ଏଇ ଭାରତରେ

ମହାମାରୀ ସମୟରେ ଲକ୍‌ଡାଉନ ଅନେକଙ୍କୁ ନୂଆ ବାଟ ଦେଖାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଲାଲ୍‌ ବହାର। ସେ ତାଙ୍କ ସାଙ୍ଗମାନଙ୍କ ସହାୟତାରେ ଲାଇବ୍ରେରି ଖୋଲିଛନ୍ତି। ପ୍ରଥମେ ସେ ତାଙ୍କ ଗାଁରେ ପିଲାମାନେ ପଢିବା ଲାଗି ଲାଇବ୍ରେରି ଖୋଲିଥିଲେ। ପରେ ୨୫୦ ଗାଁରେ ଲାଇବ୍ରେରି ଖୋଲିଛନ୍ତି। ଲାଲ୍‌ ବହାର ଗାଜିଆବାଦ ନିକଟସ୍ଥ ମନୌଲି ଗାଁରେ ରୁହନ୍ତି। ସେ ନ୍ୟାଶନାଲ ହ୍ୟୁମାନ ରାଇଟ୍‌ସ କମିଶନରେ ଜଣେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରନ୍ତି। ଲକ୍‌ଡାଉନ ସମୟରେ ସେ ସରପଞ୍ଚଙ୍କ ସହ କଥା ହୋଇ ପୁରୁଣା ପଞ୍ଚାୟତ ଭବନରେ ଏକ ଲାଇବ୍ରେରି ଖୋଲିଥିଲେ। ଗାଁରେ ତାଙ୍କ ଭଳି ଅନ୍ୟ ସରକାରୀ ଚାକିରିଆମାନଙ୍କୁ ଏକାଠି କରି ସେମାନଙ୍କ ଆର୍ଥିକ ସହାୟତାରେ ଏହା ସମ୍ଭବ ହୋଇଥିଲା। କେବଳ ଦୁଇ ମାସରେ ସେ ଏଥିପାଇଁ ୫ ଲକ୍ଷ ଟଙ୍କା ଯୋଗାଡ଼ କରିପାରିଥିଲେ। ଏହି ଲାଇବ୍ରେରିରେ ୬୦ ଜଣ ପିଲା ବସିବାର ବ୍ୟବସ୍ଥା ରହିଛି। ପରେ ଲାଇବ୍ରେରି ଖୋଲିବା ଲାଗି ତାଙ୍କୁ ବିଭିନ୍ନ ଗାଁରୁ ଲୋକମାନେ ଅନୁରୋଧ କଲେ। ଏହାକୁ ଲକ୍ଷ୍ୟ କରି ସେ ‘ମିଶନ ଗ୍ରାମ ପାଠଶାଳା’ ଆରମ୍ଭ କରି ତା’ମାଧ୍ୟମରେ ଦିଲ୍ଲୀ, ରାଜସ୍ଥାନ ଏବଂ ହରିୟାଣାରେ ବିଗତ ଦେଢ଼ବର୍ଷ ମଧ୍ୟରେ ୨୫୦ ଲାଇବ୍ରେରି ଖୋଲି ସାରିଛନ୍ତି। ସବୁ ଲାଇବ୍ରେରିରେ ରହିଥିବା ବହି ଦାନ ସୂତ୍ରରେ ସଂଗ୍ରହ କରାଯାଇଛି। ଏହି ଲାଇବ୍ରେରି ଖୋଲିିବା ପରେ ଯୁବକମାନେ ପଢ଼ିବାର ସୁଯୋଗ ପାଉଛନ୍ତିି ଓ ବହୁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି ବୋଲି କହନ୍ତି ବହାର। ଗାଁର ପିଲାମାନେ ଲାଇବ୍ରେରି ସଫା କରିବା ସହ ବହଗୁଡ଼ିକର ଯନତ୍ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri