ଏଇ ଭାରତରେ

ଘରେ ଜାଗା ନ ଥିଲେ ବି ବାହାରେ ରାସ୍ତା କଡ଼ରେ ଉଦ୍ୟାନ କରିପାରିବେ ଓ ଏଥିପାଇଁ ବାଟ ଦେଖାଇଛନ୍ତି ରାଞ୍ଚିର ମନୋଜ ରଞ୍ଜନ। ରାଞ୍ଚି ହରମୁ ହାଉସିଂ କଲୋନୀରେ ରହନ୍ତି ରଞ୍ଜନ। ସେ ପେସାରେ ଜଣେ ଶିକ୍ଷକ, କିନ୍ତୁ ଉଦ୍ୟାନ କରିବା ତାଙ୍କ ନିଶା। ସେ ଘର ବାହାରେ ଏବେ ୨୦୦ରୁ ଊର୍ଦ୍ଧ୍ୱ ଫୁୁଲ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟବର୍ଦ୍ଧକକାରୀ ଗଛ ଲଗାଇ ଏକ ଉଦ୍ୟାନ କରିଛନ୍ତି। ଏହି ଉଦ୍ୟାନର ବିଶେଷତା ହେଉଛି, ସବୁ ଗଛ ବର୍ଜ୍ୟ ଜିନିଷରେ ଉତାରିଛନ୍ତି। କୌଣସି କୁଣ୍ଡ ବ୍ୟବହାର କରିନାହାନ୍ତି। ମୁଖ୍ୟତଃ ପରୁଣା ଡବା, ପ୍ଲାଷ୍ଟିକ ଡ୍ରମ୍‌ ଓ ବୋତଲ, ବାଲଟି ଓ ହେଲମେଟ ଆଦି ବ୍ୟବହାର କରିଛନ୍ତି। କମ୍‌ ଖରାରେ ଭଲ ବଢି ପାରୁଥିବା ଗଛସବୁ ଲଗାଇଛନ୍ତି। ଉଦ୍ୟାନ କାର୍ଯ୍ୟ ଓ ତା’ସୁରକ୍ଷାରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ସହଯୋଗ କରୁଛନ୍ତି। ଲୋକମାନେ ଯେପରି ଗଛ ନଷ୍ଟ ନ କରିବେ, ସେଥିଲାଗି ମନୋଜ ପୂଜା କାର୍ଯ୍ୟରେ ଲାଗୁ ଥିବା ଫୁଲ କିିମ୍ବା ଅନ୍ୟ ଗଛ ଲଗାଇଛନ୍ତି। ସେ ନିଜ ଦାୟିତ୍ୱ ତୁଲାଇବା ପରେ ବଳକା ସମୟରେ ଉଦ୍ୟାନ କାର୍ଯ୍ୟ କରୁଛନ୍ତି। ଏବେ ସେ ଅଧିକ ଉଦ୍ୟାନ କରିବା ଲାଗି ଯୋଜନା କରିଛନ୍ତି। ଗଛ ଲଗାଇବା ସକାଶେ ଆଖପାଖ ଲୋକମାନେ ତାଙ୍କୁ ବର୍ଜ୍ୟ ଜିନିଷ ଦେଉଛନ୍ତି, ଯାହା ତାଙ୍କୁ ଅଧିକ ଉଦ୍ୟାନ କରିବା ଲାଗି ପ୍ରେରିତ କରିଛି। ମନୋଜଙ୍କ ଏଭଳି କାର୍ଯ୍ୟକୁ ଲୋକେ ପସନ୍ଦ କରିବା ସହ ଏବେ ସେମାନଙ୍କ ଘର ସାମ୍ନା ରାସ୍ତା କଡ଼ରେ ଉଦ୍ୟାନ କରିବା ଆରମ୍ଭ କରିଦେଇଛନ୍ତି। ଉଦ୍ୟାନ ବ୍ୟତୀତ ସେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି କାର୍ଯ୍ୟ ସେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପୂର୍ବରୁ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆମମାନଙ୍କ ମଧ୍ୟରୁ ଅନେକେ ଭାବନ୍ତି ଯେ ରକ୍ତ ସମ୍ପର୍କୀୟମାନେ ହିଁ ଆମ ପରିବାର। କିନ୍ତୁ ପରିବାରର ଏହି ସଂଜ୍ଞା ବାହାରେ ବି ଏକ ପରିବାର ଗଢିଛନ୍ତି...

ରାଜକୋଷ ତ ଦଳୀୟ ପାଣ୍ଠି

ସହଦେବ ସାହୁ ଆମେ ‘ଗଣ’ତନ୍ତ୍ରରେ ନାହୁଁ, ‘ଦଳ’ତନ୍ତ୍ରରେ ଅଛୁ!- ଏହି ବାକ୍ୟରେ ଗତ ପ୍ରବନ୍ଧଟିକୁ ଶେଷ କରିଥିବାରୁ ଦଳତନ୍ତ୍ର ଚାଲିଥିବାର ଆଉ କ’ଣ ଉଦାହରଣ ଅଛି...

ଘରୋଇ ହିଂସା ସାମାଜିକ ବ୍ୟାଧି

ଇଂ. ବିଦ୍ୟାଧର ପଣ୍ଡା ”ବାପା! ତୋତେ ମୋ’ ରାଣ। ବାପା! ତୋତେ ମୋ’ ରାଣ ବାପା। କାଠଫାଳିଆ ପକେଇ ଦେ। ବାପା! ତୋତେ ମୋ’ ଛୁଆଭାଇ...

ବିବାଦୀୟ ବଦଳି

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।...

ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ

ଡ. ଭବାନୀ ଶଙ୍କର ଦାଶ ଷୋଡ଼ଶ ଶତାବ୍ଦୀବେଳକୁ ପ୍ରାୟ ସମଗ୍ର ଭାରତବର୍ଷରେ ମୁସଲମାନ ଶାସନ ଅଭିଯାନ ପ୍ରଖର ହୋଇଉଠିଥିଲା। ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳ...

ସରକାରଙ୍କ ଦାୟିତ୍ୱ

କୃଷକମାନଙ୍କ ହିତରେ କୁହାଯାଉଥିବା ଏନ୍‌ଡିଏ ସରକାରଙ୍କ ୩ କୃଷି ଆଇନକୁ ନେଇ ଏବେ ଦେଶରେ ବିରାଟ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। କୃଷିରେ ଆଗୁଆ ରାଜ୍ୟ...

ରହସ୍ୟମୟ କରୋନା

ବୈକୁଣ୍ଠନାଥ ମିଶ୍ର ପୃଥିବୀରେ ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁଆଜି ପର୍ଯ୍ୟନ୍ତ ବିଶ୍ୱବାସୀଙ୍କୁ ନାନା ବିପତ୍ତିର ସମ୍ମୁଖୀନ ହେବାକୁ ପଡିଛି। ବିପତ୍ତିମାନଙ୍କର ସୃଷ୍ଟି ଓ ସ୍ଥିତିକୁ...

ଅନାଥ ଶିଶୁଙ୍କ ଭବିଷ୍ୟତ

ଅଭିମନ୍ୟୁ ଧଳ କୋଭିଡ୍‌ ମହାମାରୀ ସମୟରେ ଅନାଥ ଶିଶୁମାନଙ୍କର ହୃଦୟଫଟା ଦୃଶ୍ୟ ଓଡ଼ିଶା କାହିଁକି, ସମଗ୍ର ଦେଶରେ ଦେଖିବାକୁ ମିଳୁଛି। ମହାମାରୀ ଯୋଗୁ ଅନାଥ ହୋଇଥିବା...

Advertisement
Archives

Model This Week