ଏଇ ଭାରତରେ

ବାୟୁ ପ୍ରଦୂଷଣ ରୋକିବା ଲାଗି ସୁପ୍ରିମକୋର୍ଟ ନଡ଼ାପୋଡ଼ା ଉପରେ କଟକଣା ଲଗାଇଥିଲେ ବି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଚାଷୀମାନେ ଏଥିରୁ କ୍ଷାନ୍ତ ହେଉନାହାନ୍ତି। କିନ୍ତୁ ଏଭଳି ପ୍ରଦୂଷଣ ଦୂର କରିବା ଲାଗି ଦିଲ୍ଲୀର ଦୁଇ ବନ୍ଧୁ ଆୟୁଷୀ ଅଗ୍ରଓ୍ବାଲା ଓ ଅରୁ ମଙ୍ଗଳ ଏକ ଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ଏମାନେ ଆର୍‌ଓ୍ବାଇ ଇଞ୍ଜିନିୟର୍ସ ଷ୍ଟାର୍ଟଅପ୍‌ ମାଧ୍ୟମରେ ଚାଷୀଙ୍କଠାରୁ ନଡ଼ା ସଂଗ୍ରହ କରି ସେଥିରୁ ଉଚ୍ଚମାନର ବାୟୋମାସ୍‌ ପ୍ରସ୍ତୁତ କରୁଛନ୍ତି। ବାୟୋମାସ୍‌ ପାଓ୍ବାରପା୍ଲଣ୍ଟରେ କଞ୍ଚାମାଲ୍‌ ଭାବେ ଉପଯୋଗ ହୋଇପାରୁଛି। ବାୟୋମାସ୍‌କୁ ଛତୁଚାଷୀମାନେ ବି ବ୍ୟବହାର କରୁଛନ୍ତି। ଆୟୁଷୀ ଓ ଅରୁ ୨୦୧୭ରୁ ଏଥିପାଇଁ ଅଭିଯାନ ଆରମ୍ଭ କରିଥିଲେ। ପରେ ସୋନେପତ୍‌ର ଫାର୍ମର ପ୍ରଡ୍ୟୁସ୍‌ ଅର୍ଗାନାଇଜେଶନ( ଏଫ୍‌ପିଓ) ସହ ମିଶି କାମ ଆରମ୍ଭ କରିଥିଲେ। ଗତ ଏକବର୍ଷ ମଧ୍ୟରେ ଏମାନେ ହରିୟାଣା, ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶର ଶତାଧିକ ଚାଷୀଙ୍କୁ ସାହାଯ୍ୟ କରି ସେମାନଙ୍କୁ ନଡ଼ା ପୋଡ଼ାରୁ ଦୂରେଇ ରଖିପାରିଛନ୍ତି। ନଡା ଲାଗି ଏମାନେ ମାଗଣାରେ ଚାଷୀଙ୍କ ବିଲକୁ ସଫା କରିଦେଉଛନ୍ତି। ଏବେସୁଦ୍ଧା ୧୨୦୦ ଟନ୍‌ ନଡ଼ାକୁ ପ୍ରୋସେସିଂ କରି ବାୟୋମାସ୍‌ରେ ପରିବର୍ତ୍ତନ କରିସାରିଛନ୍ତି। ଭିଲେଜ ଲେଭଲ ଏଣ୍ଟ୍ରପ୍ରିନ୍ୟୁର( ଭିଏଲ୍‌ଇ) ମାଧ୍ୟମରେ ଚାଷୀମାନଙ୍କ ବିଲ ପାଖରେ ମେଶିନ ବସାଇ ଦୈନିକ ୧୦ରୁ ୧୫ ଟନ୍‌ ନଡ଼ା ପ୍ରୋସେସିଂ କରାଯାଇପାରୁଛି। ଏହାଦ୍ୱାରା ଭିଏଲ୍‌ଇ ମଧ୍ୟ ଲାଭପାଉଛିି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ ଗଦା ହେଉଥିବା ଅଦରକାରୀ ଶଢ଼େଇ ଓ ପ୍ଲାଷ୍ଟିକ୍‌ ବୋତଲକୁ ଏକ ଉତ୍ତମ କାମରେ ଲଗାଇ ପାରିଛନ୍ତି ଭୋପାଳର ସାକ୍ଷୀ ଭରଦ୍ୱାଜ। ସେ ଏହିସବୁ ବର୍ଜ୍ୟବସ୍ତୁରେ...

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ...

ଏଇ ଭାରତରେ

ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା...

ଏଇ ଭାରତରେ

ଅନ୍ୟ ଦୁଃଖରେ ଦୁଃଖୀହେବା, ସମବେଦନା ଜଣାଇବା ମଣିଷପଣିଆର ପରିଚୟ। ଏମିତି ଭାବ ପ୍ରକାଶ କରିଛନ୍ତି ପୁଣେ ଜିଲା ହଡପ୍ସରର ମଞ୍ଜ୍ରିିି ଅଞ୍ଚଳର ବାସିନ୍ଦା। ସେମାନେ ତାଙ୍କ...

ଏଇ ଭାରତରେ

କଷ୍ଟାର୍ଜିତ ଅର୍ଥରେ ଆରାମରେ ରହିବା କଥା ଚିନ୍ତା ନ କରି ପରିବେଶ ଓ ଜଳ ସୁରକ୍ଷାରେ ମଜ୍ଜିଯାଇଛନ୍ତି ଡ. ରାଘବେନ୍ଦ୍ର ଆର୍‌। ସେ କର୍ନାଟକର ମହୀଶୂରସ୍ଥିତ...

କୋହ୍ଲାପୁରୀ ଚପଲ

ଭାରତରେ ରାଜ୍ୟପାଳଙ୍କ ପଦବୀ ଏକ ସାମ୍ବିଧାନିକ ମର୍ଯ୍ୟାଦା ବହନ କରୁଥିବାରୁ ତାହା ବିବାଦରୁ ଊର୍ଦ୍ଧ୍ୱରେ ରହିବା କଥା। ହେଲେ ଦେଖାଯାଉଛି, କିଛି ବର୍ଷ ହେବ ବିଭିନ୍ନ...

ପ୍ରତିଧ୍ୱନି

ଗୁରୁକୁଳରେ ଅଧ୍ୟୟନରତ ରାଜପୁତ୍ର ଥରେ ଗୁରୁଙ୍କ ସହ କୌଣସି ସ୍ଥାନକୁ ଉଚ୍ଚ ପାର୍ବତ୍ୟ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଗୋଡ଼ରେ କଣ୍ଟାଟିଏ ଫୁଟିଗଲା। ଯନ୍ତ୍ରଣାରେ ‘ଓଃ’...

ଆଜିର ଅର୍ଥନୀତି/ ମୁଦ୍ରା ରାକ୍ଷସ

ନରେନ୍ଦ୍ର ମୋଦି ସରକାର ୨୦୧୫ରେ ପାଣ୍ଠି ଅଭାବଜନିତ ସମସ୍ୟାରେ ପୀଡ଼ିତ ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କରିଥିଲେ। ଏହି...

Advertisement
Archives

Model This Week