ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ

ଅମୂଲ୍ୟ କୁମାର ପଣ୍ଡା

ବିଶ୍ୱତାପନ କାରଣରୁ ମେରୁ ଅଞ୍ଚଳରେ ଗଚ୍ଛିତ ଗ୍ଲେସିୟର ତରଳିବାରେ ଲାଗିଛି। ଯେଉଁଥିପାଇଁ କେବଳ ପୃଥିବୀର ଜଳଚକ୍ର ପ୍ରଭାବିତ ହେଉଛି ତାହା ନୁହେଁ, ଆଗାମୀ ଦିନ ପାଇଁ ଏକ ବଡ଼ ବିପଦ ଡାକି ଆଣୁଛି ବୋଲି ବୈଜ୍ଞାନିକମାନେ ବିଶ୍ୱବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ବିଶ୍ୱରେ ଶିଳ୍ପ, କଳକାରଖାନା ଓ ଗାଡ଼ିମୋଟର ଚଳାଚଳରୁ ଧୂଆଁ ଓ ଗ୍ରୀନ ହାଉସ ଗ୍ୟାସ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ତାପମାତ୍ରା ବୃଦ୍ଧି ପାଉଛି। ଜଙ୍ଗଲକଟା, ଜଙ୍ଗଲ ପୋଡ଼ି ଯୋଗୁ ବାୟୁମଣ୍ଡଳରେ ବ୍ଲାକ କାର୍ବନ ‘ଏରୋସୋଲ’ ର ବୃଦ୍ଧି ମଧ୍ୟ ତାପମାତ୍ରା ବଢ଼ାଉଛି। ହିମାଳୟ ପର୍ବତମାଳାର ବରଫାବୃତ୍ତ ଶୃଙ୍ଗ ଉପରେ ଏହି ବ୍ଲାକ କାର୍ବନ ଜମିବା ଫଳରେ ତାପମାତ୍ରା ବଢ଼ି ବରଫ ତରଳିବାରେ ଲାଗିଛି। ବୈଜ୍ଞାନିକମାନେ ସତର୍କ କରି ଦେଇଛନ୍ତି ଯେ ଚଳିତ ଶତାବ୍ଦୀର ମଧ୍ୟ ଭାଗ ଆଡ଼କୁ ପୃଥିବୀର ଅନେକ ସ୍ଥଳଭାଗ ବୁଡ଼ିଯିବ। ୨୦୫୦ ବେଳକୁ ଭୂଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସିବ। ପୃଥିବୀର ତାପମାତ୍ରା ସେତେବେଳକୁ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିବ। ଗ୍ଲେସିୟର ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇବ । ରିପୋର୍ଟ ଅନୁଯାୟୀ ଏବେ ବସବାସ କରୁଥିବା ୩୦୦ ମିଲିଅନ ଲୋକଙ୍କ ଘର ବୁଡ଼ିଯିବ। ଏଥିରେ ୬ଟି ଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ। ଏଗୁଡ଼ିକ ହେଉଛନ୍ତି ଚାଇନା, ବାଂଲାଦେଶ, ଭାରତ, ଭିଏତ୍‌ନାମ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ। ଭାରତର ସ୍ଥାନ ୩ ନମ୍ବରରେ ରହିଛି। ଏହି ରିପୋର୍ଟ ମୁତାବକ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରଭାବିତ ହେବ। ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଗଞ୍ଜାମର ଅନେକ ଉପକୂଳ ଅଞ୍ଚଳ ଜଳମଗ୍ନ ହେବ। ସବୁଠୁ ଅଧିକ ପ୍ରଭାବିତ ହେବେ ବାଲେଶ୍ୱର ଓ ଭଦ୍ରକ। ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନଜନିତ ଅନ୍ତଃରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ମଣ୍ଡଳୀଙ୍କ ମତାନୁସାରେ, ପୃଥିବୀର ତାପମାତ୍ରା ୧.୧ ସେଣ୍ଟିଗ୍ରେଡରୁ ୬.୪ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ଆଗାମୀ ଶହେବର୍ଷ ମଧ୍ୟରେ ବୃଦ୍ଧି ପାଇପାରେ। ଜାତିସଂଘର ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍‌ ଶିଳ୍ପ ବିକାଶଧାରାର ଉତ୍ତାପଠାରୁ ୨୦ ସେଣ୍ଟିଗ୍ରେଡ ତାପମାତ୍ରା ତଳକୁ ଖସାଇ ରଖିବାକୁ ପଡ଼ିବ। ପୃଥିବୀର ତାପମାତ୍ରା ବଢ଼ି ଭୂପୃଷ୍ଠକୁ ଉତ୍ତପ୍ତ କରିବା ସଙ୍ଗେ ସଙ୍ଗେ ସମୁଦ୍ରକୁ ବି ଉତ୍ତପ୍ତ କରୁଛି। ସମୁଦ୍ର ଜଳଭଣ୍ଡାର ସମ୍ପ୍ରସାରିତ ହୋଇ ଜଳପତ୍ତନ ବଢ଼ୁଛି। ଉତ୍ତରମେରୁ ଆର୍କଟିକ ଓ ଦକ୍ଷିଣମେରୁ ଆଣ୍ଟାର୍କଟିକାରେ ରହିଛି ପରସ୍ତ ପରସ୍ତ ବରଫର ଦିଗନ୍ତବିସ୍ତାରୀ ଶୁଭ୍ର ଆବରଣ। ଆଟ୍‌ଲାଣ୍ଟିକ ମହାସାଗରର ଦକ୍ଷିଣ ପଶ୍ଚିମକୁ ରହିଛି ବରଫାବୃତ୍ତ ଗ୍ରୀନ୍‌ଲାଣ୍ଡ ଦ୍ୱୀପ। ସମଗ୍ର ପୃଥିବୀର ଶତକଡ଼ା ୯୦ ଭାଗ ବରଫ ରହିଛି ଏହି ମେରୁ ଅଞ୍ଚଳରେ। ଆଉ ଶତକଡ଼ା ୧୦ ଭାଗ ବରଫ ରହିଛି ପୃଥିବୀର ବିଭିନ୍ନ ଦେଶର ଉଚ୍ଚ ପର୍ବତମାଳାର ଶିଖରରେ ରହିଥିବା ଗ୍ଲେସିୟରଗୁଡ଼ିକରେ। ଉତ୍ତରମେରୁ ଅଞ୍ଚଳର ତାପମାତ୍ରା ବଢ଼ୁଛି। ଉତ୍ତରମେରୁ ଉପରକୁ ଘନୀଭୂତ ଥିବା ପୋଲାର ଆଇସ କ୍ୟାପ ତରଳିବା ଫଳରେ ଅଧିକ ସଂକୁଚିତ ହୋଇଗଲାଣି। ନାସା ଉତ୍ତୋଳିତ ସାଟେଲାଇଟ ଚିତ୍ରରୁ ଜଣାପଡ଼େ ଉତ୍ତରମେରୁର ଚିର ବରଫାବୃତ୍ତ ଅଞ୍ଚଳ ୧୦ ବର୍ଷ ଭିତରେ ପ୍ରାୟ ଶତକଡ଼ା ୯ ଭାଗ ତରଳିଯାଇଛି। ତାପମାତ୍ରା ବୃଦ୍ଧି ଫଳରେ ଉତ୍ତରମେରୁର ଆଟ୍‌ଲାଣ୍ଟିକ ମହାସାଗରରେ ରହିଥିବା ବରଫସ୍ତର ଯେତେ କ୍ଷେତ୍ର ମାଡ଼ି ବସିଥିଲା ତା’ଠାରୁ ବର୍ତ୍ତମାନ କମିଯାଇଛି। ଗ୍ଲେସିୟର ସମୁଦ୍ରକୁ ଚାଲିଆସି ଆଇସ୍ବର୍ଗରେ ପରିଣତ ହେବା ପ୍ରକ୍ରିୟାକୁ ଆଇସ କାଭିଂ କୁହାଯାଏ। ଆଇସ୍ବର୍ଗ ସମୁଦ୍ରରେ କିଛି ଦିନ ଭାସି ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁ ସମୁଦ୍ର ଜଳରେ ସମ୍ପୂର୍ଣ୍ଣ ଭାବରେ ତରଳି ଯାଇଥାଏ। ଏହି ପ୍ରକ୍ରିୟା ସମୁଦ୍ର ପତ୍ତନ ବଢ଼ାଇବାରେ ସାହାଯ୍ୟ କରିଥାଏ। ସମୁଦାୟ ଗ୍ରୀନ୍‌ଲାଣ୍ଡର ଜମାଟ ବାନ୍ଧିଥିବା ବରଫସ୍ତର ଯଦି ତରଳିଯାଏ ତେବେ ସମୁଦ୍ର ପତ୍ତନ ପ୍ରାୟ ୭ ମିଟର ବଢ଼ିଯିବ। ଏପରି ଅବସ୍ଥା ସୃଷ୍ଟି ହେଲେ ଲଣ୍ଡନ ଓ ଲସ୍‌ଏଞ୍ଜେଲ୍ସ ପରି ବଡ଼ ସହର ସମୁଦ୍ରରେ ବୁଡ଼ିଯିବ।
ଆଣ୍ଟାର୍କଟିକାର ଉତ୍ତରକୁ ଲାଗିରହିଥିବା ଦକ୍ଷିଣ ମହାସାଗର ଏବେ ଅଧିକ ଉଷ୍ମ ହେବାରେ ଲାଗିଛି। ଏହି ମହାସାଗରରେ ବାୟୁ ପ୍ରବାହ ବେଗ ଓ ଦିଗରେ ପରିବର୍ତ୍ତନ ଏବଂ ଆଣ୍ଟାର୍କଟିକାର ଉପରିସ୍ଥ ବାୟୁମଣ୍ଡଳ ଷ୍ଟ୍ରାଟୋସ୍ଫିଅରରେ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପନ ଯୋଗୁ ସୃଷ୍ଟି ହୋଇଥିବା ଛିଦ୍ର ଓଜୋନ ହୋଲ୍‌ର ଜଟିଳତା ଫଳରେ ଆଣ୍ଟାର୍କଟିକାର ସାମୁଦ୍ରିକ ବରଫସ୍ତରର କ୍ଷେତ୍ର ସାମାନ୍ୟ ବୃଦ୍ଧିପାଇଛି। ବିଗତ ୧୦୦୦ ବର୍ଷ ମଧ୍ୟରେ ବର୍ତ୍ତମାନର ଗ୍ଲୋବାଲ ୱାର୍ମିଂ ଯେ ଆଣ୍ଟାର୍କଟିକାରେ ବେଶି ମାତ୍ରାରେ ବରଫ ତରଳାଉଛି ତା’ର ପ୍ରମାଣ ମିଳିଛି ବ୍ରିଟିଶ ଆଣ୍ଟାର୍କଟିକା ସର୍ଭେ କରିଥିବା ଏକ ୩୬୪ ମିଟର ଡ୍ରିଲିଂ ଖନନରୁ, ଯେଉଁଥିରୁ ବରଫ ଖଣ୍ଡର ନମୁନା ବାହାରି ଆଣ୍ଟାର୍କଟିକାରେ ତାପମାତ୍ରାରେ ପରିବର୍ତ୍ତନର ତଥ୍ୟ ଯୋଗାଉଛି। ବରଫ ଗଦା ଉପରେ ଏହି ଗଭୀର ଡ୍ରିଲିଂ ବିଜ୍ଞାନ ଗବେଷଣାରେ ଏକ ମାଇଲଖୁଣ୍ଟ କହିବା ଯଥାର୍ଥ ହେବ। ଆଣ୍ଟାର୍କଟିକାର ଏକ ବୃହତ୍‌ ଜମାଟ ବାନ୍ଧିଥିବା ବରଫସ୍ତର ହେଉଛି ଓ୍ବେଷ୍ଟ ଆଣ୍ଟାର୍କଟିକା ଆଇସିଟ୍‌। ଯଦି ସମ୍ପୂର୍ଣ୍ଣ ଭାବରେ କେବେ ବିଗଳିତ ହୋଇଯାଏ ତେବେ ବିଶ୍ୱ ସମୁଦ୍ର ପତ୍ତନ ୬୧ ମିଟର ବଢ଼ିବା ସମ୍ଭାବନା ରହିଛି। ଏହି ବରଫଗଦାରୁ ଯଦି ଖଣ୍ଡେ ବଡ଼ ଅଂଶ ତରଳିଯାଏ ତାହାହେଲେ ସମୁଦ୍ର ପତ୍ତନ ୩ ରୁ ୬ ମିଟର ପର୍ଯ୍ୟନ୍ତ ବଢ଼ିଯାଇପାରେ। ବୈଜ୍ଞାନିକମାନେ ଆକଳନ କରୁଛନ୍ତି ଯେ ଗ୍ରୀନ୍‌ଲାଣ୍ଡ, ଆଣ୍ଟାର୍କଟିକା, ଆଟ୍‌ଲାଣ୍ଟିକ ଓ ପାର୍ବତ୍ୟ ଶିଖରର ଗ୍ଲେସିୟରଗୁଡ଼ିକରେ ଜମାଟ ବାନ୍ଧିଥିବା ବରଫ ଯଦି ସବୁ ତରଳିଯାଏ ତେବେ ସମୁଦ୍ର ପତ୍ତନ ପ୍ରାୟ ୮୦ ମିଟର ପର୍ଯ୍ୟନ୍ତ ଉପରକୁ ଉଠିଯାଇପାରେ। ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ମଣ୍ଡଳୀଙ୍କ ମତ ଅନୁସାରେ ସମୁଦ୍ର ପତ୍ତନ ବର୍ଷକୁ ହାରାହାରି ୩.୨ ମିଲିମିଟର ହାରରେ ବଢ଼ୁଛି। ଅଧିକ କାର୍ବନ ଗ୍ୟାସ ନିର୍ଗମନ ଅଧିକ ସମୁଦ୍ର ପତ୍ତନ ବଢ଼ାଇବ। ଗ୍ଲୋବାଲ ୱାର୍ମିଂ ଯୋଗୁ ସମୁଦ୍ର ପତ୍ତନ ବଢ଼ିଲେ ଉପକୂଳ ପ୍ରତି ବିପଦ ଆସିବ। ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ସଂଖ୍ୟା ଓ ଭୟାବହତା ଅଧିକ ବଢ଼ିଯିବ। ଅଧିକ ଉଚ୍ଚ ସମୁଦ୍ର ଢେଉ ଉପକୂଳ ଭିତରକୁ ବହୁଦୂର ପର୍ଯ୍ୟନ୍ତ ମାଡ଼ି ଆସିବ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋ: ୯୯୩୮୯୦୬୦୭୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri