ଏଇ ଭାରତରେ

ଆମେରିକାରେ ଚାକିରି ପାଇବା କିଛି କମ୍‌ କଥା ନୁହେଁ। ଏମିତି ଏକ ଚାକିରି ପାଇଥିଲେ କିରୁ ମୟିକାପିଲାଇ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ସେ ତାହାକୁ ଛାଡ଼ି ଭାରତ ଫେରି ଆସି ଷ୍ଟାର୍ଟ ଅପ୍‌ ମାଧ୍ୟମରେ ଜୈବିକ ହଳଦୀ ଚାଷକୁ ବ୍ୟାପକ କରିବା ସହ କୃଷକମାନଙ୍କ ରୋଜଗାର ବଢ଼ାଇ ପାରିଛନ୍ତି। ତାମିଲନାଡୁର ସାଲେମ୍‌ ସହରରେ କିରୁଙ୍କ ଘର। ତାଙ୍କ ବୟସ ଏବେ ୩୪। ସେ ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟ୍ସରୁ ଏମ୍‌ବିଏରେ ଡିଗ୍ରୀ ହାସଲ କରିବା ପରେ ଏକ ଆମେରିକାନ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ୨୦୧୮ରେ ତାହାକୁ ଛାଡ଼ିି ଭାରତ ଫେରି ଉକ୍ତ କାର୍ଯ୍ୟ ଆରମ୍ଭ କରିଥିଲେ। ସାଲେମ ଆଖପାଖ ଗଁାଗୁଡ଼ିକରେ ପ୍ରଚୁର ହଳଦୀ ଚାଷ ହେଉଥିବାରୁ ସେ ଜୈବିକ ପଦ୍ଧତିରେ ଏହାର ଚାଷ ଲାଗି କୃଷକମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଧୀରେ ଧୀରେ କୃଷକମାନେ ଏଥିପ୍ରତି ଆକର୍ଷିତ ହେବା ପରେ ଉପତ୍ାଦନ ବଢ଼ିଲା। ଏହାର ମାର୍କେଟ ଲାଗି ମଧ୍ୟ ସେ କୃଷକମାନଙ୍କୁ ସହଯୋଗ କରୁଛନ୍ତି। କୃଷକମାନଙ୍କ ଆୟ ବି ଦୁଇ ଗୁଣ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, କିରୁ ହଳଦୀ ପାଉଡର, ହଳଦୀରୁ ପ୍ରସ୍ତୁତ ସାବୁନ ଓ ବାମ୍‌ ଉପତ୍ାଦକୁ ‘ଦି ଡିଭାଇନ ଫୁଡ୍ସ’ ବ୍ରାଣ୍ଡ୍‌ରେ ବଜାରକୁ ଛାଡ଼ିଛନ୍ତି। ଏହି କାର୍ଯ୍ୟରେ ବହୁ ଲୋକଙ୍କୁ ନିଯୁକ୍ତ କରିଛନ୍ତି ଓ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇ ପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପ ଆବଶ୍ୟକ

ଜୁଲିଆ ଗିଲାର୍ଡ ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ କୋଭିଡ୍‌-୧୯ ମହାମାରୀ ବିଶ୍ୱକୁ କବଳିତ କରି ରଖିଛି। ସ୍ବାସ୍ଥ୍ୟ ଉପରେ ଏହାର ଭୟଙ୍କର ପ୍ରଭାବକୁ ସାରା ବିଶ୍ୱ ଅନୁଭବ...

ଉପନିବେଶବାଦର କୂଟନୀତି ଓ ଆମ ଅର୍ଥନୀତି

ଡ. ଅସୀମା ସାହୁ ଆଶ୍ଚର୍ଯ୍ୟର କଥା ଆଜି ମଧ୍ୟ ବିଶ୍ୱ ତଥା ଆମ ଦେଶର କିଛି ବୁଦ୍ଧିଜୀବୀ ୨୦୦ ବର୍ଷର ଇଂରେଜ ଶାସନକୁ ସକାରାତ୍ମକ ଦୃଷ୍ଟିରେ...

ବିପଜ୍ଜନକ ସ୍ଥିତି

ଭାରତର ରାସ୍ତାରେ ଏକୁଟିଆ ଜଣେ ମହିଳା ସୁରକ୍ଷିତ କି? ସୁରକ୍ଷାକୁ ନେଇ ସେମାନେ ସବୁବେଳେ ବିପଦ ଓ ଭୟ ଅନୁଭବ କରୁଛନ୍ତି କି? ଉତ୍ତର ଜାଣିବା...

ପହଞ୍ଚିବେ କି ୩୭ ?

ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଭାଜପାର ଦୀର୍ଘଦିନର ଷଡ଼ଯନ୍ତ୍ର ସେଠାକାର ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡି (ଏମ୍‌ଭିଏ) ସରକାରକୁ ଅଡ଼ୁଆରେ ପକାଇଛି। ସଦ୍ୟ ଘଟଣାକ୍ରମରେ...

ମ୍ୟାଲେରିଆ ନିରାକରଣ

ସୁନୀତା ଶତପଥୀ ଭାରତ ମ୍ୟାଲେରିଆ ବିରୋଧରେ ଯୁଦ୍ଧ ଜିତି ଆସୁଛି, କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଅନେକ ରୋଗ ମଶା ଦ୍ୱାରା ସଂକ୍ରମିତ...

ସମ୍ପାଦକୀୟ/ କିଏ ବଞ୍ଚାଇବ

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ବିପର୍ଯ୍ୟସ୍ତ ହେବାରେ ଲାଗିଛି, ତାହା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଅପରାଧରୁ ଦେଖିବାକୁ ମିଳୁଛି। ନିକଟରେ କଳାହାଣ୍ଡି...

ଜୋକୋଭିଚ୍‌ ବନାମ ଅଷ୍ଟ୍ରେଲିଆ

ଭାରତରେ ସରକାରୀ ବ୍ୟବସ୍ଥାରେ ନିତିଦିନିଆ ଏପଟସେପଟ ନିଷ୍ପତ୍ତି ଦେଖି ସମସ୍ତେ ବିରକ୍ତ ହେବା ସ୍ବାଭାବିକ। ରାଜନୈତିକ କିମ୍ବା ଅମଲାତାନ୍ତ୍ରିକ ଚାପରେ ସରକାରୀ କଳ ଏପାଖ ନ...

ମହାକାଶ କନ୍ୟା

ବ୍ୟକ୍ତିତ୍ୱ/ ଶିବ ପ୍ରସାଦ ପୁହାଣ ପିଲାଦିନୁ କ୍ରିଷ୍ଟିନା ମହାକାଶ ଯିବାର ସ୍ବପ୍ନ ଦେଖିଥିଲେ। ତାହା ୧୪ ମାର୍ଚ୍ଚ, ୨୦୧୯ରେ ସାକାର ହୋଇଥିଲା। ଏହି ଦିନ ସେ...

Advertisement
Archives

Model This Week