ଏଇ ଭାରତରେ

ଜଙ୍ଗଲ ସୃଷ୍ଟି କରିବାରେ ସାରା ଜୀବନ ଉତ୍ସର୍ଗ କରିଆସିଥିବା ତେଲଙ୍ଗାନାର ଦୁସର୍ଲା ସତ୍ୟନାରାୟଣଙ୍କ କାହାଣୀ ପ୍ରେରଣାଦାୟକ। ସତ୍ୟପୁରା ଜିଲା ରାଘବପୁରାରେ ୭୦ ଏକର ଜମିରେ ସେ ଲକ୍ଷାଧିକ ଫଳଗଛ ଲଗାଇ ଆକର୍ଷଣୀୟ ଜଙ୍ଗଲ କରିଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କ ପାଇଁ ୧୩ଟି ପୋଖରୀ ଖୋଳିଛନ୍ତି। ୫୦ ବର୍ଷ ହେଲା ସେ ନିଜସ୍ବ ଉଦ୍ୟମରେ ଏହି ଜଙ୍ଗଲ କରିପାରିଛନ୍ତି। ସତ୍ୟନାରାୟଣଙ୍କ ବୟସ ୬୮। ସେ ପିଲାଦିନରୁ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଜଙ୍ଗଲରେ ବହୁ ଗଛ ୫୦ବର୍ଷର ହୋଇଗଲେଣି। ଏହି ଜାଗାକୁ ସେ କିଣିନାହାନ୍ତି କିମ୍ବା ଲିଜ୍‌ରେ ଆଣିନାହାନ୍ତି। ଏହା ତାଙ୍କ ପୈତୃକ ସମ୍ପତ୍ତି। ତାଙ୍କ ପୂର୍ବପୁରୁଷ ନିଜାମଙ୍କ ପାଖରେ କାମ କରୁଥିବାରୁ ୩୦୦ ଏକରି ଜମି ପାଇଥିଲେ। ପରିବାରରେ ଜମି ଭାଗ ହୋଇଯିବା ପରେ ତାଙ୍କ ଭାଗରେ ରହିଥିବା ୭୦ ଏକର ଜମିକୁ ସେ ସମ୍ପୂର୍ଣ୍ଣ ଜଙ୍ଗଲ କରିଦେଇଛନ୍ତି। ସତ୍ୟନାରାୟଣ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରି ୟୁନିୟନ ବ୍ୟାଙ୍କରେ ଡେଭଲପ୍‌ମେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଜଙ୍ଗଲ ପ୍ରତି ତାଙ୍କ ମୋହ ତୁଟି ନାହିଁ। ସେ ଚାକିରିରୁ ଯାହା ରୋଜଗାର କରିଛନ୍ତି ତାହାକୁ ଏହି ଜଙ୍ଗଲ କରିବା ଏବଂ ତା’ର ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରିଛନ୍ତି। ଜଙ୍ଗଲରେ ପିଜୁଳି, ଆମ୍ବ, ଜାମୁ, ବାଉଁଶ ଓ ଅନ୍ୟ ଫଳଗଛ ସବୁ ରହିଛି। ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଚଢ଼େଇ, ମାଙ୍କଡ଼, ସାପ, ଠେକୁଆ, ଗୁଣ୍ଡୁଚିମୂଷା, ମୟୂର, ହରିଣ ଏବଂ ଅନ୍ୟ ବନ୍ୟଜନ୍ତୁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri