ସ୍ବପ୍ନ ପୂରା କରିବା ପାଇଁ ୫୦ ବର୍ଷ ବୟସରେ ଛାଡ଼ିଥିଲେ ଚାକିିରି, ଏବେ …

ନୂଆଦିଲ୍ଲୀ,୧୧।୧୧: ବିୟୁଟି ଏବଂ ପର୍ସନାଲ କେୟାର ପ୍ଲାଟ୍‌ଫର୍ମ ନାଇକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଫାଲ୍‌ଗୁନୀ ନାୟାର(୫୮) ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ଦେଶର ସବୁଠାରୁ ଧନୀ ସେଲ୍ଫ ମେଡ୍‌ ମହିଳା ବିଲିୟନେୟାର ଭାବେ ବିବେଚିତ ହୋଇଛନ୍ତି। ୫୦ ବର୍ଷ ବୟସରେ ସେ ନିଜର ସ୍ବପ୍ନକୁ ପୂରା କରିବା ପାଇଁ ଚାକିରି ଛାଡ଼ି ଦେଇଥିଲେ। ତାଙ୍କ କ୍ୟାରିୟରର ଶୀର୍ଷରେ ଥିବା ବେଳେ କୋଟାକ ମହିନ୍ଦ୍ରା କ୍ୟାପିଟାଲ ଭଳି ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ଛାଡି ନିଜର ବିୟୁଟି କମ୍ପାନୀ ସ୍ଥାପନ କରିଥିଲେ। ଏହି କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିବା ଦିନଠାରୁ ହିଁ ମାଇଲଖୁଣ୍ଟ ଛୁଇଁ ଚାଲିଛି। କମ୍ପାନୀର ବଜାର ପୁଞ୍ଜୀକରଣ ୧ ଲକ୍ଷ କୋଟି ଟଙ୍କା ଟପିଛି।

