ଏଇ ଭାରତରେ

ପେନ୍‌ସନ ଟଙ୍କାରେ ରାସ୍ତା ଖାଲଖମା ପୂରଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ହାଇଦ୍ରାବାଦର ଗଙ୍ଗାଧର ତିଳକ କଟନାମ୍‌। ସେ ପ୍ରତିଦିନ ସକାଳେ ତାଙ୍କ କାର୍‌ ଧରି ହାଇଦ୍ରାବାଦର ରାସ୍ତାଗୁଡ଼ିକରେ ଘୂରିବୁଲନ୍ତି ଓ ଯେଉଁଠାରେ ଗର୍ତ୍ତ ଥାଏ ତାହାକୁ ପୂରଣ କରନ୍ତି। ଗଙ୍ଗାଧର ପ୍ରତିଦିନ ତେଲ ବାବଦରେ ବି ୫୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। କାର୍‌ ପଛସିଟ୍‌ରେ ସେ ପ୍ରାୟ ୮ରୁ ୧୦ ଅଖା ଗୋଡି, ବଜୁରି ରଖନ୍ତି। ସେ ଏସବୁ ଠିକାଦାରଙ୍କଠାରୁ କିଣନ୍ତି। ଏବେ ସୁଦ୍ଧା ଗଙ୍ଗାଧର ୧,୧୦୦ ଗର୍ତ୍ତ ମରାମତି କରିସାରିଲେଣି। ଗଙ୍ଗାଧରଙ୍କ ବୟସ ୬୭। ସେ ରେଲଓ୍ବେରେ ଚାକିରି କରିଥିଲେ। ଚାକିରି ସମୟରେ ବି ଲଞ୍ଚ୍‌ ବେଳେ ସେ ଅଫିସରୁ ଗର୍ତ୍ତ ମରାମତି କରିବାକୁ ବାହାରି ଯାଉଥିଲେ। ଅବସର ନେବା ପରେ ସେହି କାର୍ଯ୍ୟ ଜାରି ରଖିଛନ୍ତିି ଓ ଏଥିରେ ତାଙ୍କ ପେନ୍‌ସନ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବେ ଗଙ୍ଗାଧରଙ୍କ ସହ ହାଇଦ୍ରାବାଦର ବହୁ ଇଞ୍ଜିନିୟର ଓ ସାଧାରଣ ଲୋକ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ମଧ୍ୟ ସହଯୋଗ କରୁଛି ଓ ଆବଶ୍ୟକ ଜିନିଷ ମଧ୍ୟ ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri