ଏଇ ଭାରତରେ

ସାରା ଦେଶରେ ଦାରିଦ୍ର୍ୟର ଛବି ଗାଁଗୁଡ଼ିକରେ ଦେଖିବାକୁ ମିଳୁଥିବାବେଳେ ତା’ ଭିତରେ ବି ଏକ ଭଲ ଖବର ସାମ୍ନାକୁ ଆସିଛି। ଅହମ୍ମଦ ନଗର ଜିଲା ହିଓ୍ବାର ବଜାର ଏବେ ଭାରତର ଏକ ଆଦର୍ଶ ଗାଁ ହୋଇପାରିଛି। ଏହା ସମ୍ଭବ ହୋଇଛି ସେହି ଗାଁର ପୋପାଟ୍ରାଓ ବାଗୁଜି ପାଓ୍ବାରଙ୍କ ଉଦ୍ୟମରେ। ୧୯୯୦ରେ ସେ ହିଓ୍ବାର ବଜାରକୁ ଫେରି ସରପଞ୍ଚ ହେବା ପରେ ଏହାର ପରିବର୍ତ୍ତନ ଆସିଛି। ଏକଦା ମରୁଡିକୁ ଯୁଝୁଥିବା ଉକ୍ତ ଗାଁରେ ପାଓ୍ବାର ଶ୍ରମଦାନ ଭଳି ଏକ କାର୍ଯ୍ୟ ସଂସ୍କୃତି ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଛନ୍ତି। ଗଛକଟା ବନ୍ଦ କରି ଜଙ୍ଗଲ ସୃଷ୍ଟି କରୁଛନ୍ତି। ଗୋଟିଏ ପରିବାର ଗୋଟିଏ ପିଲା ନୀତିରେ ଜନ୍ମହାର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି। ଜଳାଶୟ ବିକାଶ ଯୋଜନା ଆରମ୍ଭ କରି ଜଳ ସଂରକ୍ଷଣ କରିବା ସହ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ବନ୍ଦ କରାଯାଇଛି। ଏହି ଗାଁରେ ବାର୍ଷିକ ଜଳ ସମୀକ୍ଷା କରାଯିବା ସହ ଉପଲବ୍ଧ ସମୁଦାୟ ଜଳ ପରିମାଣ ଆକଳନ କରାଯାଉଛି। ଗାଁର ପ୍ରତ୍ୟେକ ପରିବାରର ଆୟ ଦୁଇଗୁଣ ହୋଇପାରିଛି ଓ ଏହା ଦେଶର ଅନ୍ୟ ଗ୍ରାମୀଣ ଲୋକମାନଙ୍କ ତୁଳନାରେ ସବୁଠୁ ବେଶି। ଦେଶରେ ପ୍ରତ୍ୟେକ ଗାଁର ମୋଟ ଘରୋଇ ଉପତ୍ାଦ ତୁଳନାରେ ଏହି ଗାଁର ଉତ୍ପାଦନ ସବୁଠୁ ଅଧିକ। ଓମେନ ଥ୍ରିପ୍ଟ ଗ୍ରପ୍‌, ମିଲ୍କ୍‌ ଡାଇରି ସୋସାଇଟି, ୟୁଥ କ୍ଲବ ଖୋଲାଯାଇଛି। ସାଧାରଣ ଦାହ ସୁବିଧା ରହିଥିବାବେଳେ ଆହୁରି ଅନେକ ସହଯୋଗଭିତ୍ତିକ କାର୍ଯ୍ୟ ଚାଲୁ ରହିଛି। ଏବେ ଗାଁରେ ଉପତ୍ାଦିତ ସାମଗ୍ରୀକୁ ‘ହିଓ୍ବାରେ ବଜାର’ ବ୍ରାଣ୍ଡ୍‌ରେ ବିକ୍ରି କରାଯିବାର ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri