ଏଇ ଭାରତରେ

ନଡ଼ାପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାବେଳେ ଏହାର ସମାଧାନ ଲାଗି ଦୁଇଜଣଙ୍କ ପ୍ରଚେଷ୍ଟା ବେଶ୍‌ ପ୍ରଶଂସନୀୟ। ପୁଣେର ସୁହାସ ବକ୍ସି ଏବଂ ଅଶ୍ୱିନୀ ସାଭେ ବାୟୋମାସ ଏବଂ ଏହା ସହ ଜଡ଼ିତ ବିଭିନ୍ନ ଜିନିଷ ଲାଗି ଏକ ଅନ୍‌ଲାଇନ ମାର୍କେଟ ‘ବାୟୋଫୁଏଲ ସର୍କଲ’ ଖୋଲିଛନ୍ତି। ଏହାଦ୍ୱାରା ସେମାନେ ନଡ଼ା ଅବଶେଷ ସଂଗ୍ରହ କରୁଛନ୍ତି। ଫଳରେ କୃଷକମାନେ ଏହି ମାକେର୍ଟ ସହ ଯୋଡ଼ି ହୋଇ ସେମାନଙ୍କ ନଡ଼ା ଅବଶେଷାଂଶ ବିକ୍ରି କରୁଛନ୍ତି। ଏଣୁ ନଡ଼ାପୋଡ଼ି ଅନେକ ମାତ୍ରାରେ କମାଯାଇପାରିଛି। ବକ୍ସି ଓ ସାଭେ ଏଥିରୁ ସବୁଜ ଶକ୍ତି ଉପତ୍ାଦନ କରିବାକୁ ସକ୍ଷମ ହୋଇଛନ୍ତି ଓ ଗ୍ରାମୀଣ କୃଷକମାନଙ୍କୁ ଶିଳ୍ପଭିତ୍ତିକ ଉପତ୍ାଦକମାନଙ୍କ ସହ ଯୋଡ଼ୁଛନ୍ତି। ଦୁହେଁ ୨୦୨୦ରେ ଏହି କମ୍ପାନୀ ଖୋଲିବା ପରେ ଏବେ ସୁଦ୍ଧା ୨୫,୦୦୦ ମେଟ୍ରିକ ଟନ୍‌ ନଡ଼ା ଅବଶେଷ ସଂଗ୍ରହ କରିସାରିଛନ୍ତି। ପାଖାପାଖି ଏକ ଡଜନ ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେଶନ (ଏଫ୍‌ପିଓ) ଦ୍ୱାରା ଉକ୍ତ କୃଷି ବର୍ଜ୍ୟ ସଂଗ୍ରହ ହେଉଛି ଓ ସେଠାରେ ତାହାକୁୁ କମ୍ପ୍ରେସ କରାଯାଇ ବାୟୋମାସ୍‌ ବ୍ରିକ୍ୟୁଟି (ଇଟା ଆକାରର ଅଙ୍ଗାର ବା କୋଇଳା ଇନ୍ଧନ) କରାଯାଉଛି। ପରେ ଏଗୁଡ଼ିକୁ ବିଭିନ୍ନ ଶିଳ୍ପକେନ୍ଦ୍ରକୁ ପଠାଯାଉଛି। ‘ବାୟୋଫୁଏଲ ସର୍କଲ’ କୃଷକମାନଙ୍କଠାରୁ ଏହା ଆଣିବା ପରେ ସେମାନଙ୍କୁ ଏହା ବଦଳରେ ଜୈବିକ ସାର ଯୋଗାଉଛି। ଏବେ ୧,୫୦୦ କୃଷକ ଏହି ଡିଜିଟାଲ ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତି। ଏହା ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଗୁଜରାଟରେ କାର୍ଯ୍ୟ କରୁଛି। ଏହି ପ୍ଲାଟ୍‌ଫର୍ମକୁ ଭାରତର ଅନ୍ୟ ରାଜ୍ୟକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ସୁହାସ ବକ୍ସି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri