୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା ଆୟୋଜନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ପୂର୍ବରୁ ରାଜ୍ୟର ପୁରପଲ୍ଲୀରେ ବିଦ୍ୟାଦାତା ଗଣେଶଙ୍କୁ ଆବାହନ କରାଯାଉଥିଲା। କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖାଦେବ। ଶାସ୍ତ୍ର ମତେ ଗଣେଶଙ୍କର ବହୁନାମ ରହିଛି। ତେବେ ଶାସ୍ତ୍ରବାହାରେ ଅଲଗା ନାଁରେ ଭଦ୍ରକରେ ଗଣେଶଙ୍କୁ ପୂଜା କରାଯାଉଛି। ଏଠାରେ ବୁଢ଼ା ଗଣେଶ, ଟୋକା ଗଣେଶ, ପିଲା ଗଣେଶ, ପେଟୁଆ ଗଣେଶ, ଛୁଆ ଗଣେଶ, କାଞ୍ଚନ ଗଣେଶ, ବାଲ ଗଣେଶ, କୁନି ଗଣେଶ ଏଭଳି ବିଭିନ୍ନ ନାମରେ ପୂଜା ପାଆନ୍ତି। କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଅଣାଯାଇଛି। ସ୍ଥାୟୀ ମନ୍ଦିର କୁହାଯାଉଥିବା ପୁରୁଣାବଜାରର ବୁଢ଼ା ଗଣେଶ, ଟୋକା ଗଣେଶ, କୁଆଁସର ପିଲା ଗଣେଶ, ଛୁଆ ଗଣେଶ ଓ କାଞ୍ଚନ ଗଣେଶ ଏହା ବ୍ୟତୀତ କୁଆଁସ ମୁଖ୍ୟରାସ୍ତାରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ଚଳିିତ ବର୍ଷ ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ। କୋଭିଡ୍‌ କଟକଣା ମୁତାବକ ବାଉଁଶ ବନ୍ଧା ଯାଇ ସର୍ବସାଧାରଣଙ୍କୁ ଉକ୍ତ ସ୍ଥଳକୁ ଦର୍ଶନ ପାଇଁ ଛଡ଼ାଯିବ ନାହିଁ। ପୋଲିସ କଡ଼ା ପହରା ମଧ୍ୟରେ ପୂଜା ପାଇବେ ଗଣେଶ। ଭସାଣି ସମୟରେ ପାରମ୍ପରିକ ବାଦ୍ୟରେ ବିସର୍ଜନ କରାଯିବ। ଏଣୁ ଆୟୋଜକଙ୍କ ମନରେ ହରସ ନାହିଁ। ଏବେ ମୂର୍ତ୍ତି ଚୂଡ଼ାନ୍ତ ରୂପ ଦିଆସରିଲାଣି। କେଉଁ ମୂର୍ତ୍ତିରେ ରଙ୍ଗ ଦିଆସରିଲାଣି ତ ଅନ୍ୟ କେଉଁଠି ଦିନରାତି ଏକ କରି କାରିଗର ମାନେ ମୂର୍ତ୍ତି ତିଆରିରେ ଲାଗିଛନ୍ତି। ପୁରୁଣାବଜାର ଗଣେଶ ପୂଜାରେ ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ପ୍ରପାତକୁ ଡେଇଁଲେ ପ୍ରେମୀ ଯୁଗଳ

ନୂଆପଡ଼ା ଅଫିସ,୨୬।୯: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗୋଧ୍ୱସ ଜଳ ପ୍ରପାତକୁ ଡେଇଁ ପ୍ରେମୀଯୁଗଳ ନିଖୋଜ ଥିବା...

ଶ୍ମଶାନ ଭୂଇଁ ପାଲଟିବ ଶାରୀଶୁଆ ପାହାଡ

ଖଇରା, ୧୯ା୭(ଡି.ଏନ.ଏ.)-ଲକ୍‌ଡାଉନ, ଶଟ୍‌ଡାଉନ କଟକଣା କେତେକଙ୍କ ପାଇଁ ଅଭିଶାପ ପାଲଟିଥିବା ବେଳେ ଆଉ କେତେକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଏହି ଆଶୀର୍ବାଦ ଗୋଷ୍ଠୀ ମଧ୍ୟରେ ଅଛନ୍ତି...

ବିଶୋଧନ ହେଲା ଝାରପଡ଼ା କେଶୁରା ଅଞ୍ଚଳ

କଟକରୋଡ,୯ା୪(ଡି.ଏନ.ଏ.): ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ପରେ ବୁଧବାର ସକାଳୁ ଉକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସ୍ବାସ୍ଥ୍ୟ...

ଭାର୍ଗବୀ ନଦୀବନ୍ଧରେ ଘଳିଆ

ସାକ୍ଷୀଗୋପାଳ, ୧୬।୮(ଡି.ଏନ.ଏ.): ବଢି ପାଣି ଆସିବା ପରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ପ୍ରବାହିତ ଭାର୍ଗବୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ...

ମେଡିକାଲରେ ୪ ମାସରେ ୮ ଥର ଠକେଇ: ରୋଗୀଙ୍କଠାରୁ ୮ଶହ ନେଇଗଲେ ଦଲାଲ

ଅନୁଗୋଳ ଅଫିସ, ୪।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପୁଣି ଜଣେ ରୋଗୀ ଦଲାଲଙ୍କ ଠକାମିର ଶିକାର ହୋଇଛନ୍ତି। ଏହାକୁ ମିଶାଇ ଗତ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱ ନେଲେ ଆରଡିସି

ବ୍ରହ୍ମପୁର ଅଫିସ,୪ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଭାବେ ଶନିିବାର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଟି.ଆଓ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜୁଲାଇ ୩୧ରେ ରାଜଭବନରୁ ଆସିଥିବା...

ହଜି ଯାଉଛି ଅସନପାଟର ପରିଚୟ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲାର କଳା ସଂସ୍କୃତି ନିଆରା। ଏକଦା ଏଠାରେ ସାମରିକ କଳାର ପ୍ରତୀକ ସ୍ବରୂପ ଛଉ ନୃତ୍ୟର ପ୍ରସିଦ୍ଧି ରହିଥିଲା। ଝୁମ୍ପୁରା...

ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ ନେଲେ ଯନ୍ତ୍ରୀ

ଫିରଙ୍ଗିଆ,୨୮ା୧୨(ଡି.ଏନ.ଏ.): ଫିରିଙ୍ଗିଆ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଦୁର୍ଘଟଣାର ଶୀକାର ହୋଇ ରାସ୍ତାରେ ପଡ଼ିଥିବା ୨ଜଣ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଇ ମାନବିକତାର ପରିଚୟ ଦେଇଛନ୍ତି। ପ୍ରକାଶଯେ,...

Advertisement


Archives

Model This Week