ଏଇ ଭାରତରେ

ଭାରତରେ ପକ୍ଷୀମାନେ ଫସଲ ନଷ୍ଟ କରୁଥିବାରୁ ସେମାନଙ୍କୁ ତଡିବା ଲାଗି ବିଭିନ୍ନ ପ୍ରକାର ଉପାୟ କରାଯାଉଥିବାବେଳେ ତାମିଲନାଡୁର ଜଣେ କୃଷକ ସେମାନଙ୍କ ଲାଗି ଫସଲ କରୁଛନ୍ତି। କୋଏମ୍ବାଟୁର ଜିଲା ଥୋଣ୍ଡାମୁଥୁର ଗାଁର କୃଷକ ମୁଥୁ ମୁରୁଗାନ ପକ୍ଷୀମାନଙ୍କ ପାଇଁ ମକା ଓ ବାଜରା ଚାଷ କରୁଛନ୍ତି। ସେ ମୋଟ୍‌ରେ ୪ ଏକର ଜମିରେ ଚାଷ କରିଛନ୍ତି । ସଥିରୁ ଅଧ ଏକରରେ ମକା ଓ ବାଜରା ଚାଷ କରି ତାହାକୁ ପକ୍ଷୀମାନେ ଖାଇବା ପାଇଁ ଛାଡି ଦେଇଛନ୍ତି। ବର୍ତ୍ତମାନ ମୁଥୁଙ୍କୁ ବୟସ ୬୨। ସେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ପକ୍ଷୀମାନେ ଖାଦ୍ୟ ଖାଉଥିବାରୁ ଫସଲରେ କୌଣସି କୀଟନାଶକ ବ୍ୟବହାର କରୁନାହାନ୍ତି। ନବେ ଦଶକରୁ ସେ ଏଭଳି ପକ୍ଷୀମାନଙ୍କୁ ଖୁଆଇବାରେ ଲାଗିଛନ୍ତି। ପ୍ରଥମେ ସେ ତାଙ୍କ ଜମି ଚାରିକଡ଼ରେ ମକା ଓ ବାଜରା ମଞ୍ଜିବୁଣି ଗଛ କରିବା ପରେ ତାହାକୁ ପକ୍ଷୀମାନଙ୍କ ପାଇଁ ରଖୁଥିଲେ। କିନ୍ତୁ ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ଅଧ ଏକରରେ ବାଜରା ଓ ମକା ଚାଷ ଆରମ୍ଭ କରିଛନ୍ତି। ତାଙ୍କ ଗାଁକୁ ପ୍ରତିବର୍ଷ ବାହାରୁ ବହୁ ପକ୍ଷୀ ଆସିଥାନ୍ତି। କିନ୍ତୁ ଚାଷୀମାନେ ଲାଭଜନକ ଫସଲ କରିବା ଯୋଗୁ ସେମାନେ ଖାଦ୍ୟ ପାଇପାରନ୍ତିନି। ଏଣୁ ମୁରୁଗାନ ସେମାନଙ୍କ ପାଇଁ ଏଭଳି ଉପାୟ କରିଛନ୍ତି। ସେ ପକ୍ଷୀମାନଙ୍କ ପାଇଁ ଫସଲରେ ୩,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ସେ ତାଙ୍କ ଫାର୍ମ ଚାରି ପାଖରେ କଣ୍ଟାଗଛ,ଜଡାଗଛ ଏବଂ କିଛି ଜଙ୍ଗଲି ଗଛ ଲଗାଇ ବାଡ କରିଛନ୍ତି। ବହୁ ପକ୍ଷୀ ସେହି ଗଛରେ ରହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri