ଅଏଲ୍‌ ଇଣ୍ଡିଆକୁ ସାଇବର ଆକ୍ରମଣ

ଗୁଆହାଟୀ/ନୂଆଦିଲ୍ଲୀ,୧୪ା୪: ଭାରତର ଅନ୍ୟତମ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ଉତ୍ପାଦନକାରୀ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ (ଅଏଲ୍‌) ଉପରେ ସାଇବର ଆକ୍ରମଣ ହୋଇଛି। ଆସାମ ଦିବ୍ରୁଗଡ଼ ଜିଲାର ଦୁଲିଆଜାନ୍‌ରେ ଥିବା ଅଏଲ୍‌ ମୁଖ୍ୟାଳୟକୁ ବିଦେଶୀ ହ୍ୟାକର୍ସମାନେ ଟାର୍ଗେଟ କରି ଏହାର ନେଟ୍‌ଓ୍ବର୍କ, ସର୍ଭର ଓ କ୍ଲାଏଣ୍ଟ୍‌ସ ସିଷ୍ଟମ୍ସକୁ ହ୍ୟାକ୍‌ କରିଛନ୍ତି। ଏଥିସହ ସେମାନେ ୭୫ ଲକ୍ଷ ଡଲାର ରାନ୍‌ସମ୍‌ ଦାବି କରିଛନ୍ତି। ଏହାକୁ ଦେଶରେ କିଛିବର୍ଷ ମଧ୍ୟରେ ସବୁଠୁ ବଡ଼ ସାଇବର ଆଟାକ୍‌ ବୋଲି କୁହାଯାଉଛି।
ଅଏଲ୍‌ ଇଣ୍ଡିଆ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ପରେ ବୁଧବାର ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଏକ ଶକ୍ତିଶାଳୀ ଭାଇରସ୍‌ ଯୋଗୁ ଅଏଲ୍‌ର ନେଟ୍‌ଓ୍ବର୍କ, ସର୍ଭର ଓ କ୍ଲାଏଣ୍ଟ୍‌ସ ସିଷ୍ଟମ୍ସ ଅଚଳ ହୋଇଯାଇଛି। ମାଲ୍‌ଓ୍ବେର ଯୋଗୁ ମୁଖ୍ୟାଳୟର କେତୋଟି କମ୍ପ୍ୟୁଟର ମଧ୍ୟ ପ୍ରଭାବିତ ହୋଇଛି। ସବୁ ସିଷ୍ଟମ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସମୟ ଲାଗିବ। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ କମ୍ପ୍ୟୁଟରଗୁଡ଼ିକୁ ଲୋକାଲ୍‌ ଏରିଆ ନେଟ୍‌ଓ୍ବର୍କ୍‌ (ଲେନ୍‌)ରୁ ବିଚ୍ଛିନ୍ନ କରାଯାଇଛି। ସାଇବର ଆକ୍ରମଣକାରୀମାନେ ୭୫ ଲକ୍ଷ ଡଲାର ( ପ୍ରାୟ ୭୫ କୋଟି ୧୪ ଲକ୍ଷ ଟଙ୍କା) ଦାବି କରିଥିବା ଅଏଲ୍‌ ଇଣ୍ଡିଆର ଦୁଲିଆଜାନ୍‌ ମୁଖ୍ୟାଳୟ ଲୋକସମ୍ପର୍କ ଅଧିକାରୀ ତ୍ରିଦୀପ ହଜାରିକା ସୂଚନା ଦେଇଛନ୍ତି। ଏହି ସଙ୍କଟ ଦୂର କରିବା ପାଇଁ ଅନ୍ତର୍ଜାତୀୟ ସିକ୍ୟୁରିଟି ଏକ୍ସପର୍ଟମାନଙ୍କ ସହାୟତା ଲୋଡ଼ାଯାଇଥିବା ସେ କହିଛନ୍ତି। ଏନେଇ ଦୁଲିଆଜାନ୍‌ ଥାନାରେ ଏତଲା ଦିଆଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ ଦଫା ୩୮୫ ବଳରେ ମାମଲା ରୁଜୁ କରାଯାଇଛି। ଦିବ୍ରୁଗଡ଼ ଏସ୍‌ପି ଶ୍ୱେତାଙ୍କ ମିଶ୍ର କହିଛନ୍ତି, ହ୍ୟାକର୍ସମାନେ ୧୯୬ ବିଟ୍‌କଏନ୍‌ ରାନ୍‌ସମ୍‌ ଦାବି କରିଛନ୍ତି। ଏହା ଏକ ରାନ୍‌ସମ୍‌ଓ୍ବେର୍‌ ଆକ୍ରମଣ। ଡାଟା କେତେ ପ୍ରଭାବିତ ହୋଇଛି ସେନେଇ ତଦନ୍ତ ଜାରି ରହିଛି।
ଡ୍ରିଲିଂ ଓ ଅନ୍ୟ କାର୍ଯ୍ୟଗୁଡ଼ିକ ସ୍ବାଭାବିକ ଭାବେ ଚାଲୁରହିଥିଲେ ହେଁ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ଦେଶର ଦ୍ୱିତୀୟ ତୈଳ ଉତ୍ପାଦନକାରୀ ସରକାରୀ କମ୍ପାନୀ ଉପରେ ଏହି ସାଇବର ଆଟାକ୍‌ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ବିଶ୍ୱର ପାଓ୍ବାର କମ୍ପାନୀଗୁଡ଼ିକ ଉପରେ ହ୍ୟାକର୍ସଙ୍କ ସାଇବର ଆକ୍ରମଣ ଚିନ୍ତା ବୃଦ୍ଧିର କାରଣ ସାଜିଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି। ସାଇବର ଆକ୍ରମଣ ହେଉଛି ସାଇବର ଅପରାଧୀଙ୍କ ଦ୍ୱାରା ଏକ କିମ୍ବା ଏକାଧିକ କମ୍ପ୍ୟୁଟର ଜରିଆରେ ନେଟ୍‌ଓ୍ବର୍କକୁ ଟାର୍ଗେଟ କରାଯିବା। ଏହାଦ୍ୱାରା କମ୍ପ୍ୟୁଟରଗୁଡ଼ିକ ଅଚଳ ହୋଇଯାଏ। ସେଥିରେ ଥିବା ତଥ୍ୟଗୁଡ଼ିକୁ ଚୋରି କରି ବ୍ୟବହାର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri