ସ୍ବପ୍ନ ପୂରା କରିବା ପାଇଁ ୫୦ ବର୍ଷ ବୟସରେ ଛାଡ଼ିଥିଲେ ଚାକିିରି, ଏବେ …

ନୂଆଦିଲ୍ଲୀ,୧୧।୧୧: ବିୟୁଟି ଏବଂ ପର୍ସନାଲ କେୟାର ପ୍ଲାଟ୍‌ଫର୍ମ ନାଇକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଫାଲ୍‌ଗୁନୀ ନାୟାର(୫୮) ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ଦେଶର ସବୁଠାରୁ ଧନୀ ସେଲ୍ଫ ମେଡ୍‌ ମହିଳା ବିଲିୟନେୟାର ଭାବେ ବିବେଚିତ ହୋଇଛନ୍ତି। ୫୦ ବର୍ଷ ବୟସରେ ସେ ନିଜର ସ୍ବପ୍ନକୁ ପୂରା କରିବା ପାଇଁ ଚାକିରି ଛାଡ଼ି ଦେଇଥିଲେ। ତାଙ୍କ କ୍ୟାରିୟରର ଶୀର୍ଷରେ ଥିବା ବେଳେ କୋଟାକ ମହିନ୍ଦ୍ରା କ୍ୟାପିଟାଲ ଭଳି ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ଛାଡି ନିଜର ବିୟୁଟି କମ୍ପାନୀ ସ୍ଥାପନ କରିଥିଲେ। ଏହି କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିବା ଦିନଠାରୁ ହିଁ ମାଇଲଖୁଣ୍ଟ ଛୁଇଁ ଚାଲିଛି। କମ୍ପାନୀର ବଜାର ପୁଞ୍ଜୀକରଣ ୧ ଲକ୍ଷ କୋଟି ଟଙ୍କା ଟପିଛି।

ଜଣେ ମହିଳାଙ୍କ ନେତୃତ୍ୱାଧୀନ ଦେଶର ଏକ ପ୍ରମୁଖ ୟୁନିକର୍ନ ‘ନାଇକା’ର ମୂଳ କମ୍ପାନୀ ଏଫ୍‌ଏସ୍‌ଏନ୍‌ ଇ-କମର୍ସ ଭେଞ୍ଚର ଷ୍ଟକ୍‌ ବଜାରରେ ଆରମ୍ଭ ଦିନଠାରୁ ହିଁ ଏହାର ଷ୍ଟକ୍‌ ବମ୍ପର କାରବାର କରିଛି। ବୁଧବାର ନାଇକାର ଶେୟାର ୯୬% ଊର୍ଦ୍ଧ୍ୱରେ ବନ୍ଦ ହୋଇଛି, ଫଳରେ ନାୟାରଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ଛୁଇଁଛି। ନାୟାର ଦେଶର ଅନ୍ୟ ୬ ମହିଳା ବିଲିୟନେୟାରଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି। ନାୟାରଙ୍କ ବାଦ୍‌ ବାୟୋକନର ଅଧ୍ୟକ୍ଷା କିରନ ମଜୁମଦାର ସ ଏବଂ ବାୟଜୁସ୍‌ର ଦିବ୍ୟା ଗୋକୁଲନାଥ ମଧ୍ୟ ସେଲ୍ଫ ମେଡ୍‌ ବିଲିୟନେୟାର ଭାବେ ଗଣାହୁଅନ୍ତି। ନାୟାର ଏବଂ ତାଙ୍କ ପରିବାର ଏବେ ନାୟିକାର ୫୧% ଅଂଶଧନ ହାସଲ କରିଛନ୍ତି। ଆଇପିଓ ପରେ ମଧ୍ୟ ଏହି ଅଂଶଧନ ସେମାନଙ୍କ ନିକଟରେ ରହିଛି। ତାଙ୍କ ପରିବାରରେ ସ୍ବାମୀ ଏବଂ ୨ ପିଲା ରହିଛନ୍ତି।
ସେ ଆଇଆଇଏମ୍‌ ଅହମ୍ମଦାବାଦକୁ ଶିକ୍ଷା ଗ୍ରହଣ କରିଥିବା ବେଳେ କୋଟାକ ମହିନ୍ଦ୍ରା କ୍ୟାପିଟାଲରେ ୧୮ ବର୍ଷ କାର୍ଯ୍ୟ କରିଛନ୍ତି। ୨୦୧୨ରେ ୫୦ ବର୍ଷ ବୟସରେ ତାଙ୍କ ସ୍ବପ୍ନ ପୂରଣ ଲାଗି ସେ ଚାକିରି ଛାଡିଥିଲେ। ସେହି ସମୟରେ ତାଙ୍କ ପିଲାମାନେ କଲେଜ ପଢ଼ିବା ଲାଗି ଆମେରିକା ଯାଇଥିଲେ। ଅନ୍‌ଲାଇନରେ ବିୟୁଟି ଏବଂ ସ୍କିନ୍‌ କେୟାର ପ୍ରଡକ୍ଟ ଉପଲବ୍ଧ କରାଇବା ଲାଗି ସେ ନାଇକା ସ୍ଥାପନ କରିଥିଲେ। ୨୦୧୨ରେ କମ୍ପାନୀ ବଜାରକୁ ଆସୁ ଆସୁ ନୂଆ ଟ୍ରେଣ୍ଡ ସୃଷ୍ଟି କଲା। ୨୦୧୨ ନଭେମ୍ବରରେ ଏହାର ବେଟା ଲଞ୍ଚ ହୋଇଥିବା ବେଳେ ୨୦୧୩ ଏପ୍ରିଲରେ ଏହା କମର୍ସିଆଲ ମାର୍କେଟିଂ ଆରମ୍ଭ କରିଥିଲା। ନାଇକା ଲାଭ ହାସଲ କରିଥିବା ପ୍ରଥମ ଷ୍ଟାର୍ଟଅପ୍‌ ଭାବେ ବିବେଚିତ ହୋଇଥାଏ। ଫାଲ୍‌ଗୁନୀ ନାୟାର ଦେଶର ପ୍ରମୁଖ କମ୍ପାନୀ ଯଥା- ଟାଟା ମୋଟର୍ସ, ଆଭିଭା ଲାଇଫ ଇନ୍‌ସ୍ୟୁରାନ୍ସ, କୋଟାକ ସିକ୍ୟୁରିଟିଜ ଲିମିଟେଡ, ଏସିସି ଲିମିଟେଡ ଏବଂ ଡାବର ଭଳି କମ୍ପାନୀଗୁଡିକର ବୋର୍ଡରେ ସଦସ୍ୟ ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କ ସ୍ବାମୀ ସଞ୍ଜୟ ନାୟାର ଇନ୍‌ଭେଷ୍ଟମେଣ୍ଟ ଫାର୍ମ କେକେଆର୍‌ ଇଣ୍ଡିଆର ସିଇଓ ଭାବେ କାର୍ଯ୍ୟରତ। ତାଙ୍କ ପୁଅ ଅଞ୍ଚିତ କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍ନାତକ ପରେ ବିୟୁଟି ଇ-କମର୍ସ ବିଜ୍‌ନେସ ଏବଂ ଝିଅ ଅଦ୍ୱିତା ହାର୍ଭାର୍ଡ ବିଜ୍‌ନେସ ସ୍କୁଲରୁ ଏମ୍‌ବିଏ ପରେ କମ୍ପାନୀର ଫ୍ୟାଶନ ଭର୍ଟିକାଲ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri