ଏଇ ଭାରତରେ

ଦେଶରୁ ଘରଚଟିଆ ବଂଶ ଲୋପ ପାଇଯାଉଥିବାବେଳେ ସେମାନଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଛନ୍ତି ରାକେଶ ଖତ୍ରି। ସେ ଏହି ପକ୍ଷୀଙ୍କ ପାଇଁ ହାତରେ ବସା ତିଆରି କରୁଛନ୍ତି। ଏବେ ସୁଦ୍ଧା ସେ ୨.୫ ଲକ୍ଷ ବସା ତିଆରି କରିସାରିଲେଣି ଏବଂ ୧୦ ଲକ୍ଷ ପିଲାଙ୍କୁ ଏହାର ନିର୍ମାଣ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଛନ୍ତି। ପକ୍ଷୀ ସୁରକ୍ଷା ସକାଶେ ସେ ବ୍ୟବସାୟ ଛାଡ଼ିଦେଇଛନ୍ତି ଓ ଜଣେ ପରିବେଶବିତ୍‌ ଭାବେ ଦୁଇ ଦଶନ୍ଧି ହେବ ଘରଚଟିଆ ବଂଶ ସୁରକ୍ଷା ସକାଶେ ଅଭିଯାନ ଚଳାଇଛନ୍ତି। ପ୍ରଥମେ ସେ ନଡ଼ିଆକତା ଏବଂ ଖବରକାଗଜରେ ବସା ନିର୍ମାଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେ ବସାରେ ବାଉଁଶ କାଠି ବ୍ୟବହାର କରି ତାହାକୁ ମଜଭୁତ କରିଥିଲେ ଏବଂ ସେଗୁଡ଼ିକୁ ଦିଲ୍ଲୀସ୍ଥିତ ତାଙ୍କ କଲୋନିର ବିଭିନ୍ନ ସ୍ଥାନରେ ଲଗାଇଥିଲେ। କିଛିଦିନ ପରେ ୪ଟି ଘରଚଟିଆ ଆସି ବସାରେ ରହିଥିଲେ ଏବଂ ତାହା ରାକେଶଙ୍କୁ ଖୁବ୍‌ ଉତ୍ସାହିତ କରିଥିଲା। ଏହା ପରଠାରୁ ସେ ୨.୫ ଲକ୍ଷ ବସା ତିଆରି କରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଲଗାଇଛନ୍ତି। କେବଳ ଏତିକି ନୁହେଁ, ସେ ପିଲାମାନଙ୍କୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଏବଂ ଇ-ଓ୍ବେଷ୍ଟ ରିସାଇକିଲିଂ ଉପରେ ପ୍ରଶିକ୍ଷଣ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାରବାଦ ପ୍ରତିବଦ୍ଧତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଶୁଦ୍ଧ ଶାକାହାରୀ ଉତ୍ସବ ସମ୍ଭବତଃ ଭଲ। ଏଥିରେ ତୁମକୁ ଶୁଦ୍ଧ ଶାକାହାରୀମାନେ ବିନା ମାଂସ, କ୍ଷୀର, ଅଣ୍ଡାର ବ୍ୟକ୍ତିଟିଏ କରିବା...

ପ୍ରାତଃଭ୍ରମଣ, ବ୍ୟାୟାମ ଓ ଅର୍ଥନୀତି

ଈପ୍ସିତା ମହାନ୍ତି ସାରା ଦେଶରେ ଅର୍ଥନୀତିକୁ ନେଇ ଚର୍ଚ୍ଚା ଚାଲିଛି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଲୋକେ ଚିନ୍ତା ପ୍ରକଟ କରୁଛନ୍ତି। ଏଭଳି ସମୟରେ ଯଦି...

ଏଇ ଭାରତରେ

କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମଦ। ଅଜଣା ମୃତଦେହକୁ ସଂସ୍କାର କରିବା ତାଙ୍କର ନିଶା। ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରନ୍ତି। ମାତ୍ର...

ବ୍ୟବସ୍ଥା ନତମସ୍ତକ

ଆକାର ପଟେଲ   ଗଣତାନ୍ତ୍ରିିକ ସରକାରର ବ୍ୟାପକତା ବହୁ ସମୟରେ ହ୍ରାସ ପାଇ ନିର୍ବାଚନ ପ୍ରକ୍ରିୟାରେ ସୀମିତ ରହେ। ଅବଶ୍ୟ ଏହା ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ...

ପୁଅ ନାଁ ଗୋପାଳିଆ

୭୪ତମ ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କଲା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଅବତାରଣା କରିଛନ୍ତି।...

ଛଦ୍ମ ଜାତୀୟତା

ଆକାର ପଟେଲ ଚାଇନାର ଅନୁପ୍ରବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସମସ୍ତେ ବିସ୍ମିତ ହୋଇଛନ୍ତି। ମୋଦି ନିଜକୁ ଜଣେ ଜାତୀୟତାବାଦୀ ବୋଲି ବିଜ୍ଞାପିତ କରିଆସିଛନ୍ତି। ତେଣୁ...

ବିନାଶର ସୁଯୋଗ

‘ଗଡ୍‌ସ ଓନ୍‌ କଣ୍ଟ୍ରି’ ବା ‘ଈଶ୍ୱରଙ୍କ ନିଜ ଦେଶ’ ଭାବେ ପରିଚିତ କେରଳ ପରିବେଶର ପ୍ରତିକୂଳ ପ୍ରଭାବକୁ ସାମ୍ନା କରିଚାଲିଛି। ୨୦୧୮ ଓ ୨୦୧୯ର ବର୍ଷା...

ମର୍ଯ୍ୟାଦା ଜଗିବ କିଏ

ପ୍ରେଷ୍ଟିଜ୍‌ ବା ମର୍ଯ୍ୟାଦା। ଏହା ଏକ ଶବ୍ଦ ବା ଅନୁଭବ ହୋଇପାରେ। କିନ୍ତୁ ଅନେକେ ଏହାକୁ ସାମଗ୍ରୀ ଭାବେ ଦେଖିଥାଆନ୍ତି। କଥା କଥାରେ ଲୋକେ କହିଥାଆନ୍ତି...

Advertisement
Archives

Model This Week