ଏଇ ଭାରତରେ

ଜଣେ ଦିବ୍ୟାଙ୍ଗ ଅନ୍ୟ ଦିବ୍ୟାଙ୍ଗଙ୍କ ଦୁଃଖ ବୁଝି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଦୃଷ୍ଟାନ୍ତ ସାମ୍‌ନାକୁ ଆସିଛି ଗୁଜରାଟରେ। ନିଲମ୍‌ ପାରାମର ତାଙ୍କ ଭଉଣୀ ରେଖାଙ୍କ ସହାୟତାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଦ୍ୟ, ଶିକ୍ଷା ଏବଂ ସେମାନଙ୍କ ରହିବାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ନିଲମ୍‌ ରହୁଛନ୍ତି ଜୁନାଗଡ଼ରେ। ସେ ଜନ୍ମରୁ ୮୦% ଦିବ୍ୟାଙ୍ଗ। ସେ ଚାଲିପାରନ୍ତି ନାହିଁ। ହ୍ବିଲ ଚେୟାରରେ ରହି ସବୁ ପ୍ରକାର କାର୍ଯ୍ୟର ପରିଚାଳନା କରୁଛନ୍ତି। ୨୦୧୨ରେ ଏକ ‘ସନ୍ତବନ ବିକଳାଙ୍ଗ ବିକାଶ ମଣ୍ଡଳ’ ଏନ୍‌ଜିଓ ଗଠନ କରି ତା ମାଧ୍ୟମରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରୁଛନ୍ତି। କେବଳ ପିଲା ନୁହନ୍ତି,ବୟସ୍କ ଦିବ୍ୟାଙ୍ଗଙ୍କ ଲାଗି ବି ରହିବା ଖାଇବା ସୁବିଧା କରିଛନ୍ତି। ତାଙ୍କ ନିକଟରେ ୯ ମାସର ଶିଶୁଠାରୁ ଆରମ୍ଭ କରି ୫୧ ବର୍ଷ ବୟସର ବ୍ୟକ୍ତି ରହିଛନ୍ତି। ଏବେ ୪୦ ଜଣ ପିଲା ଏବଂ ବୟସ୍କ ରହିଛନ୍ତି। ପିଲାମାନଙ୍କ ଶିକ୍ଷା, ମୌଳିକ ଆବଶ୍ୟକତା ଆଦି ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। ଦୁଇ ଭଉଣୀଙ୍କ ନିଜସ୍ବ ରୋଜଗାର ଓ ଦାନରେ ଏହା ଚାଲିଛି। ପିଲାମାନଙ୍କୁ ଫିଜିଓଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ରଖାଯାଇଛି। କେତେଜଣଙ୍କୁ ହସ୍ତକଳା ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ନାଚ ଶିଖାଯାଉଛି। ଦୁଇ ଭଉଣୀଙ୍କ ବ୍ୟତୀତ ପିଲାମାନଙ୍କ ଯତ୍ନ ନେବାରେ ୧୫ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri