ଏଇ ଭାରତରେ

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗମ ଗାଁଗୁଡ଼ିକରେ ବୁଲୁଛି ଭ୍ୟାକ୍ସିନ ରଥ। ଏହି ରଥ ବୁଲାଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଦୀପ ନାରାୟଣ ନାୟକ। ଦୀପଙ୍କ ବୟସ ୩୪। ସେ ଏକ ବସ୍‌କୁ ଭଡ଼ାରେ ଆଣି ଭ୍ୟାକ୍ସିିନ ରଥ କରିଛନ୍ତି। ଏହି ସମୟରେ କୋଭିଡ୍‌-୧୯ ଟିକା ପାଇଁ କୋ-ଇନ୍‌ ଆପ ମାଧ୍ୟମରେ ମହିଳାମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ରଥରେ ପଞ୍ଜୀକୃତ ମହିଳାଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଟିକା କେନ୍ଦ୍ରରେ ପହଞ୍ଚାଉଛନ୍ତି ଓ ପୁଣି ଘରେ ଛାଡୁଛନ୍ତି। ଏହି ଅଭିଯାନ ଏକାକୀ ଚଳାଇ ୫୦୦ ମହିଳାଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବାରେ ସାହାଯ୍ୟ କରି ସାରିଲେଣି। ଦୀପ ପ୍ରତିଦିନ ଜମୁରିଆ ବ୍ଲକର ଦୁର୍ଗମ ଗାଁର ପିଲାମାନଙ୍କୁ ପଢ଼ାଇବାକୁ ଯାଆନ୍ତି। ସେଠାରେ ମହିଳାମାନେ ଟିକା ନେଇ ନ ଥିବା ଲକ୍ଷ୍ୟ କରି ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଲୋକମାନେ ଦୀପଙ୍କୁ ‘ରାସ୍ତାର ମାଷ୍ଟର’ ବୋଲି ସମ୍ବୋଧନ କରୁଛନ୍ତି। ରଥ ମାଧ୍ୟମରେ ନାମ ପଞ୍ଜୀକରଣ କରିବା ବ୍ୟତୀତ ସେ ଆଉ ୧୧୬୦ ମହିଳାଙ୍କୁ ସେମାନଙ୍କ ନାମ ପଞ୍ଜୀକରଣ କରିବାରେ ସାହାଯ୍ୟ କରିଛନ୍ତି। ସେ ତାଙ୍କ ସାଙ୍ଗ, ସମ୍ପର୍କୀୟ ଏବଂ ପଡ଼ୋଶୀମାନଙ୍କଠାରୁ ଫୋନ୍‌ ନମ୍ବର ସଂଗ୍ରହ କରି ଏହା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀ ଓ ପ୍ରାଥମିକ ଶିକ୍ଷା

ଲୋକନାଥ ପଣ୍ଡା ଗତ ମାର୍ଚ୍ଚ ମାସରୁ କୋଭିଡ କଟକଣା ହେତୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର...

ଫେଡେକ୍ସ ଚିଫ୍‌

ରାଜ୍‌ ସୁବ୍ରମଣ୍ୟମ୍‌ କୋରିୟର ବିତରଣ ସେବା କ୍ଷେତ୍ରରେ ଅନ୍ତର୍ଜାତୀୟ ପ୍ରସିଦ୍ଧି ଅର୍ଜନ କରିଥିବା ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ‘ଫେଡେକ୍ସ’ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ...

Dillip Cherian

ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ

ପ୍ରକୃତ କଥା ହେଉଛି, ସରକାର ଆଗାମୀ ବଜେଟକୁ ଶେଷ ଓ ପ୍ରଭାବୀ ବୋଲି ବିଚାର କରି ଫାଇନାନ୍ସ ସର୍ଭିସ ସେକ୍ରେଟାରି ସଞ୍ଜୟ ମାଲହୋତ୍ରାଙ୍କୁ ନୂଆ ରାଜସ୍ବ...

ରାଜିନାମାର ଜୁଆ

ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ଭାରତ ଓ ଆମେରିକା ମଧ୍ୟରେ ୨୭ ଅକ୍ଟୋବର ୨୦୨୦ରେ ବେସିକ୍‌ ଏକ୍ସଚେଞ୍ଜ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ (ବିଇସିଏ) ସ୍ବାକ୍ଷର ହୋଇଛି। ଏହାଦ୍ୱାରା...

ଏଇ ଭାରତରେ

କନ୍ୟା ହେବା ପାଇଁ ଫର୍ମ ଭରିବାକୁ ପଡୁଛି। ଏହାପରେ କନ୍ୟାଙ୍କୁ ମିଳିଯାଉଛି ପିତା ଓ ପିତାଙ୍କୁ ମିଳୁଛି କନ୍ୟା। ଯେଉଁ କନ୍ୟାମାନଙ୍କର ପିତା ନାହାନ୍ତି ସେମାନଙ୍କୁ...

ଅଧାଗଢ଼ା ଡଙ୍ଗରିଆ

ଦ୍ୱିତୀ ଚନ୍ଦ୍ର ସାହୁ ବିରାଟକାୟ କାନ୍ଥ ଭଳି ଠିଆହୋଇଛି ନିୟମଗିରି ପାହାଡ଼। ତା’ରି ପାଦଦେଶରେ ଡଙ୍ଗରିଆ ଗାଁ ରାଇଲିମା। ବିନା ଦ୍ୱିଧାରେ ଗାଁରେ ପହଞ୍ଚତ୍ବା ଲାଗି...

ମଧୁବାବୁଙ୍କୁ ଚିଠି

ଡ. ସିଦ୍ଧାର୍ଥ କାନୁନ୍‌ଗୋ ମହାଶୟ! ଓଡ଼ିଆ ଜାତିର ଭୀଷ୍ମ ପିତାମହ ମଧୁସୂଦନ ଦାସ (ଜନ୍ମ ତା ୨୮ା୪ା୧୮୪୮ରିଖ ଏବଂ ମୃତ୍ୟୁ ତା ୦୪ା୨ା୧୯୩୪ ରିଖ)ଙ୍କୁ ଅନ୍ତରର...

ଏଇ ଭାରତରେ

ଜଣେ ବ୍ୟକ୍ତି ଜୀବିତ ଥାଇ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷିତ ହେବା ଜାଣି ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଏହା ସତ। ଏଭଳି ଏକ ଘଟଣା...

Advertisement
Archives

Model This Week