ବେଙ୍ଗାଲୁରୁର ରଚନା ବୋଡାଗୁଙ୍କ ନିଷ୍ଠା ଓ ଇଚ୍ଛାଶକ୍ତି ତାଙ୍କୁ ଏକ ଭିନ୍ନ ପରିଚୟ ଆଣିଦେଇଛି। ସେ ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ସୋଲାର ସାଇକେଲ୍ କୃଷକମାନଙ୍କୁ କ୍ଷେତରେ ପାଣି ମଡ଼ାଇବାରେ ସାହାଯ୍ୟ କରୁଛି। ସେଥିରେ ମୋଟର ସିଷ୍ଟମ ରହିଛି ଓ କୌଣସି ଇନ୍ଧନ ବା ବିଦ୍ୟୁତ୍ ଆବଶ୍ୟକ ପଡ଼ୁନାହିଁ, କେବଳ ସୌରଶକ୍ତିରେ ଚାଲୁଛି। ରଚନା ତାଙ୍କ ଦିଗ୍ଦର୍ଶକ ତଥା ଜଳଯୋଦ୍ଧା ଆନନ୍ଦ ମଲିଗାଭଦ୍ଙ୍କ ସହ ଏକାଠି ବେଙ୍ଗାଲୁରୁର କୋମାସାନ୍ଦ୍ରା ହ୍ରଦର ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି। ହ୍ରଦ ଚାରିପାଖରେ ସେମାନେ ୨,୦୦୦ ଗଛ ମଧ୍ୟ ଲଗାଇଛନ୍ତି। ଗଛରେ ନିୟମିତ ପାଣି ଦେବା ଏକ କଷ୍ଟକର କାର୍ଯ୍ୟ ହୋଇଥିବାରୁ ରଚନା ଏହାର ସମାଧାନ ଲାଗି ତାଙ୍କୁ ସୋଲାର ସାଇକେଲ ପ୍ରସ୍ତୁତ କରିବାକୁ ପଡ଼ିଲା। ସୋଲାର ସାଇକେଲ ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ଏହି ସାଇକେଲରେ ସୋଲାର ପ୍ୟାନେଲ ଖଞ୍ଜା ହୋଇଛି। ଏହାକୁ ନିର୍ମାଣ କରିବା ସକାଶେ ରଚନା ତାଙ୍କ ପକେଟରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା କିଭଳି ଶସ୍ତା ହେବ ଓ ଅଧିକରୁ ଅଧିକ କୃଷକ ବ୍ୟବହାର କରିପାରିବେ ସେଥିପାଇଁ ସେ ପ୍ରୟାସ କରୁଛନ୍ତି।
୯/୧୧ ପରବର୍ତ୍ତୀ ଯୁଦ୍ଧ
ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…
କୁଆଡ଼େ ଗଲା ପ୍ରତିଯୋଗିତା
ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…
ବିକାଶୋନ୍ମୁଖୀ ଭାରତର ଦୁଃଖ
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…
ଇସ୍ତଫାର ରାଜନୈତିକ ରଙ୍ଗ
ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…
ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…
ଋଣ ଅଧିକାର ନୁହେଁ
ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…
ସମ୍ଭବାମି ଯୁଗେ ଯୁଗେ
ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…
ସହଯୋଗ ଅଭାବ
ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…
Archives