ଜଣେ ମହିଳାଙ୍କ ନେତୃତ୍ୱାଧୀନ ଦେଶର ଏକ ପ୍ରମୁଖ ୟୁନିକର୍ନ ‘ନାଇକା’ର ମୂଳ କମ୍ପାନୀ ଏଫ୍‌ଏସ୍‌ଏନ୍‌ ଇ-କମର୍ସ ଭେଞ୍ଚର ଷ୍ଟକ୍‌ ବଜାରରେ ଆରମ୍ଭ ଦିନଠାରୁ ହିଁ ଏହାର ଷ୍ଟକ୍‌ ବମ୍ପର କାରବାର କରିଛି। ବୁଧବାର ନାଇକାର ଶେୟାର ୯୬% ଊର୍ଦ୍ଧ୍ୱରେ ବନ୍ଦ ହୋଇଛି, ଫଳରେ ନାୟାରଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ଛୁଇଁଛି। ନାୟାର ଦେଶର ଅନ୍ୟ ୬ ମହିଳା ବିଲିୟନେୟାରଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି। ନାୟାରଙ୍କ ବାଦ୍‌ ବାୟୋକନର ଅଧ୍ୟକ୍ଷା କିରନ ମଜୁମଦାର ସ ଏବଂ ବାୟଜୁସ୍‌ର ଦିବ୍ୟା ଗୋକୁଲନାଥ ମଧ୍ୟ ସେଲ୍ଫ ମେଡ୍‌ ବିଲିୟନେୟାର ଭାବେ ଗଣାହୁଅନ୍ତି। ନାୟାର ଏବଂ ତାଙ୍କ ପରିବାର ଏବେ ନାୟିକାର ୫୧% ଅଂଶଧନ ହାସଲ କରିଛନ୍ତି। ଆଇପିଓ ପରେ ମଧ୍ୟ ଏହି ଅଂଶଧନ ସେମାନଙ୍କ ନିକଟରେ ରହିଛି। ତାଙ୍କ ପରିବାରରେ ସ୍ବାମୀ ଏବଂ ୨ ପିଲା ରହିଛନ୍ତି।
ସେ ଆଇଆଇଏମ୍‌ ଅହମ୍ମଦାବାଦକୁ ଶିକ୍ଷା ଗ୍ରହଣ କରିଥିବା ବେଳେ କୋଟାକ ମହିନ୍ଦ୍ରା କ୍ୟାପିଟାଲରେ ୧୮ ବର୍ଷ କାର୍ଯ୍ୟ କରିଛନ୍ତି। ୨୦୧୨ରେ ୫୦ ବର୍ଷ ବୟସରେ ତାଙ୍କ ସ୍ବପ୍ନ ପୂରଣ ଲାଗି ସେ ଚାକିରି ଛାଡିଥିଲେ। ସେହି ସମୟରେ ତାଙ୍କ ପିଲାମାନେ କଲେଜ ପଢ଼ିବା ଲାଗି ଆମେରିକା ଯାଇଥିଲେ। ଅନ୍‌ଲାଇନରେ ବିୟୁଟି ଏବଂ ସ୍କିନ୍‌ କେୟାର ପ୍ରଡକ୍ଟ ଉପଲବ୍ଧ କରାଇବା ଲାଗି ସେ ନାଇକା ସ୍ଥାପନ କରିଥିଲେ। ୨୦୧୨ରେ କମ୍ପାନୀ ବଜାରକୁ ଆସୁ ଆସୁ ନୂଆ ଟ୍ରେଣ୍ଡ ସୃଷ୍ଟି କଲା। ୨୦୧୨ ନଭେମ୍ବରରେ ଏହାର ବେଟା ଲଞ୍ଚ ହୋଇଥିବା ବେଳେ ୨୦୧୩ ଏପ୍ରିଲରେ ଏହା କମର୍ସିଆଲ ମାର୍କେଟିଂ ଆରମ୍ଭ କରିଥିଲା। ନାଇକା ଲାଭ ହାସଲ କରିଥିବା ପ୍ରଥମ ଷ୍ଟାର୍ଟଅପ୍‌ ଭାବେ ବିବେଚିତ ହୋଇଥାଏ। ଫାଲ୍‌ଗୁନୀ ନାୟାର ଦେଶର ପ୍ରମୁଖ କମ୍ପାନୀ ଯଥା- ଟାଟା ମୋଟର୍ସ, ଆଭିଭା ଲାଇଫ ଇନ୍‌ସ୍ୟୁରାନ୍ସ, କୋଟାକ ସିକ୍ୟୁରିଟିଜ ଲିମିଟେଡ, ଏସିସି ଲିମିଟେଡ ଏବଂ ଡାବର ଭଳି କମ୍ପାନୀଗୁଡିକର ବୋର୍ଡରେ ସଦସ୍ୟ ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କ ସ୍ବାମୀ ସଞ୍ଜୟ ନାୟାର ଇନ୍‌ଭେଷ୍ଟମେଣ୍ଟ ଫାର୍ମ କେକେଆର୍‌ ଇଣ୍ଡିଆର ସିଇଓ ଭାବେ କାର୍ଯ୍ୟରତ। ତାଙ୍କ ପୁଅ ଅଞ୍ଚିତ କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍ନାତକ ପରେ ବିୟୁଟି ଇ-କମର୍ସ ବିଜ୍‌ନେସ ଏବଂ ଝିଅ ଅଦ୍ୱିତା ହାର୍ଭାର୍ଡ ବିଜ୍‌ନେସ ସ୍କୁଲରୁ ଏମ୍‌ବିଏ ପରେ କମ୍ପାନୀର ଫ୍ୟାଶନ ଭର୍ଟିକାଲ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ମହଙ୍ଗା ଔଷଧରୁ ମିଳିବ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪ା୭: କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିବା ସହଜ ହେବ।…

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ: ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର,୪।୭(ସୁନିତ୍‌ ମିଶ୍ର):ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି(ଗ୍ରୀନ୍‌ ଇକୋନୋମି) ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri