Posted inଖେଳ

ଭାରତ ଉପରେ ରାଗିକି ନିଆଁବାଣ ଏହି ପାକିସ୍ତାନ କ୍ରିକେଟର୍‌: କହିଲେ…

ଇସଲାମାବାଦ୍‌,୨୭।୯: ନିକଟରେ ପାକିସ୍ତାନ ଗସ୍ତରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ମ୍ୟାଚର ୫ ମିନିଟ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରିଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ପଡିଆ ଥାଉ କି ନ ଥାଉ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଅନେକ ଥର ଦେଖିବାକୁ ମିଳିଛି ଯେ, ପାକିସ୍ତାନର ଖେଳାଳିମାନେ ଭାରତ ବିଷୟରେ କିଛି ବିବୃତ୍ତି ଦେଇଥାନ୍ତି। ଏଥର ମଧ୍ୟ ସମାନ ଘଟଣା ଘଟିଛି। ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦି ଭାରତକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫୱାଡ ଚୌଧୁରୀ ଦାବି କରିଛନ୍ତି ଯେ, ନ୍ୟୁଜିଲାଣ୍ଡ ଦଳ ଗସ୍ତ ବାତିଲ କରିବା ପରେ ଭାରତରୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। କିନ୍ତୁ ଏହାର ଲୋକେସନ୍‌ ଭିପିଏନ୍‌ ମାଧ୍ୟମରେ ସିଙ୍ଗାପୁରକୁ ଦେଖାଯାଇଥିଲା।
ଏହା ଉପରେ ଆଫିଦି କହିଥିଲେ, ଆମକୁ ବିଶ୍ୱକୁ କହିବାକୁ ପଡ଼ିବ ଯେ ଆମେ ମଧ୍ୟ ଏକ ଦେଶ ଏବଂ ଏଥିପାଇଁ ଆମକୁ ଏପରି କିଛି ନିଷ୍ପତ୍ତି ନେବାକୁ ପଡ଼ିବ। ଆମର ମଧ୍ୟ କିଛି ସମ୍ମାନ ଅଛି। ସମସ୍ତେ ଶିକ୍ଷିତ ରାଷ୍ଟ୍ର ଏବଂ ସେମାନେ ଭାରତ ଭଳି କରିବା ଉଚିତ୍‌ ନୁହେଁ। ଖେଳାଳିମାନେ ସେମାନଙ୍କ ବୋର୍ଡ ସହିତ କଥାବାର୍ତ୍ତା କରି କ୍ରିକେଟରମାନଙ୍କୁ ପ୍ରବର୍ତ୍ତାଇଲେ କ୍ରିକେଟ ପୁଣି ପାକିସ୍ତାନରେ ଆରମ୍ଭ ହୋଇପାରିବ। କ୍ରିକେଟ ପାକିସ୍ତାନକୁ ଫେରି ଆସିଥିଲା ଏବଂ ଆତଙ୍କବାଦ ବିରୋଧରେ ଏହା ଆମର ବିଜୟ ଥିଲା। ସମସ୍ତେ ସେମାନଙ୍କର ଭୂମିକା ଗ୍ରହଣ କରିଥିଲେ। କୌଣସି ଗସ୍ତ ଏହିପରି ଆରମ୍ଭ ହୁଏ ନାହିଁ, ସୁରକ୍ଷା ଦେଖିବା ପରେ ହିଁ କୌଣସି ଗସ୍ତ ଆରମ୍ଭ ହୁଏ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତ ବାତିଲ ହେବା ପରେ ଇଂଲଣ୍ଡ ମହିଳା ଏବଂ ପୁରୁଷ ଦଳମଧ୍ୟ ପାକିସ୍ତାନ ଗସ୍ତକୁ ବାତିଲ କରି ପିସିବିକୁ ଏକ ବଡ ଝଟକା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri