ପ୍ରିୟଙ୍କାଙ୍କ ଖୁଲାସା,କେବଳ ଜଣେ ବ୍ୟକ୍ତି ନିକ୍‌ଙ୍କଠାରୁ ମୋତେ ଚୋରି କରିନେବ, ସେ ହେଉଛନ୍ତି…

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ ପରେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚା ଲାଗିରହିଛି। ପ୍ରାୟତଃ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ଗତ ଦୁଇ ଦିନ ମଧ୍ୟରେ ପ୍ରିୟଙ୍କା ଏବଂ ନିକଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି। ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଜୋନାସ ସରନେମକୁ ହଟାଇ ଦେଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ପିସିଙ୍କ ମା’ ମଧୁ ଚୋପ୍ରା ଅସ୍ବୀକାର କରିଛନ୍ତି। ସେ କହିଥିଲେ ନିକ ଏବଂ ପ୍ରିୟଙ୍କା ସେମାନଙ୍କ ବିବାହରେ ବହୁତ ଖୁସି ଅଛନ୍ତି। ଏହି ରିପୋର୍ଟଗୁଡିକ ମଧ୍ୟରେ ପ୍ରିୟଙ୍କା ନେଟଫ୍ଲିକ୍ସର ଜୋନାସ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ନଜର ଆସିଥିଲେ। ଏହି ସମୟରେ ପ୍ରିୟଙ୍କା ତାଙ୍କ ବିବାହକୁ ନେଇ ରୋଚକ କଥା ପ୍ରକାଶ କରିଥିଲେ।
ନିକଙ୍କୁ ବିବାହ କରିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅନେକ ଲୋକ ଏହା ମଧ୍ୟ ଏକ ପ୍ରଚାର ପ୍ରସାର ବୋଲି ଭାବିଥିଲେ। ନିକ କେତେ ପ୍ରସିଦ୍ଧ ତାହା ନିଜେ ଜାଣି ନ ଥିଲେ ପ୍ରିୟଙ୍କା । ସେ ନିକଙ୍କୁ କେଭିନଙ୍କ ସାନ ଭାଇ ବୋଲି ଜାଣିଥିଲେ। ପରେ ଉଭୟଙ୍କ ବଧ୍ୟରେ ବନ୍ଧୁତା ହୋଇଥିଲେ। କିଛି ମାସ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହନ୍ତି ପ୍ରିୟଙ୍କା।
ସାକ୍ଷାତକାରରେ ପ୍ରିୟଙ୍କା ଅନେକ ଥର ପ୍ରକାଶ କରିଛନ୍ତି ଯେ ସେ ନିକଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁନାହାଁନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଦୁନିଆରେ କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କୁ ନିକଙ୍କଠାରୁ ଚୋରି କରିପାରିବେ। ସେ ହେଉଛନ୍ତି ହଲିଉଡର ସୁପରଗଡ କ୍ରିସ ହେମସୱର୍ଥ ତାଙ୍କୁ ନିକଙ୍କଠାରୁ ଚୋରି କରିପାରିବେ। କ୍ରିସ ହେମସୱର୍ଥ ଏଲସାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ବିବାହ ମଧ୍ୟ ବହୁତ ସଫଳ ଏବଂ ସୁନ୍ଦର ଭାବରେ ବିବେଚନା କରାଯାଏ। ଅବଶ୍ୟ, କ୍ରିସ ହେମସୱର୍ଥଙ୍କୁ ନେଇ ଝିଅମାନଙ୍କ ମଧ୍ୟରେ ଅଧିକ କ୍ରେଜ ରହିଥାଏ। ସେ ତାଙ୍କ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି ।
୨୦୧୮ ରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଏକ ରାଜକୀୟ ଶୈଳୀରେ ବିବାହ କରିଥିଲେ। ଏହି ସମୟରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫଟୋ ଶୁଟ୍‌ କରି ଟ୍ରୋଲ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଟ୍ୟାଲେଣ୍ଟେଡ ନାୟିକା ଦୀପିକା ପାଦୁକୋନ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍‌ କରିଥିବାରୁ ଟ୍ରୋଲ୍‌ ହୋଇଥିବା...

‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଦୀପେଶ ଭାନଙ୍କ ନିଧନ

ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍‌ ଲୋକପ୍ରିୟ ସିରିୟଲ୍‌ ‘ଭାଭିଜୀ ଘର ପେ ହେ’ର...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

‘ଓଡ଼ିଶାରେ କାହାଣୀ, କବିତା ଭରି ରହିଛି’

ପ୍ରିୟା ମଲ୍ଲିକ। କେବଳ ସେ ଜଣେ କବିତା ବା କାହାଣୀକାର ନୁହନ୍ତି, ଅଭିନେତ୍ରୀ, ଟେଡ୍‌ଏକ୍ସ ସ୍ପିକର୍‌, ଶିକ୍ଷୟିତ୍ରୀ, ହାସ୍ୟକାର ଭାବେ ପରିଚିତ। ୩୪ବର୍ଷୀୟ ପ୍ରିୟା ଟିଭି...

୨୧ ଲକ୍ଷ ଟଙ୍କା ମୂଲ୍ୟର ପିତାଙ୍କ ଘଡି ପିନ୍ଧି ବିବାହ କଲେ ରଣବୀର

ମୁମ୍ବାଇ: ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏପ୍ରିଲ ୧୪ ଏକ ସ୍ମୃତିର ଦିନ ହୋଇ ରହିଗଲା । ଆଲିଆ ଭଟ୍ଟ...

ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ...

ମୃତ୍ୟୁ ପୂର୍ବରୁ ଏହାଥିଲା ରାଜୁଙ୍କ ବଡ଼ ସ୍ବପ୍ନ

ମୁମ୍ବାଇ: ବି-ଟାଉନ୍‌ର ଜଣାଶୁଣା ହାସ୍ୟ ଅଭିନେତାଙ୍କର ବୁଧବାର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ଖବରରେ ସବୁଆଡେ ଶୋକର ଛାୟା ଖେଳିଯାଇଛି। ଅଗଷ୍ଟ...

ଆଙ୍କରିଂ ଯାହାର ନିଶା

ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ...

Advertisement
Archives

Model This Week