ଏଇ ଭାରତରେ

ଏଚ୍‌ଆଇଭି ପୀଡ଼ିତ ହୋଇ ସାମାଜିକ ବାଧାକୁ ସାମ୍ନା କରି ଏଭଳି ରୋଗରେ ପୀଡ଼ିତ ବହୁ ମହିଳାଙ୍କ ପାଇଁ ଆଶାବାଡ଼ି ପାଲଟିଛନ୍ତି ସୁରିନ୍ଦର କୌର। ରାଜସ୍ଥାନର ଅଲଓ୍ବାର ଜିଲାରେ ଏକ ଗରିବ ପରିବାରରେ ଜନ୍ମିତ ସୁରିନ୍ଦର ମାଟ୍ରିକ ପାସ୍‌ ପରେ ଜଣେ ଗାଡ଼ିଚାଳକଙ୍କୁ ବିବାହ କରିଥିଲେ। ପରେ ଏଚ୍‌ଆଇଭି ପଜିଟିଭ୍‌ରେ ଆକ୍ରାନ୍ତ ହୋଇଥିଲେ। ସେତେବେଳକୁ ତାଙ୍କୁ ବୟସ ୧୯ ଓ ତାଙ୍କର ବି ଏକ କନ୍ୟାସନ୍ତାନ ଥିଲା। ତାଙ୍କୁ ଆମତ୍ହତ୍ୟା କରିବା ଲାଗି ମଧ୍ୟ କୁହାଯାଇଥିଲା। ହେଲେ ସେ ଏସବୁକୁ ଖାତିର ନ କରି ୧୦ ବର୍ଷ ବିନା ଔଷଧରେ ବଞ୍ଚି ରହିବା ପରେ ୨୦୦୫ରେ ଗୁଡ୍‌ଗାଁଓର ଏକ ଏନ୍‌ଜିଓ ସହ ଯୋଗାଯୋଗ କରି ଚିକିତ୍ସିତ ହୋଇଥିଲେ। ପରେ ହରିୟାଣା ଏଡ୍‌ସ ନିୟନ୍ତ୍ରଣ ସୋସାଇଟିରେ କାମ କରି ଅର୍ଥ ଉପାର୍ଜନ କରି ସ୍ବାଧୀନ ଭାବେ ଜୀବନ ନିର୍ବାହ କଲେ। ଏବେ ‘ସାଥୀ’ ଏନ୍‌ଜିଓରେ କାର୍ଯ୍ୟ କରୁଛନ୍ତି ଓ ଏହା ମାଧ୍ୟମରେ ଏଚ୍‌ଆଇଭି ସଂକ୍ରମିତ ମହିଳାଙ୍କ ଯନତ୍ ନେଉଛନ୍ତି। କେବଳ ଏତିକି ନୁହେଁ, ଆର୍ଥିକ ସମସ୍ୟାରେ ରହୁଥିବା ଏଭଳି ମହିଳାଙ୍କୁ ସାହାଯ୍ୟ କରୁଛନ୍ତି। ନିଜ ସଞ୍ଚିତ ଅର୍ଥରୁ ସେ ଏହା କରନ୍ତି। ଏବେ ସୁଦ୍ଧା ଏଚ୍‌ଆଇଭି ପୀଡ଼ିତ ୨୦୦ରୁ ଊର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିସାରିଲେଣି। ଯେଉଁ ମହିଳାମାନେ ଏଚ୍‌ଆଇଭି ସଂକ୍ରମଣ ଲୁଚାଉଛନ୍ତି, ସେମାନଙ୍କୁ ସୁରିନ୍ଦର ବୁଝାଶୁଝା କରି ଚିକିତ୍ସାର ବନ୍ଦୋବସ୍ତ କରୁଛନ୍ତି। ଏନ୍‌ଜିଓ କାର୍ଯ୍ୟନିର୍ଘଣ୍ଟ ବାହାରେ ସେ ନିଜ ଖର୍ଚ୍ଚରେ ପୀଡ଼ିତାଙ୍କ ନିକଟରେ ପହଞ୍ଚୁଛନ୍ତି ଓ ସେମାନଙ୍କ ଭଲମନ୍ଦ ମଧ୍ୟ ବୁଝୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri