ଏଇ ଭାରତରେ

ଭାରତ-ଚାଇନା-ତିବ୍ବତ- ସୀମାକୁ ଲାଗି ରହିଥିବା ଚମେଲି ଜିଲା(ଉତ୍ତରାଖଣ୍ଡ)ର ସବାଡ଼ ଗାଁର ଗ୍ରାମବାସୀଙ୍କ ଦେଶ ସେବା ମନୋଭାବ ଖୁବ୍‌ ନିଆରା। ଏହି ଗାଁରେ ଏବେ ୧୪୦୦ ଲୋକ ରହୁଛନ୍ତି। ଚମେଲି ଜିଲା ମୁଖ୍ୟାଳୟଠାରୁ ୧୧୨ କି.ମି. ଦୂର ଦେବାଲ ବ୍ଲକ୍‌ର ସବାଡ ଗାଁ ଏକ ସୈନିକ ବହୁଳ ଗାଁ। ଏହି ଗାଁର ପ୍ରତି ପରିବାରରୁ ଅତି କମ୍‌ରେ ଜଣେ ଦେଶ ସେବା ପାଇଁ କାର୍ଯ୍ୟରତ। ପ୍ରଥମ ବିଶ୍ୱଯୁଦ୍ଧ, ଦିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ କରି ଦେଶର ସ୍ବାଧୀନତା ଆନ୍ଦୋଳନରେ ସବାଡ଼ର ସୈନିକଙ୍କ ଯୋଗଦାନ ଇତିହାସ ପୃଷ୍ଠାରେ ସୁବୁଦିନ ପାଇଁ ଉଲ୍ଲେଖ ହୋଇ ରହିବ। ଏହି ଗାଁର ୨୨ ଜଣ ସୈନିକ ପ୍ରଥମ ବିଶ୍ୱଯୁଦ୍ଧରେ ଭାଗ ନେଇଥିଲେ ଓ ଦୁଇ ସୈନିକ ଶହୀଦ ହୋଇଥିଲେ। ପ୍ରଥମ ବିଶ୍ୱ ଯୁଦ୍ଧରେ ଶହୀଦ ଯବାନଙ୍କ ସ୍ମୃତିରେ ସବାଡ଼ରେ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ଅମର ଶହୀଦ ସ୍ମାରକ କୁହାଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମଧ୍ୟ ଏହି ଗାଁରୁ ୩୮ସୈନିକ ବ୍ରିଟିଶ ସେନା ପକ୍ଷରୁ ଲଢ଼ିଥିଲେ। ଇଂରେଜ ବିରୋଧରେ ସ୍ବାଧୀନତା ସଂଗ୍ରାମରେ ସବାଡ଼ର ସୈନ୍ୟଙ୍କ ଯୋଗଦାନ ମଧ୍ୟ ଅବିସ୍ମରଣୀୟ। ଏବେ ବି ଭାରତୀୟ ସେନାରେ ୧୦୬ ଯବାନ ରହିଛନ୍ତି। ପୂର୍ବଜମାନେ ଦେଶସେବାର ପଥ ଦେଖାଇଯାଇଛନ୍ତି ଓ ଏବକାର ପିଢ଼ି ସେମାନଙ୍କ ପଥରେ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri