ଏଇ ଭାରତରେ

ଗୋଟିଏପଟେ କାର୍ଯ୍ୟ ଓ ଅନ୍ୟପକ୍ଷେ ଅସହାୟ ପିଲାଙ୍କୁ ଟିଉଶନ ସୁବିଧା ଯୋଗାଇଦେବା ଦାୟିତ୍ୱ ନିର୍ବାହ କରିବା କଷ୍ଟକର ହେଲେ ମଧ୍ୟ ବିହାରର ତିନିଜଣ ସରକାରୀ ଅଧିକାରୀ ଏହାକୁ ନିର୍ବାହ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସନ୍ତୋଷ କୁମାର, ବିଜୟ କୁମାର ଏବଂ ରଞ୍ଜନ କୁମାର ଆମ୍ବେଡକର ଇନିସିଏଟିଭ ଫର୍‌ ମାର୍ଜିନାଲାଇଡ୍‌ (ଏଆଇଏମ୍‌) ପାଠଶାଳା ପ୍ରତିଷ୍ଠା କରି ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି। ଶିକ୍ଷା ଲାଗି ଆବଶ୍ୟକ ସମସ୍ତ ପ୍ରକାର ଉପକରଣ ମଧ୍ୟ ମାଗଣାରେ ପିଲାମାନଙ୍କୁ ଯୋଗାଉଛନ୍ତି। ଗୋପାଳଗଞ୍ଜ, ଓ୍ୟରଙ୍ଗାବାଦ ଏବଂ ସମସ୍ତିପୁର ଜିଲାର ତିନୋଟି କେନ୍ଦ୍ରରେ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଏହି ୩ ଜଣ ସବୁ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସନ୍ତୋଷ ଅରୁଣାଚଳ ପ୍ରଦେଶ ଷ୍ଟାଫ୍‌ ସିଲେକ୍‌ସନ (ଏପିଏସ୍‌ଏସ୍‌ବି)ର ସଚିବ ରହିଛନ୍ତି। ରଞ୍ଜନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ବିଜୟ ଇଣ୍ଡିଆନ୍‌ ରେଲ୍‌ଓ୍ବେ ଟ୍ରାଫିକ୍‌ ସର୍ଭିସ (ଆଇଆର୍‌ଟିଏସ୍‌)ର ଜଣେ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏମାନେ ବିହାରର ଭିନ୍ନ ଭିନ୍ନ ଗଁାର ହେଲେ ମଧ୍ୟ ଏଭଳି ଅଭିଯାନ ସମ୍ମିଳିତ ଭାବେ ଚଳାଉଛନ୍ତି। ସକାଳ ୭ରୁ ୯ଟା ମଧ୍ୟରେ ପ୍ରଥମରୁ ୧୦ମ ପିଲାଙ୍କୁ ପଢ଼ାଯାଉଛିି। ଦରକାର ପଡ଼ିଲେ ବାହାରୁ ବିଭିନ୍ନ ବିଷୟର ଅଭିଜ୍ଞ ଶିକ୍ଷକମାନଙ୍କୁ ଆଣି ପିଲାମାନଙ୍କ ଶିକ୍ଷା ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରତି ସପ୍ତାହରେ ପରୀକ୍ଷା ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri