ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସି.ଏମ୍‌. ନାଗରାଜ। ବେଙ୍ଗାଲୁରୁର ଡୋଡାବନହାଲି ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ନାଗରାଜ। ତାଙ୍କ ୧୫ ବର୍ଷର ଶିକ୍ଷକ ଜୀବନରେ ସେ ବର୍ଜ୍ୟର ପୁନଃ ଉପଯୋଗ କରିଆସୁଛନ୍ତି। ଭଙ୍ଗା ତଥା ଅଦରକାରୀ ଧାତବ ଉପକରଣ, ଚେୟାର, ଟେବୁଲ ଆଦି ସଂଗ୍ରହ କରି ସ୍କୁଲରେ ନ୍ୟୁଜ ପେପର ରିଡିଂ ଷ୍ଟାଣ୍ଡ୍‌, ପ୍ରୋଜେକ୍ଟ ସ୍କ୍ରିନ୍‌, ଡାଏସ୍‌ ପୋଡିୟମ ଏବଂ କପ୍‌ବୋର୍ଡ ତିଆରି କରିଛନ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ କ୍ଷୀର ପିଇବାକୁ ଦିଆଯାଏ ଓ ଖାଲି ପ୍ୟାକେଟକୁ ସିଲାଇକରି କମ୍ପ୍ୟୁଟର କଭର ଓ ଅନ୍ୟ ସାମଗ୍ରୀ ପାଇଁ କଭର ପ୍ରସ୍ତୁତ କରୁଛନ୍ତି। ସେ ମଧ୍ୟ ଦୁଇଟି ବାୟୋଓ୍ବେଷ୍ଟ କନ୍‌ଭଟର ଏବଂ ବିନ୍‌ କିଣିଛନ୍ତି ପେପର ଓ ପ୍ଲାଷ୍ଟିକ୍‌ ବର୍ଜ୍ୟ ପାଇଁ। ପତ୍ର, ନିକଟସ୍ଥ କୃଷକଙ୍କ ଜମିରୁ କୃଷିବର୍ଜ୍ୟ ସଂଗ୍ରହ କରି କନ୍‌ଭର୍ଟରରେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ସେ ୮ ମାସରେ ୧ ଟନ୍‌ ଜୈବିକ ଖତ ପ୍ରସ୍ତୁତ କରିଛନ୍ତି। ସ୍କୁଲର ୧ ଏକର ବିଶିଷ୍ଟ ବଗିଚାରେ ଏହାକୁ ଉପଯୋଗ କରାଯାଉଛି। ସ୍କୁଲରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସ୍କୁଲରେ ବିଜ୍ଞାନ ଶିକ୍ଷା ଲାଗି ଅନେକ ଉପକରଣ ମଧ୍ୟ ବର୍ଜ୍ୟରୁ ନିର୍ମାଣ କରିଛନ୍ତି। ଶିକ୍ଷା ସହ ପରିବେଶ ସୁରକ୍ଷା ପ୍ରତି ନାଗରାଜଙ୍କ ଅବଦାନ ପାଇଁ ତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri