ଏଇ ଭାରତରେ

କରୋନା ସମୟରେ ସମାଜରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଯୋଗେଶ ରାଓ୍ବତ ଅନ୍ୟତମ। ସେ ପରିବେଶ ସଂରକ୍ଷଣ ଲାଗି ଏକ ଗଛ ବ୍ୟାଙ୍କ ଖୋଲିଛନ୍ତି। ଆପଣ ଯଦି ପରିବେଶପ୍ରେମୀ ଓ ଶସ୍ତାରେ ଗଛ ନେଇ ତାହାକୁ ରୋପଣ କରିବାକୁ ଚାହୁଁଛନ୍ତି ତେବେ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ଶିପ୍ରା ସନସିଟି ସୋସାଇଟିର ଶିବ ମନ୍ଦରି ପରିସରରେ ଥିବା ଏହି ଗଛ ବ୍ୟାଙ୍କକୁ ଯାଆନ୍ତୁ। ଗଛ ନେଇ ବ୍ୟାଙ୍କର ଏକ କିଲୋମିଟର ପରିଧିରେ ତାହାକୁ ଲଗାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ନିଜେ ଗଛର ରକ୍ଷଣାବେକ୍ଷଣ କରିପାରିବେ ତେବେ କୌଣସି ଦେୟ ଦେବାକୁ ପଡିବନାହିଁ। ରକ୍ଷଣାବେକ୍ଷଣ ନ କଲେ ବ୍ୟାଙ୍କରେ ଏକକାଳୀନ ୧୦୦ ଟଙ୍କା ଜମା କରିବାକୁ ପଡିବ। ଗଛକୁ ଖତ, ପାଣି, ସାର ଦେଇ ବଢାଇବା ଦାୟିତ୍ୱ ବ୍ୟାଙ୍କର। ଯୋଗେଶ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ହାଥରାସ ଜିଲା ଖୋରନା ଗାଁରେ ରହୁଛନ୍ତି। ସେ ଗତ କିଛି ବର୍ଷ ହେବ ଶିପ୍ରା ସନସିଟି ଆଖପାଖ ଅଞ୍ଚଳରେ ଦେଢ ହଜାରରୁ ଅଧିକ ଗଛ ଲଗାଇ ସାରିଛନ୍ତିି। ଯୋଗେଶ ସ୍ଥାନୀୟ ଲୋକମାନଙ୍କୁ ଏଥିରେ ସାମିଲ କରିବା ସହ ସେମାନଙ୍କୁ ଶ୍ରମଦାନ କରିବାକୁ ପ୍ରେରଣା ଦେଉଛନ୍ତି। ସେ ଏବେ ୫୧ଟି ଗଛକୁ ନେଇ ବ୍ୟାଙ୍କ ଆରମ୍ଭ କରିଛନ୍ତି ଓ ଆଗକୁ ୫୦୦ ଗଛ ରଖିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଯୋଗେଶ ରାସ୍ତାକଡ, ପାର୍କ ଓ ଅନ୍ୟ ସ୍ଥାନଗୁଡିକରେ ଉଠିଥିବା ଗଛଗୁଡିକୁ ଆଣି ବ୍ୟାଙ୍କରେ ଜମାଉଛନ୍ତି। ବ୍ୟାଙ୍କରେ ନିମ୍ବ, ଜାମୁ, ଅଶ୍ୱତ୍‌ଥ, ବର, ଡିମ୍ବିରି, ମୁଲ୍‌ବେରୀ, କାଞ୍ଚନ, ଟଗର, ମନ୍ଦାର, ତୁଳସୀ, କଦଳୀ, ଘିକୁଆଁରୀ, ଅଶ୍ୱଗନ୍ଧା ଆଦି ଗଛ ରଖିଛନ୍ତି। ଯଦି କେହି ରୁଦ୍ରାକ୍ଷ, ଚନ୍ଦନ, ମହୁଲ, କାଠଜାତୀୟ ଗଛର ମଞ୍ଜି ଦାନ କରନ୍ତି ତେବେ ସେଥିରୁ ଗଛ ଉତାରିବେ ବୋଲି ସେ କହିଛନ୍ତି । ପରବେଶ ସଂରକ୍ଷଣ ପ୍ରତି ସଚେତନତା ଆଣିବା ଲାଗି ୨୧ଟଙ୍କାରେ ବ୍ୟାଙ୍କରୁ ଗଛ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri