ସପ୍ତାହେ ହେଲା ନେଟୱର୍କ ଫେଲ

ଲାଞ୍ଜିଗଡ,୧୨।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ୭ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌ ରହିଛି। ଫଳରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲାଞ୍ଜିଗଡ ସହରରେ ଅଧିକାଂଶ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ ସିମକାର୍ଡ ବ୍ୟବହାର କରୁଛନ୍ତି। ହେଲେ ସେବା ନ ମିଳିବାରୁ ଶେଷରେ ସିମ ବଦଳାଉ ଥିବା ଅଭିଯୋଗ ହୋଇଛି।

ଲାଞ୍ଜିଗଡ ବ୍ଲକର ଘାଟି ଅଞ୍ଚଳରେ ଥିବା ମୁଷନାଳ ଓ ବିଜେପୁରଠାରେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ଟାୱାର ସ୍ଥାପନ କରାଯାଇଛି। ହେଲେ ତାହା ନାମକୁ ମାତ୍ର। ୪-ଜି ନେଟ କଥା କୁହାଯାଉଛି ହେଲେ କିଛି କାମ କରୁନାହିଁ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରିଛନ୍ତି। ହେଲେ ସରକାରୀ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁ ତାହା ବାଟବଣା ହେବାରେ ଲାଗିଛି। ଲୋକେ କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି। ଲାଞ୍ଜିଗଡ ସହରବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନକୁ ଏଡାଇ ଦିଆ ଯାଇ ନ ପାରେ। ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ଉତ୍ସବ

ବଲାଙ୍ଗୀର ଲୋକଉତ୍ସବକୁ ଇତିମଧ୍ୟରେ ୨୦ ବର୍ଷ ପୂରିଛି। ଜାନୁୟାରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଂଶତିତମ ଜିଲାସ୍ତରୀୟ ବଲାଙ୍ଗୀର ଲୋକ ଉତ୍ସବ ଶେଷ ହୋଇଛି। ଏହି...

ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମକୁ ଏସ୍‌ଏଚ୍‌ଜି ମହିଳାଙ୍କ ବିରୋଧ

ବେତନଟୀ, ୧୦ା୬(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଋଣ ଗ୍ରହୀତାମାନଙ୍କୁ ଅଗଷ୍ଟମାସ ପର୍ଯ୍ୟନ୍ତ ଋଣ କିସ୍ତି ପୈଠ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି...

ଲକ୍‌ଡାଉନ୍‌ ଉଠିବା ପରେ ଗଞ୍ଜାମକୁ ଫେରିବେ ଲୋକେ: ସରପଞ୍ଚଙ୍କ ସହ ଆଲୋଚନା, ଆଇସୋଲେଶନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଉଠିବା ପରେ ବାହାର ରାଜ୍ୟରେ ଅଟକିଥିବା ଲୋକେ ଗଞ୍ଜାମ ଜ଼ିଲାକୁ ଫେରିବେ। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ...

ଗୋଟିଏ ପରିବାରରେ ସ୍ବାମୀଙ୍କୁ ୪, ସ୍ତ୍ରୀଙ୍କୁ ଗୋଟିଏ ପଦବୀରେ ନିଯୁକ୍ତି

ରେମାଲକାନଗିରି,୩୦।୩ (ଡି.ଏନ.ଏ.) – ମାଲକାନଗିରି ଜିଲା ମାଥିଲି ବ୍ଲକର ଗାଙ୍ଗରାଜଗୁମ୍ମା ଗ୍ରାମର ଗୋଟିଏ ପରିବାରର ସ୍ବାମୀଙ୍କୁ ୪ଟି ପଦରେ ନିଯୁକ୍ତି ମିଳିଥିବା ବେଳେ ସ୍ତ୍ରୀଙ୍କୁ ଗୋଟିଏ...

ବିକ୍ରି ହୋଇ ପାରୁଛି ମଦ, ଖୋଲୁନି ଦୁଗ୍ଧ ଉତ୍ପାଦକ ସମିତି: ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବରଗଡ଼ ଅଫିସ,୨୬।୭: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେତେବେଳେ ଲକ୍‌ଡାଉନ ତ ଆଉ କେତେବେଳେ ଶଟଡାଉନ କଟକଣା ଲାଗୁ ହେଉଛି। ଏଭଳି ସ୍ଥିତିରେ ବିଭିନ୍ନ...

ରଥ ଗଢ଼ି ମନକଥା ଜଣାଇଲେ ଶୁଭ୍ରାଂଶୁ

ଖୋର୍ଦ୍ଧା ଅଫିସ,୧୩।୭: ଚଳିତ ବର୍ଷ କରୋନା ସଂକ୍ରମଣ ପାଇଁ ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରହିଛି। ଶ୍ରୀକ୍ଷେତ୍ରକୁ ଯାଇ ନ ପାରି...

ସାମ୍ନାରୁ ଆସୁଥିବା ବାଇକକୁ ଧକ୍କା ଦେଲା ଟ୍ରକ

ବଲାଙ୍ଗିର ଅଫିସ୍‌, ୧୭।୯: ବଲାଙ୍ଗିର ଜିଲାର ଦେଓଗାଁ ନିକଟ ସାଗରପାଲି ଠାରେ ଏକ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳୁ ୨୬ ନମ୍ବର ଜାତୀୟ ରାଜପଥରେ ଏକ...

ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ କମ୍ପାନୀ ଅଧିକାରୀଙ୍କୁ ଚିଠି ଲେଖିଲେ ଜିଲାପାଳ

ଭବାନୀପାଟଣା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ ଏବଂ ଜିଓ ନେଟ୍‌ଓ୍ବର୍କ ଲାଗି ଟାୱାର ପ୍ରତିଷ୍ଠା ପାଇଁ ଜିଲାପାଳ ଡ. ଗାଭିଲ ପରାଗ ହର୍ଷଦ...

Advertisement
Archives

Model This Week