ରାସ୍ତାରେ ଗୋରୁ, ଯାତ୍ରୀ ହନ୍ତସନ୍ତ

ନିମାପଡ଼ା, ୨।୧୦(ଡି.ଏନ୍‌.ଏ.): ନିମାପଡ଼ା ବଡ଼ବଜାର, ଥାନା ଛକ, ବ୍ଳକ, ତହସିଲ ଅଫିସ ଛକ, ଦୋଳବେଦୀ ଛକ, ଟାଉନ କ୍ଲବ ଛକ ଦୀର୍ଘଦିନ ଧରି ବୁଲା ଗୋରୁ, ଷଣ୍ଢଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଏହି ଛକଗୁଡ଼ିକର ମୁଖ୍ୟରାସ୍ତାରେ ଗୋରୁ ଦିନତମାମ ଶୋଇ ରହୁଥିବାରୁ ସାଧାରଣ ଯାତାୟାତ ଓ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏପରିକି ଉକ୍ତ ରାସ୍ତା ଦେଇ ରୋଗୀଙ୍କୁ ନେଇ ବିଭିନ୍ନ ମେଡିକାଲକୁ ଯାଉଥିବା ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ସଂସ୍ଥାର ଦମକଳ ଗାଡ଼ିକୁ ଏଥିପାଇଁ କିଛି ସମୟ ଅଟକିବାକୁ ପଡୁଛି। ଏହି ଗୋରୁଙ୍କ ପାଇଁ ବିଭିନ୍ନ ସମୟରେ ଛୋଟ, ବଡ଼ ଦୁର୍ଘଟଣାମାନ ଘଟିଚାଲିଛି। ବିଭିନ୍ନ ସମୟରେ ଛକ ବଜାରରରେ ଷଣ୍ଢ ଲଢ଼େଇ ଯୋଗୁ ରାସ୍ତାରେ ଯାତାୟାତ କରୁଥିବା ଲୋକ ଓ ବାଇକ୍‌ ଚାଳକମାନେ ଖଣ୍ଡିଆଖାବରା ହୋଇ ଆହତ ହେଉଥିବା ଦେଖାଯାଉଛି। ଦୋଳବେଦୀ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଦୈନିକ ସନ୍ଧ୍ୟା ସମୟରେ ବହୁ ପରିମାଣରେ ଗୋରୁ ଶୋଇ ରହୁଥିବାରୁ ଯାତ୍ରୀବାହୀ ବସ୍‌, ଟ୍ୟାକ୍ସି, ଅଟୋ, ଟ୍ରକ ସମେତ ବଡ଼ ବଡ଼ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହେଉଛି। ହେଲେ ଏ ଦିଗ ପ୍ରତି ନିମାପଡ଼ା ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଆଦୌ ଦୃଷ୍ଟି ପଡୁ ନାହିଁ। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ଗୋରୁଙ୍କୁ ରଖାଯିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା ନାହିଁ। ଏହି ଗୋରୁଙ୍କ ଯୋଗୁ ସାଧାରଣ ଲୋକ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ମୁଖ୍ୟରାସ୍ତା, ମୁଖ୍ୟ ବଜାର, ବିଭିନ୍ନ ଛକରୁ ଏନ୍‌ଏସି ପକ୍ଷରୁ ବୁଲା ଗୋରୁ, ଷଣ୍ଢଙ୍କୁ ହଟାଯିବାର ବ୍ୟବସ୍ଥା କରାଯିବାକୁ ପୌରବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏମ୍‌.ଶ୍ରୀନିବାସ ଓ ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ପଚାରିବାରେ ମୁଖ୍ୟ ବଜାର, ଛକ, ରାସ୍ତା ଉପରୁ ଗୋରୁଙ୍କ ହଟାଇବା ପାଇଁ ଏନ୍‌ଏସି ପକ୍ଷରୁ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ଗୋରୁଙ୍କୁ ବେଶି ସମୟ ବାହାରକୁ ନ ଛାଡ଼ିବା ପାଇଁ କୁହାଯାଇଛି। ସେହିଭଳି ଏନ୍‌ଏସି ପକ୍ଷରୁ ଡେଙ୍ଗୁରା ବଜାଯାଇ ଓ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଉଥିବା ଅଧିକାରୀଦ୍ୱୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା: ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଗୁରୁବାର...

ଓସିଏସ୍‌ ମେନ୍‌: ଚିନ୍ତାରେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୩।୧(ବ୍ୟୁରୋ): ରାଜ୍ୟରେ କରୋନା ଏବେ ଉପରମୁହାଁ ରହିଛି। ଆହୁରି ଦୁଇମାସ ଏହି ଧାରା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିସାରିଲାଣି। ଏଭଳି ସ୍ଥିତିରେ...

‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ...

ଝିଅ ଯୋଗାଇବାକୁ ବାଧ୍ୟ କରୁଥିଲେ ଆର୍ମଡ ଡିସିପି

ଭୁବନେଶ୍ୱର,୬।୪(ବ୍ୟୁରୋ): ଝିଅ ଯୋଗାଇବାକୁ ମୋ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ ଓଏସ୍‌ଏପି ଡିସିପି ବିଜୟ କୁମାର ସାହୁ। ଏଥିପାଇଁ ତାଙ୍କୁ ମାନସିକ ଚାପ ମଧ୍ୟ ପକାଉଥିଲେ। ଝିଅ...

ଅନ୍‌ଲାଇନ୍‌ରେ ଠକେଇ, ୬୯ ହଜାର ଟଙ୍କା ଗାଏବ

ଗୋପାଳପୁର,୨୬ା୧୦: ଏକ ପାର୍ସଲର ଟ୍ରାକିଙ୍ଗ୍‌ ନମ୍ବର ଜାଣିବାକୁ ଉଦ୍ୟମ କରି ଜଣେ ମହିଳାଙ୍କ ଆକାଉଣ୍ଟରୁ ୬୯ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଅଭିଯୋଗ...

ବାଓ୍ବରିଆ ଗ୍ୟାଙ୍ଗ୍‌ର ଗୁମର ଖୋଲୁଛି

ଭୁବନେଶ୍ୱର,୨।୬(ବ୍ୟୁରୋ): ସାରା ଦେଶରେ ବାଓ୍ବରିଆ ଗ୍ୟାଙ୍ଗ୍‌ର ନେଟ୍‌ଓ୍ବର୍କ ରହିଛି। ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଆତଙ୍କ ଖେଳାଇ ଲୁଟ୍‌ପଟ୍‌ କରୁଥିବା ଏହି ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ...

ସୋନୁ ସୁଦ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ

ଭୁବନେଶ୍ୱର,୩୧।୭: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କୋଭିଡ୍‌ ପରଠାରୁ କୋଟି କୋଟି ଲୋକଙ୍କ ଚିହ୍ନାମୁହଁ ପାଲଟିଯାଇଛନ୍ତି। ଜଣେ ଅଭିନେତା ଭାବେ ଯାହା କିଛି ନାମ ଅର୍ଜନ...

ଉତ୍କଳ ବିଶ୍ୱବିଦ୍ୟାଳୟ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ଦ୍ଧାରିତ ଦିନରେ ହିଁ ପରୀକ୍ଷା ହେବ ବୋଲି ବିଶ୍ୱବିଦ୍ୟାଳୟ...

Advertisement
Archives

Model This Week