ମୋ କଥା ଲାଗିଲା

ଦ୍ୱିତୀ ଚନ୍ଦ୍ର ସାହୁ

ଗାଁରେ ପଶିବା ବାଟରେ ସ୍ବାଗତ କରି ରହିଥିଲା ଅନେକ ପୋଷ୍ଟର। ଦି’ ପାଖରେ ଖୁଣ୍ଟରେ ପୋତା ହୋଇଥିଲା ଫ୍ଲେକ୍ସ ବ୍ୟାନର। ସାହିର ମଝାମଝି ଶୂନ୍ୟରେ ଝୁଲୁଛି ବ୍ୟାନର। ଲୋକ ଭିନ୍ନ ଭିନ୍ନ ହେଲେ ବି ସମସ୍ତେ ହସ ହସ ବଦନରେ ଦି’ ହାତକୁ ଯୋଡ଼ି ପ୍ରଣାମ ମୁଦ୍ରାରେ ଥିଲେ। ଲାଗୁଛି କେଡ଼େ ଅନୁନୟ ହେଉଛନ୍ତି ଚିତ୍ରରେ। ସୁନ୍ଦର ସୁନ୍ଦର ଧାଡ଼ି, ଢଗ ଓ କବିତାରେ ନିଜ କଥାକୁ କହୁଛନ୍ତି। ଅନେକଙ୍କୁ ଖାଇବାକୁ ତର ନାହିଁ। ଗାଁଟା ଏବେ ଶୀତରେ ବି ତାତି ଲାଗୁଛି। ପାନ ଦୋକାନ, ଛକ, ଉଚ୍ଚ ପିଣ୍ଡାରେ କେବଳ ରାଜନୀତି ଚର୍ଚ୍ଚା। ମାଆଙ୍କ ଶ୍ରାଦ୍ଧ କାମ ସରିଲା। କୋଭିଡ୍‌ ନିୟମ ମୁତାବକ ସୀମିତ ଲୋକଙ୍କୁ ନେଇ ପଙ୍‌କ୍ତି ଭୋଜନର ବ୍ୟବସ୍ଥା ହୋଇଥିଲା। ଖାଇବା ସ୍ଥାନଟି ନିମିଷକରେ ରାଜନୀତିମୟ ହୋଇଗଲା। ଶ୍ରାଦ୍ଧ ଭଳି ଛୋଟକାଟିଆ ସମାବେଶକୁ ବି ହାତଛଡ଼ା କରିବାକୁ ହେଳା କଲେନି ପ୍ରାର୍ଥୀ ପ୍ରାର୍ଥିନୀ । ଜଣେ ଜଣେ ପର୍ଯ୍ୟାୟକ୍ରମିକ ଭାବେ ଆସି ଖାଉଥିବା ଲୋକଙ୍କ ସହ ଦୁଃଖସୁଖ ହୋଇ ଯେ ଝା ରାସ୍ତାରେ ଭୋଟଦେବାକୁ ଅନୁରୋଧ କଲେ। ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କ ଆଚରଣଠାରୁ ବଡ଼ ଆଶ୍ଚର୍ଯ୍ୟ ଲାଗିଲା ସେମାନଙ୍କ ଭେକ। ଜଣେ ବେକରେ ଚେନ ଲଗାଇ ଗୋଟେ ତାଲା ଝୁଲେଇଛି। ଆଉ ଜଣେ ପେଟ ସରି ଦଉଡ଼ିଟିଏ ଓହଳାଇ ସେଥିରେ ଗୋଟେ ବହିକୁ ଖୋଲାମେଲା କରି ପ୍ରଦର୍ଶିତ କରିଛି। ଆଉ ଜଣେ ହାତରେ ବାଲ୍‌ତି ଧରି ବୁଲୁଛି। ଜଣେ ଆସିଲା ଧୁଡ଼ଧାଡ଼ କରି ବଜେଇଲା ଡ୍ରମ। କିଛି ସମୟ ପରେ କରତ ଉଞ୍ଚେଇ ଆଉ ଜଣେ କହିଲା – ‘ଏଥର ସମସ୍ତ ଦୁର୍ନୀତିର ଗଣ୍ଡିଙ୍କୁ କାଟିବା ଆସ !
ମୁଁ ଏଥର ଛିଡ଼ା ହୋଇଛି। ମୋତେ ଥରେ ଭୋଟ ଦେଇ ଦେଖ।’ ସେମିତି କେହି କେହି ଆଖିରେ କଳା ଚଷମା, କେଟିଲି, ଷ୍ଟୁଲ, ଲଣ୍ଠନ, ହାତପଙ୍ଖା ଆଦି ଧରି ଘୂରି ବୁଲୁଛନ୍ତି ନିଜ ଚିହ୍ନକୁ ଚିହ୍ନେଇବା ପାଇଁ। ବାକି କେତେ ଜଣ ନିଜ ଚିହ୍ନକୁ ନେଇ ଅସହାୟ। ସେଥିପାଇଁ ମୋଟର କାର, ବସ୍‌ ଭଳି ଖେଳଣାର ପ୍ରତିକୃତି ଧରି ବୁଲୁଛନ୍ତି। ବଡ଼ କଥା ହେଲା ଜଣେ ପ୍ରାର୍ଥୀ କି ପ୍ରାର୍ଥିନୀ ଆସି ଚାଲିଗଲା ପରେ ଆରମ୍ଭ ହେଉଥିଲା ସେମାନଙ୍କ ବିଷୟରେ ଆଲୋଚନା। ବ୍ୟକ୍ତିତ୍ୱର ବିଶ୍ଲେଷଣ। ସେଇ ବ୍ୟକ୍ତିର ହେଉଥିଲା ଚରିତ୍ର ଚିତ୍ରଣ। ତଳ ଦିନରେ ସେ କୋଉଠି କ’ଣ କହିଥିଲା ଓ କେଉଁ ସବୁ ବାହାସ୍ଫୋଟ ମାରିଥିଲା ତା’ର ଅବିକଳ ମିମିକ୍ରି କରି ଜଣେ ଅଧେ କହୁଥିଲେ। ଶୁଣିବା ବାକି ଥୋକାଏ ହସୁଥିଲେ।
ପଞ୍ଚାୟତ ନିର୍ବାଚନରେ ସବୁଠାରୁ ବଡ଼ କଥା ହେଲା ବ୍ୟକ୍ତିତ୍ୱ। ରାଜନୈତିକ ଚିହ୍ନକୁ ଛାଡ଼ି ସାଧାରଣ ଚିହ୍ନକୁ ନେଇ ସରପଞ୍ଚ ଓ ସମିତିସଭ୍ୟ ପଦବୀ ଲାଗି ଲଢୁଥିବା ଲୋକଙ୍କ କଥା ଗୁରୁତ୍ୱପୂର୍ଣ୍ଣ। ସେଠି ପାର୍ଟି ଅପେକ୍ଷା ମାଟିର ଗୁରୁତ୍ୱ ଅଧିକ। ବ୍ୟକ୍ତିଠାରୁ ବ୍ୟକ୍ତିତ୍ୱର ମୂଲ୍ୟ ବେଶି। ଚେହେରା ଅପେକ୍ଷା ଚରିତ୍ର ଭାରି ଲାଗେ। ଅତୀତର ଛୋଟ ଛୋଟ ଆଚରଣ ବଡ଼ ବଡ଼ ଘଟଣା ହୋଇଯାଏ । ସାନ ସାନ କଥା ବଡ଼ ବଡ଼ ବୋମା ଭଳି ବିସ୍ଫୋରଣ ହୁଏ ଗାଁ ପରିସରରେ। ଅତୀତକୁ ପଛରେ ଛାଡ଼ି ବର୍ତ୍ତମାନରେ ବଞ୍ଚୁଥିବା ଲୋକଙ୍କ ପାଇଁ ନିର୍ବାଚନରେ ଅତୀତ ସବୁ ସିନେମା ପରଦାର ଛବି ଭଳି ଭାସି ଉଠେ। ବର୍ତ୍ତମାନ ଅପେକ୍ଷା ଅତୀତର ମୂଲ୍ୟ ବେଶି ଓଜନ ଲାଗେ । ଭବିଷ୍ୟତ କଥା ତ ସମସ୍ତଙ୍କ ପାଇଁ ଦୂର ଦିଗ୍‌ବଳୟ। ଭବିଷ୍ୟତକୁ ନେଇ ରାଜନୀତିରେ ଟଣାଓଟରା ଚାଲେ। ଗୋଟେ ଅଜବ ନିଶାରେ ହେଉ କିମ୍ବା ଅନ୍ୟ ଦ୍ୱାରା ପ୍ରରୋଚିତ ହୋଇ ପ୍ରାର୍ଥୀ ହୋଇଗଲା ପରେ ନିଜର ଅତୀତର କର୍ମ ସବୁ ନିଜ ନିକଟରେ ଛାଟିପିଟି ହୁଅନ୍ତି। ଭଲ କର୍ମ ସବୁ ଦମ୍ଭ ଯୋଗାଏ। କୁକର୍ମ ନିଜକୁ ଦୁର୍ବଳ କରେ। ତାକୁ ଘୋଡ଼ାଇବା ଲାଗି ଅଜସ୍ର ମିଛ କହିବାକୁ ହୁଏ। କୃତ୍ରିମ ଆଚରଣ ପ୍ରଦର୍ଶନ କରିବାକୁ ପଡ଼େ। ଟାଉଟର ନିଜର ଜୟଗାନ କରେ। ଗୁଣ୍ଡା ଜନତାଙ୍କ ଭେଣ୍ଡା ଭଳି ଅଭିନୟ କରେ। ମିଠା ଛଳନାରେ ରଙ୍ଗେଇବାକୁ, କୃତ୍ରିମ ସରାଗରେ ବୁଡ଼ାଇବାକୁ, ମିଛ ପ୍ରତିଶ୍ରୁତିରେ ବୁଡ଼େଇବାକୁ ହେଳା କରନ୍ତିନି କେହି। ସବୁଠି ପ୍ରେମ ଛଳଛଳ, ଭାବ ଗଦଗଦ। ମଧୁର ବଚନର ବାଆ। ଅସାଧୁ ରାତାରାତି ନିଜେ ସାଧୁ ହୋଇଯାଏ ଯେମିତି। କିନ୍ତୁ ପ୍ରତିକ୍ଷଣ ତା’ର ଅତୀତ ମାରି ଗୋଡ଼ାଏ। ଏସବୁ ପରେ ବି ଅର୍ଥ କାଳେ ଅନର୍ଥ କରେ ନିର୍ବାଚନରେ। ରାତାରାତି ପଟ ବଦଳିଯାଏ। ପବନର ଦିଗ ପରିବର୍ତ୍ତନ ହୁଏ। ଏକଥା ବି ସତ ଅର୍ଥ ସତ୍ତ୍ୱେ ବି ସବୁ ବ୍ୟର୍ଥ ହୁଏ। ମୁହଁମାଡ଼ି ମାଟି କାମୁଡ଼ିବାକୁ ପଡ଼େ। ସଫଳତାର ସ୍ବପ୍ନରେ ବିଭୋର ମଣିଷ ଫଳାଫଳରେ ଆତ୍ମହରା ହେବାକୁ ବାଧ୍ୟ ହୁଏ। ଗାଁ ରାଜନୀତିରେ ସହଜରେ ଭୋଟ ଭାଗ ଭାଗ ହୁଏ। ଗଣତନ୍ତ୍ରରେ ସମସ୍ତେ ସମାନ ଯଦିଓ ପଞ୍ଚାୟତ ନିର୍ବାଚନରେ ଜାତି, ଧର୍ମ, ଗୋଷ୍ଠୀ, ସଂସ୍କୃତି, ପରମ୍ପରା ଆଦି ଅନେକ କାରକ ବଡ଼ ଫରକ ଆଣେ। କୋଠ ଘର, ଭାଗବତ ଟୁଙ୍ଗି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଖଡା, କ୍ଲବ, ସଂଘ, ସଂଗଠନ, ଗୋଷ୍ଠୀ, ପରିଷଦ, ଜାତିଭିତ୍ତିକ ସମାଜର ଗୁରୁତ୍ୱ ବଢ଼ିଯାଏ। ବେଳେବେଳେ ସାମାନ୍ୟ କିଛି ପରିମାଣର ଅନୁଦାନ ହେଉ ଅବା କିଛି ଲୋଭନୀୟ ସାମଗ୍ରୀ ବଦଳରେ ମେଣ୍ଢା ପଲ ପ୍ରାୟ ଆଖି ବୁଜି ମୁଖିଆଙ୍କ ଇଙ୍ଗିତରେ ଭୋଟ ଦେଇଦିଅନ୍ତି। ପଛରେ ହୁଏତ ବହୁତ ପସ୍ତେଇବାକୁ ପଡ଼େ ଏମାନଙ୍କୁ।
ପଞ୍ଚାୟତ ନିର୍ବାଚନ ବ୍ୟକ୍ତିତ୍ୱର ମୂଲ୍ୟାୟନ ହୁଏ ଅଧିକ। ଅତି ନିକଟରୁ ଦେଖୁଥିବା ମଣିଷମାନଙ୍କୁ ଲୋକେ ସହଜରେ ମୂଲ୍ୟାୟନ କରନ୍ତି। ଅନେକ ଲୋକଙ୍କ ଆତ୍ମସମ୍ମାନ ଧୂଳିସାତ ହୋଇଯାଏ। ଅହଂ ଚୂରମାର ହୋଇଯାଏ। ନିଜ ଭିତରେ ବିଭେଦ ସୃଷ୍ଟିହୁଏ। ପରିବାରରେ ପାଚେରି ଉଠିଯାଏ। ଅଥଚ ମାମୁଲି ଲୋକଟି ବି ନିଜର ଭଲପଣ ପାଇଁ ବିଜୟ ମୁକୁଟ ପିନ୍ଧିପାରେ। ଗାଁ ରାଜନୀତି ଯେ ଏବେ ପ୍ରଖର ଓ ସମ୍ବେଦନଶୀଳ ବୁଝିବାକୁ ବାକି ରହିଲା ନାହିଁ। ପ୍ରାର୍ଥୀମାନେ ନିଜର ପ୍ରଚାର ସହ ବାକି ଲୋକର କୁତ୍ସାରଟନା କରୁଥିଲେ। ଏମିତିରେ ବିଦାୟୀ ସରପଞ୍ଚ ପହଞ୍ଚତ୍ଲେ ସେଠିକୁ। ଜଣେ କେହି ପଚାରିଲା – ‘ସିଟ୍‌ ବଦଳିବାରୁ ତୁମେ ସିନା ପ୍ରାର୍ଥୀ ହୋଇପାରିବନି, ହେଲେ ତୁମ ଘର ଲୋକ ଭିତରୁ କାହାକୁ ଛିଡ଼ା କଲନି?’ ସାମାନ୍ୟ ହସି ଦେଇ ନିଜ ଅଭିଜ୍ଞତାରୁ ସେ କହିଲେ – ”ନାଇଁ ବାବୁ ! ବଡ଼ ଜାତି ଏ ରାଜନୀତି। ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି। ଭଲ ଲୋକଙ୍କୁ ଇଠି ଜାଗା ନାହିଁ। ଗୋଳିଆ ପାଣିରେ ଜାଣି ଜାଣି କି ପାଇଁ ଗୋଡ଼ ଧୋଇବାର ! ଏସବୁ ପାଇଁ ଅଲଗା ଲୋକ ଅଛନ୍ତି !“ କଥା ଶେଷ ହେଲାବେଳକୁ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ଜଣେ ବାଳୁଙ୍ଗା ଟୋକା ଆସି ତୁରନ୍ତ ବିଦାୟୀ ସରପଞ୍ଚକୁ କହିଲା – ‘ମଉସା ! ଏଥର ମୁଇଁ ଛିଡ଼ା ହେଇଛି ଟିକେ ଦେଖିବ! ମୋ କଥା ଲାଗିଲା!’ ଏତିକି କଥାରେ ଫେଁ କରି ହସିବାକୁ ବାକି ଲୋକଙ୍କୁ ପରିସ୍ଥିତି ବାଧ୍ୟ କରିଥିଲା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri