ଜଣେ ଦିବ୍ୟାଙ୍ଗ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଦୃଷ୍ଟାନ୍ତ ସାମ୍ନାକୁ ଆସିଛି ଗୁଜରାଟରେ। ନିଲମ୍ ପାରାମର ତାଙ୍କ ଭଉଣୀ ରେଖାଙ୍କ ସହାୟତାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ, ଶିକ୍ଷା ଏବଂ ସେମାନଙ୍କ ରହିବାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ନିଲମ୍ ରହୁଛନ୍ତି ଜୁନାଗଡ଼ରେ। ସେ ଜନ୍ମରୁ ୮୦% ଦିବ୍ୟାଙ୍ଗ। ସେ ଚାଲିପାରନ୍ତି ନାହିଁ। ହ୍ବିଲ ଚେୟାରରେ ରହି ସବୁ ପ୍ରକାର କାର୍ଯ୍ୟର ପରିଚାଳନା କରୁଛନ୍ତି। ୨୦୧୨ରେ ଏକ ‘ସନ୍ତବନ ବିକଳାଙ୍ଗ ବିକାଶ ମଣ୍ଡଳ’ ଏନ୍ଜିଓ ଗଠନ କରି ତା ମାଧ୍ୟମରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରୁଛନ୍ତି। କେବଳ ପିଲା ନୁହନ୍ତି,ବୟସ୍କ ଦିବ୍ୟାଙ୍ଗଙ୍କ ଲାଗି ବି ରହିବା ଖାଇବା ସୁବିଧା କରିଛନ୍ତି। ତାଙ୍କ ନିକଟରେ ୯ ମାସର ଶିଶୁଠାରୁ ଆରମ୍ଭ କରି ୫୧ ବର୍ଷ ବୟସର ବ୍ୟକ୍ତି ରହିଛନ୍ତି। ଏବେ ୪୦ ଜଣ ପିଲା ଏବଂ ବୟସ୍କ ରହିଛନ୍ତି। ପିଲାମାନଙ୍କ ଶିକ୍ଷା, ମୌଳିକ ଆବଶ୍ୟକତା ଆଦି ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। ଦୁଇ ଭଉଣୀଙ୍କ ନିଜସ୍ବ ରୋଜଗାର ଓ ଦାନରେ ଏହା ଚାଲିଛି। ପିଲାମାନଙ୍କୁ ଫିଜିଓଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ରଖାଯାଇଛି। କେତେଜଣଙ୍କୁ ହସ୍ତକଳା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ନାଚ ଶିଖାଯାଉଛି। ଦୁଇ ଭଉଣୀଙ୍କ ବ୍ୟତୀତ ପିଲାମାନଙ୍କ ଯତ୍ନ ନେବାରେ ୧୫ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।
୯/୧୧ ପରବର୍ତ୍ତୀ ଯୁଦ୍ଧ
ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…
କୁଆଡ଼େ ଗଲା ପ୍ରତିଯୋଗିତା
ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…
ବିକାଶୋନ୍ମୁଖୀ ଭାରତର ଦୁଃଖ
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…
ଇସ୍ତଫାର ରାଜନୈତିକ ରଙ୍ଗ
ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…
ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…
ଋଣ ଅଧିକାର ନୁହେଁ
ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…
ସମ୍ଭବାମି ଯୁଗେ ଯୁଗେ
ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…
ସହଯୋଗ ଅଭାବ
ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…
Archives

