ଏଇ ଭାରତରେ

ଲିଙ୍ଗଗତ ସମାନତା ଆଣିବା ତଥା କନ୍ୟା ସନ୍ତାନଙ୍କ ଜନ୍ମ ଓ ଜୀବନ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ହାତକୁ ନିଆଯାଉଥିଲେ ବି ପୁଣେର ଜଣେ ଡାକ୍ତରଙ୍କ ନିଆରା ପ୍ରୟାସ ପ୍ରେରଣାଦାୟକ। ପୁଣେସ୍ଥିତ ମେଡିକେୟାର ହସ୍ପିଟାଲର ଡା. ଗଣେଶ ରାଖ୍‌ କନ୍ୟା ସନ୍ତାନଙ୍କ ଜନ୍ମ ମାଗଣାରେ କରାଉଛନ୍ତି। ଲିଙ୍ଗଗତ ସମାନତା ଆଣିବା ଲକ୍ଷ୍ୟରେ ମୁଲ୍‌ପି ବଚାଓ ଅଭିଯାନ (କନ୍ୟାସନ୍ତାନ ବଞ୍ଚାଅ ଅଭିଯାନ) ଆରମ୍ଭ କରିଥିଲେ। ଏହି ଅଭିଯାନରେ ଏବେସୁଦ୍ଧା ୨,୦୦୦ କନ୍ୟାସନ୍ତାନଙ୍କ ଜନ୍ମ ମାଗଣାରେ କରିସାରିଲେଣି। ଏ ବାବଦରେ ଖର୍ଚ୍ଚ ବହନ କରିବା କଷ୍ଟକର ହେଉଥିଲେ ମଧ୍ୟ ଲକ୍ଷ୍ୟପଥରୁ ହଟିବେ ନାହିଁ ବୋଲି କହୁନ୍ତି ଡା. ଗଣେଶ। ୯ ବର୍ଷ ହେବ ତାଙ୍କର ଉକ୍ତ ପ୍ରୟାସ ଅନେକ ଡାକ୍ତରଙ୍କୁ ପ୍ରେରଣା ଯୋଗାଇଛି। ଫଳରେ ସେମାନେ ମଧ୍ୟ ଡା. ରାଖ୍‌ଙ୍କ ପନ୍ଥା ଆପଣାଇଛନ୍ତି। ଏହାଦ୍ୱାରା ଭ୍ରୂଣହତ୍ୟା ଓ ଲିଙ୍ଗଗତ ଅସମାନତା ବିରୋଧୀ ସଂଗ୍ରାମରେ ତାଙ୍କୁ ବହୁ ସଫଳତା ମିଳିପାରିଛି। ଡା. ରାଖ୍‌ଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ତାଙ୍କ ପିତା ଷ୍ଟେସନରେ କୁଲି କାର୍ଯ୍ୟ କରୁଥିଲେ। ଗଣେଶ ପଢ଼ା ସହ ତାଙ୍କୁ ସହଯୋଗ ମଧ୍ୟ କରନ୍ତି। ଏମିତି ଏକ ସ୍ଥିତିକୁ ସାମ୍ନା କରି ସେ ଶିକ୍ଷାଲାଭ କରି ଡାକ୍ତରୀ ପାସ୍‌ କରିବା ପରେ ସ୍ଥାନୀୟ ଅଞ୍ଚଳର ପୁଅ-ଝିଅଙ୍କ ଅନୁପାତ ଅସମାନତାକୁ ଲକ୍ଷ୍ୟ କରିଥିଲେ। ପରେ ଏହାକୁ ଦୂର କରିବାର ପ୍ରୟାସ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri