଆମ୍ବ, ସପୁରି ଆଦି ଫଳ ଉପତ୍ାଦନ ହେଉଛି। ଏହା ଉପତ୍ାଦନଠାରୁ ଆରମ୍ଭ କରି ବଣ୍ଟନ ବ୍ୟବସ୍ଥାଯାଏ ସବୁ କିଛି ପରିବେଶ ଉପଯୋଗୀ ତଥା ସହନୀୟ ଉପାୟରେ କରାଯାଉଛି। ତେବେ ଛତରପୁର ଜିଲାପାଳ ଭାବେ ନିଯୁକ୍ତ ହେବାର ଇତିମଧ୍ୟରେ ୭ ମାସ ବିତିଗଲାଣି। ସେ ମଧ୍ୟ ଛତରପୁରରେ ୧୧ ଏକରରେ ୪୦ ହଜାର ଗଛ ଲଗାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଫିସ ଭିତରେ ଗୋଟିଏ ଓ ବାହାରେ ଆଉ ଗୋଟିଏ ବିଶ୍ୱ ରହିଛି ଏବଂ ଦୁଇଟିକୁ ସମାନ ଭାବରେ ଦେଖୁଛନ୍ତି ବୋଲି କୁହନ୍ତି ଜିଲାପାଳ ସନ୍ଦୀପ ଜିଆର୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri