ପ୍ରିୟଙ୍କାଙ୍କ ଖୁଲାସା,କେବଳ ଜଣେ ବ୍ୟକ୍ତି ନିକ୍‌ଙ୍କଠାରୁ ମୋତେ ଚୋରି କରିନେବ, ସେ ହେଉଛନ୍ତି…

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ ପରେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚା ଲାଗିରହିଛି। ପ୍ରାୟତଃ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ଗତ ଦୁଇ ଦିନ ମଧ୍ୟରେ ପ୍ରିୟଙ୍କା ଏବଂ ନିକଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି। ପ୍ରିୟଙ୍କା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଜୋନାସ ସରନେମକୁ ହଟାଇ ଦେଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ପିସିଙ୍କ ମା’ ମଧୁ ଚୋପ୍ରା ଅସ୍ବୀକାର କରିଛନ୍ତି। ସେ କହିଥିଲେ ନିକ ଏବଂ ପ୍ରିୟଙ୍କା ସେମାନଙ୍କ ବିବାହରେ ବହୁତ ଖୁସି ଅଛନ୍ତି। ଏହି ରିପୋର୍ଟଗୁଡିକ ମଧ୍ୟରେ ପ୍ରିୟଙ୍କା ନେଟଫ୍ଲିକ୍ସର ଜୋନାସ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ନଜର ଆସିଥିଲେ। ଏହି ସମୟରେ ପ୍ରିୟଙ୍କା ତାଙ୍କ ବିବାହକୁ ନେଇ ରୋଚକ କଥା ପ୍ରକାଶ କରିଥିଲେ।
ନିକଙ୍କୁ ବିବାହ କରିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ଅନେକ ଲୋକ ଏହା ମଧ୍ୟ ଏକ ପ୍ରଚାର ପ୍ରସାର ବୋଲି ଭାବିଥିଲେ। ନିକ କେତେ ପ୍ରସିଦ୍ଧ ତାହା ନିଜେ ଜାଣି ନ ଥିଲେ ପ୍ରିୟଙ୍କା । ସେ ନିକଙ୍କୁ କେଭିନଙ୍କ ସାନ ଭାଇ ବୋଲି ଜାଣିଥିଲେ। ପରେ ଉଭୟଙ୍କ ବଧ୍ୟରେ ବନ୍ଧୁତା ହୋଇଥିଲେ। କିଛି ମାସ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହନ୍ତି ପ୍ରିୟଙ୍କା।
ସାକ୍ଷାତକାରରେ ପ୍ରିୟଙ୍କା ଅନେକ ଥର ପ୍ରକାଶ କରିଛନ୍ତି ଯେ ସେ ନିକଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁନାହାଁନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଦୁନିଆରେ କେବଳ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କୁ ନିକଙ୍କଠାରୁ ଚୋରି କରିପାରିବେ। ସେ ହେଉଛନ୍ତି ହଲିଉଡର ସୁପରଗଡ କ୍ରିସ ହେମସୱର୍ଥ ତାଙ୍କୁ ନିକଙ୍କଠାରୁ ଚୋରି କରିପାରିବେ। କ୍ରିସ ହେମସୱର୍ଥ ଏଲସାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କର ବିବାହ ମଧ୍ୟ ବହୁତ ସଫଳ ଏବଂ ସୁନ୍ଦର ଭାବରେ ବିବେଚନା କରାଯାଏ। ଅବଶ୍ୟ, କ୍ରିସ ହେମସୱର୍ଥଙ୍କୁ ନେଇ ଝିଅମାନଙ୍କ ମଧ୍ୟରେ ଅଧିକ କ୍ରେଜ ରହିଥାଏ। ସେ ତାଙ୍କ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି ।
୨୦୧୮ ରେ ରାଜସ୍ଥାନର ଯୋଧପୁରରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଏକ ରାଜକୀୟ ଶୈଳୀରେ ବିବାହ କରିଥିଲେ। ଏହି ସମୟରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri