ଏଇ ଭାରତରେ

ମହାମାରୀ ସମୟରେ ଲକ୍‌ଡାଉନ ଅନେକଙ୍କୁ ନୂଆ ବାଟ ଦେଖାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଲାଲ୍‌ ବହାର। ସେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ଲାଇବ୍ରେରି ଖୋଲିଛନ୍ତି। ପ୍ରଥମେ ସେ ତାଙ୍କ ଗାଁରେ ପିଲାମାନେ ପଢିବା ଲାଗି ଲାଇବ୍ରେରି ଖୋଲିଥିଲେ। ପରେ ୨୫୦ ଗାଁରେ ଲାଇବ୍ରେରି ଖୋଲିଛନ୍ତି। ଲାଲ୍‌ ବହାର ଗାଜିଆବାଦ ନିକଟସ୍ଥ ମନୌଲି ଗାଁରେ ରୁହନ୍ତି। ସେ ନ୍ୟାଶନାଲ ହ୍ୟୁମାନ ରାଇଟ୍‌ସ କମିଶନରେ ଜଣେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରନ୍ତି। ଲକ୍‌ଡାଉନ ସମୟରେ ସେ ସରପଞ୍ଚଙ୍କ ସହ କଥା ହୋଇ ପୁରୁଣା ପଞ୍ଚାୟତ ଭବନରେ ଏକ ଲାଇବ୍ରେରି ଖୋଲିଥିଲେ। ଗାଁରେ ତାଙ୍କ ଭଳି ଅନ୍ୟ ସରକାରୀ ଚାକିରିଆମାନଙ୍କୁ ଏକାଠି କରି ସେମାନଙ୍କ ଆର୍ଥିକ ସହାୟତାରେ ଏହା ସମ୍ଭବ ହୋଇଥିଲା। କେବଳ ଦୁଇ ମାସରେ ସେ ଏଥିପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରିପାରିଥିଲେ। ଏହି ଲାଇବ୍ରେରିରେ ୬୦ ଜଣ ପିଲା ବସିବାର ବ୍ୟବସ୍ଥା ରହିଛି। ପରେ ଲାଇବ୍ରେରି ଖୋଲିବା ଲାଗି ତାଙ୍କୁ ବିଭିନ୍ନ ଗାଁରୁ ଲୋକମାନେ ଅନୁରୋଧ କଲେ। ଏହାକୁ ଲକ୍ଷ୍ୟ କରି ସେ ‘ମିଶନ ଗ୍ରାମ ପାଠଶାଳା’ ଆରମ୍ଭ କରି ତା’ମାଧ୍ୟମରେ ଦିଲ୍ଲୀ, ରାଜସ୍ଥାନ ଏବଂ ହରିୟାଣାରେ ବିଗତ ଦେଢ଼ବର୍ଷ ମଧ୍ୟରେ ୨୫୦ ଲାଇବ୍ରେରି ଖୋଲି ସାରିଛନ୍ତି। ସବୁ ଲାଇବ୍ରେରିରେ ରହିଥିବା ବହି ଦାନ ସୂତ୍ରରେ ସଂଗ୍ରହ କରାଯାଇଛି। ଏହି ଲାଇବ୍ରେରି ଖୋଲିିବା ପରେ ଯୁବକମାନେ ପଢ଼ିବାର ସୁଯୋଗ ପାଉଛନ୍ତିି ଓ ବହୁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି ବୋଲି କହନ୍ତି ବହାର। ଗାଁର ପିଲାମାନେ ଲାଇବ୍ରେରି ସଫା କରିବା ସହ ବହଗୁଡ଼ିକର ଯନତ୍ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୂଲ୍ୟବୋଧ ଶିକ୍ଷା ଆବଶ୍ୟକ

ଡ. ମନୋରଞ୍ଜନ ପ୍ରଧାନ ସାଧୁତା, ସଚ୍ଚୋଟତା ତଥା ସଦାଚାର ମନୁଷ୍ୟର ସର୍ବଶ୍ରେଷ୍ଠ ମୂଲ୍ୟବୋଧ; ଯାହା ପାଇଁ ସେ ନିଜକୁ ଜୀବଶ୍ରେଷ୍ଠ ବୋଲି ଗର୍ବ କରେ। କିନ୍ତୁ...

କାହିଁ ସେଦିନର ଲୁହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଓଡ଼ିଶାରେ ଫନୀର ତାଣ୍ଡବ ପରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଖାଇବାକୁ ପାଉନାହାନ୍ତି। ଜୀବିକା ହରାଇଛନ୍ତି। ଅବଶ୍ୟ ସରକାର ଯଥାସାଧ୍ୟ...

ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ...

ଏଇ ଭାରତରେ

ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ଏକ ସ୍କୁଲ ବନ୍ଦ ରହିବା ପରେ ଏବେ ଖୋଲିଛି। ଛତିଶଗଡ଼ ବିଜାପୁର ଜିଲାର ନକ୍ସଲ...

ନିର୍ବାଚନ ଓ ଦେଶଭାବନା

ଡ. ଶରତଚନ୍ଦ୍ର ରଥ କିଛି ଲୋକ ଅଛନ୍ତି ଯାହାଙ୍କର କେବଳ ନୋଟ ପାଇଁ ଚିନ୍ତା। ଶୟନେ ସ୍ବପନେ ଜାଗରଣେ କେବଳ ସେଇ ନୋଟ କଥା ହିଁ...

ହସ୍ପିଟାଲରେ ସୌରଶକ୍ତିର ବ୍ୟବସ୍ଥା

ସଞ୍ଜୟ ସାନ୍ୟାଲ, ସଙ୍ଗୀତା ରାଣେ ଓ ଅରବିନ୍ଦ ଶାଶ୍ୱତ ଏହା ଥିଲା ଏକ ବର୍ଷାମୁଖର ସଂଧ୍ୟା, ଯେତେବେଳେ ଡାକ୍ତର କାନିଲି ଜିମୋଙ୍କ ରୋଗିଣୀଙ୍କୁ ଜରୁରୀ ଅସ୍ତ୍ରୋପଚାର...

ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ମନ୍ଦିର

ଅନିଲ କୁମାର ବିଶ୍ୱାଳ ଦେଶରେ ଏବେ ଗୋଟିଏ ବିତର୍କ ଧୀରେଧୀରେ ଦାନା ବାନ୍ଧୁଛି। ବିଶେଷଭାବରେ ଦକ୍ଷିଣ ଭାରତର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶରେ ଏବେ ଦାବି ହେବାରେ...

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ...

Advertisement
Archives

Model This Week