ଏଇ ଭାରତରେ

ଭାରତ-ଚାଇନା-ତିବ୍ବତ- ସୀମାକୁ ଲାଗି ରହିଥିବା ଚମେଲି ଜିଲା(ଉତ୍ତରାଖଣ୍ଡ)ର ସବାଡ଼ ଗାଁର ଗ୍ରାମବାସୀଙ୍କ ଦେଶ ସେବା ମନୋଭାବ ଖୁବ୍‌ ନିଆରା। ଏହି ଗାଁରେ ଏବେ ୧୪୦୦ ଲୋକ ରହୁଛନ୍ତି। ଚମେଲି ଜିଲା ମୁଖ୍ୟାଳୟଠାରୁ ୧୧୨ କି.ମି. ଦୂର ଦେବାଲ ବ୍ଲକ୍‌ର ସବାଡ ଗାଁ ଏକ ସୈନିକ ବହୁଳ ଗାଁ। ଏହି ଗାଁର ପ୍ରତି ପରିବାରରୁ ଅତି କମ୍‌ରେ ଜଣେ ଦେଶ ସେବା ପାଇଁ କାର୍ଯ୍ୟରତ। ପ୍ରଥମ ବିଶ୍ୱଯୁଦ୍ଧ, ଦିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ କରି ଦେଶର ସ୍ବାଧୀନତା ଆନ୍ଦୋଳନରେ ସବାଡ଼ର ସୈନିକଙ୍କ ଯୋଗଦାନ ଇତିହାସ ପୃଷ୍ଠାରେ ସୁବୁଦିନ ପାଇଁ ଉଲ୍ଲେଖ ହୋଇ ରହିବ। ଏହି ଗାଁର ୨୨ ଜଣ ସୈନିକ ପ୍ରଥମ ବିଶ୍ୱଯୁଦ୍ଧରେ ଭାଗ ନେଇଥିଲେ ଓ ଦୁଇ ସୈନିକ ଶହୀଦ ହୋଇଥିଲେ। ପ୍ରଥମ ବିଶ୍ୱ ଯୁଦ୍ଧରେ ଶହୀଦ ଯବାନଙ୍କ ସ୍ମୃତିରେ ସବାଡ଼ରେ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ଅମର ଶହୀଦ ସ୍ମାରକ କୁହାଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଏହି ଗାଁରୁ ୩୮ସୈନିକ ବ୍ରିଟିଶ ସେନା ପକ୍ଷରୁ ଲଢ଼ିଥିଲେ। ଇଂରେଜ ବିରୋଧରେ ସ୍ବାଧୀନତା ସଂଗ୍ରାମରେ ସବାଡ଼ର ସୈନ୍ୟଙ୍କ ଯୋଗଦାନ ମଧ୍ୟ ଅବିସ୍ମରଣୀୟ। ଏବେ ବି ଭାରତୀୟ ସେନାରେ ୧୦୬ ଯବାନ ରହିଛନ୍ତି। ପୂର୍ବଜମାନେ ଦେଶସେବାର ପଥ ଦେଖାଇଯାଇଛନ୍ତି ଓ ଏବକାର ପିଢ଼ି ସେମାନଙ୍କ ପଥରେ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri