ଏଇ ଭାରତରେ

କଥାରେ କୁହନ୍ତି, କୋଲକାତା ସହରରେ ତୁମେ କେବେ ବି ଭୋକିଲା ରହିବନି। ଏହାର ଯଥାର୍ଥତା ପ୍ରତିପାଦନ କରୁଛି ସେଠାକାର ଆଇକନିକ ପାଇସ୍‌ ହୋଟେଲ। ଏଠାରେ ଭୋକିଲା, ପ୍ରବାସୀ ଶ୍ରମିକ ଓ ଜୀବିକା ଅନ୍ବେଷଣରେ ଆସୁଥିତ୍ବା ଲୋକ କିମ୍ବା ବ୍ୟାଚେଲର୍‌ମାନଙ୍କୁ ୩ ଟଙ୍କାରେ ସ୍ବାଦିଷ୍ଟ ବେଙ୍ଗଲି ଖାଦ୍ୟ ଦିଆଯାଉଛି। ପାଇସ୍‌ ହେଟେଲ କୋଲ୍‌କାତାର ବିଭିନ୍ନ ସ୍ଥାନରେ ଖୋଲାଯାଇଛି। ଏହା ଇଂରେଜ ଶାସନ ସମୟରେ ୧୯୦୦ ମସିହାରେ ପ୍ରଥମେ ଖୋଲାଯାଇଥିଲା। ‘ପଇସା’ ଭାରତୀୟ ମୁଦ୍ରାର ସର୍ବନିମ୍ନ ମୂଲ୍ୟକୁ ଦର୍ଶାଏ ଓ ତାହାକୁ ଦୃଷ୍ଟିରେ ରଖି ଏହି ହୋଟେଲର ନାମ ପାଇସ୍‌ ରଖାଯାଇଥିଲା। ଇଂରେଜ କାଳରେ ମୁଦ୍ରା ୟୁନିଟ୍‌ ପାଇସ୍‌ର ମୂଲ୍ୟ ଥିଲା ଏକ ଅଣାର ୪ ଭାଗରୁ ଭାଗେ। ଖାଦ୍ୟରେ ମାଛ ଭଜା, ମାଛ ତରକାରି, କଖାରୁଫୁଲ ଭଜା, ଆଳୁ ପୋସ୍ତ ଆଦି ଆଇଟମ୍‌ ମଧ୍ୟ ରହୁଛି। ସବୁଠୁ ବଡ଼ କଥା ହେଉଛି, ପାଇସ୍‌ ହୋଟେଲରେ ଖାଦ୍ୟ କଦଳୀ ପତ୍ରରେ ପରଷା ଯାଉଛି। ଗରାଖମାନେ ତଳେ ଆସନରେ ବସି ଖାଉଛନ୍ତି । ପରିବେଶ ସୁରକ୍ଷାକୁ ଏହି ହୋଟେଲ ମଧ୍ୟ ଗୁରୁତ୍ୱ ଦିଏ। ହୋଟେଲରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯାଉ ନାହିଁ। ପ୍ରତିଦିନ ହୋଟେଲରେ ମେନ୍ୟୁ ପରିବର୍ତ୍ତନ କରାଯାଏ। ଏହାକୁ ବ୍ଲାକ୍‌ ବୋର୍ଡରେ ଲେଖା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri