ଏଇ ଭାରତରେ

ଲିଙ୍ଗଗତ ସମାନତା ଆଣିବା ତଥା କନ୍ୟା ସନ୍ତାନଙ୍କ ଜନ୍ମ ଓ ଜୀବନ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା ହାତକୁ ନିଆଯାଉଥିଲେ ବି ପୁଣେର ଜଣେ ଡାକ୍ତରଙ୍କ ନିଆରା ପ୍ରୟାସ ପ୍ରେରଣାଦାୟକ। ପୁଣେସ୍ଥିତ ମେଡିକେୟାର ହସ୍ପିଟାଲର ଡା. ଗଣେଶ ରାଖ୍‌ କନ୍ୟା ସନ୍ତାନଙ୍କ ଜନ୍ମ ମାଗଣାରେ କରାଉଛନ୍ତି। ଲିଙ୍ଗଗତ ସମାନତା ଆଣିବା ଲକ୍ଷ୍ୟରେ ମୁଲ୍‌ପି ବଚାଓ ଅଭିଯାନ (କନ୍ୟାସନ୍ତାନ ବଞ୍ଚାଅ ଅଭିଯାନ) ଆରମ୍ଭ କରିଥିଲେ। ଏହି ଅଭିଯାନରେ ଏବେସୁଦ୍ଧା ୨,୦୦୦ କନ୍ୟାସନ୍ତାନଙ୍କ ଜନ୍ମ ମାଗଣାରେ କରିସାରିଲେଣି। ଏ ବାବଦରେ ଖର୍ଚ୍ଚ ବହନ କରିବା କଷ୍ଟକର ହେଉଥିଲେ ମଧ୍ୟ ଲକ୍ଷ୍ୟପଥରୁ ହଟିବେ ନାହିଁ ବୋଲି କହୁନ୍ତି ଡା. ଗଣେଶ। ୯ ବର୍ଷ ହେବ ତାଙ୍କର ଉକ୍ତ ପ୍ରୟାସ ଅନେକ ଡାକ୍ତରଙ୍କୁ ପ୍ରେରଣା ଯୋଗାଇଛି। ଫଳରେ ସେମାନେ ମଧ୍ୟ ଡା. ରାଖ୍‌ଙ୍କ ପନ୍ଥା ଆପଣାଇଛନ୍ତି। ଏହାଦ୍ୱାରା ଭ୍ରୂଣହତ୍ୟା ଓ ଲିଙ୍ଗଗତ ଅସମାନତା ବିରୋଧୀ ସଂଗ୍ରାମରେ ତାଙ୍କୁ ବହୁ ସଫଳତା ମିଳିପାରିଛି। ଡା. ରାଖ୍‌ଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ତାଙ୍କ ପିତା ଷ୍ଟେସନରେ କୁଲି କାର୍ଯ୍ୟ କରୁଥିଲେ। ଗଣେଶ ପଢ଼ା ସହ ତାଙ୍କୁ ସହଯୋଗ ମଧ୍ୟ କରନ୍ତି। ଏମିତି ଏକ ସ୍ଥିତିକୁ ସାମ୍ନା କରି ସେ ଶିକ୍ଷାଲାଭ କରି ଡାକ୍ତରୀ ପାସ୍‌ କରିବା ପରେ ସ୍ଥାନୀୟ ଅଞ୍ଚଳର ପୁଅ-ଝିଅଙ୍କ ଅନୁପାତ ଅସମାନତାକୁ ଲକ୍ଷ୍ୟ କରିଥିଲେ। ପରେ ଏହାକୁ ଦୂର କରିବାର ପ୍ରୟାସ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri