ରାସ୍ତାରେ ଗୋରୁ, ଯାତ୍ରୀ ହନ୍ତସନ୍ତ

ନିମାପଡ଼ା, ୨।୧୦(ଡି.ଏନ୍‌.ଏ.): ନିମାପଡ଼ା ବଡ଼ବଜାର, ଥାନା ଛକ, ବ୍ଳକ, ତହସିଲ ଅଫିସ ଛକ, ଦୋଳବେଦୀ ଛକ, ଟାଉନ କ୍ଲବ ଛକ ଦୀର୍ଘଦିନ ଧରି ବୁଲା ଗୋରୁ, ଷଣ୍ଢଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଏହି ଛକଗୁଡ଼ିକର ମୁଖ୍ୟରାସ୍ତାରେ ଗୋରୁ ଦିନତମାମ ଶୋଇ ରହୁଥିବାରୁ ସାଧାରଣ ଯାତାୟାତ ଓ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏପରିକି ଉକ୍ତ ରାସ୍ତା ଦେଇ ରୋଗୀଙ୍କୁ ନେଇ ବିଭିନ୍ନ ମେଡିକାଲକୁ ଯାଉଥିବା ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ସଂସ୍ଥାର ଦମକଳ ଗାଡ଼ିକୁ ଏଥିପାଇଁ କିଛି ସମୟ ଅଟକିବାକୁ ପଡୁଛି। ଏହି ଗୋରୁଙ୍କ ପାଇଁ ବିଭିନ୍ନ ସମୟରେ ଛୋଟ, ବଡ଼ ଦୁର୍ଘଟଣାମାନ ଘଟିଚାଲିଛି। ବିଭିନ୍ନ ସମୟରେ ଛକ ବଜାରରରେ ଷଣ୍ଢ ଲଢ଼େଇ ଯୋଗୁ ରାସ୍ତାରେ ଯାତାୟାତ କରୁଥିବା ଲୋକ ଓ ବାଇକ୍‌ ଚାଳକମାନେ ଖଣ୍ଡିଆଖାବରା ହୋଇ ଆହତ ହେଉଥିବା ଦେଖାଯାଉଛି। ଦୋଳବେଦୀ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଦୈନିକ ସନ୍ଧ୍ୟା ସମୟରେ ବହୁ ପରିମାଣରେ ଗୋରୁ ଶୋଇ ରହୁଥିବାରୁ ଯାତ୍ରୀବାହୀ ବସ୍‌, ଟ୍ୟାକ୍ସି, ଅଟୋ, ଟ୍ରକ ସମେତ ବଡ଼ ବଡ଼ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହେଉଛି। ହେଲେ ଏ ଦିଗ ପ୍ରତି ନିମାପଡ଼ା ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଆଦୌ ଦୃଷ୍ଟି ପଡୁ ନାହିଁ। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ଗୋରୁଙ୍କୁ ରଖାଯିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା ନାହିଁ। ଏହି ଗୋରୁଙ୍କ ଯୋଗୁ ସାଧାରଣ ଲୋକ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ମୁଖ୍ୟରାସ୍ତା, ମୁଖ୍ୟ ବଜାର, ବିଭିନ୍ନ ଛକରୁ ଏନ୍‌ଏସି ପକ୍ଷରୁ ବୁଲା ଗୋରୁ, ଷଣ୍ଢଙ୍କୁ ହଟାଯିବାର ବ୍ୟବସ୍ଥା କରାଯିବାକୁ ପୌରବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏମ୍‌.ଶ୍ରୀନିବାସ ଓ ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ପଚାରିବାରେ ମୁଖ୍ୟ ବଜାର, ଛକ, ରାସ୍ତା ଉପରୁ ଗୋରୁଙ୍କ ହଟାଇବା ପାଇଁ ଏନ୍‌ଏସି ପକ୍ଷରୁ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ଗୋରୁଙ୍କୁ ବେଶି ସମୟ ବାହାରକୁ ନ ଛାଡ଼ିବା ପାଇଁ କୁହାଯାଇଛି। ସେହିଭଳି ଏନ୍‌ଏସି ପକ୍ଷରୁ ଡେଙ୍ଗୁରା ବଜାଯାଇ ଓ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଉଥିବା ଅଧିକାରୀଦ୍ୱୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri