ଏଇ ଭାରତରେ

ଆଗାମୀ ପିଢ଼ି ଲାଗି ଯଦି କିଛି ସର୍ବଶ୍ରେଷ୍ଠ ଉପହାର ଥାଏ, ତେବେ ତାହା ହେଉଛି ପାଣି-ଏହା ଉପଲବ୍ଧି କରିଛନ୍ତି ଗୁଜରାଟର ଡେଥାଲି ଗାଁ। ଏହି ମରୁଡ଼ି ପ୍ରବଣ ଗାଁରେ ଏବେ ପର୍ଯ୍ୟାପ୍ତ ଜଳ ଉପଲବ୍‌ଧ ହେବା ସହ ପକ୍ଷୀଙ୍କ ସ୍ବର୍ଗ ପାଲଟିଛି। ମେଶାନା ଜିଲା ଅନ୍ତର୍ଗତ ବହୁଚାରାଜି ମନ୍ଦିର ନିକଟରେ ଥିବା ଏହି ପଡ଼ା ଗାଁର ଲୋକସଂଖ୍ୟା ୧୩୦୦। ଏଠାରେ ୩୦ ଏକର ପରିମିତ ଜମ୍ବୁବନ ହ୍ରଦ ଜବରଦଖଲରେ ରହିଥିଲା ଓ ବର୍ଜ୍ୟ ଠୁଳ କରାଯାଉଥିଲା। ଉକ୍ତ ଗାଁର ସୋମଚାନ୍ଦ ଶାହାଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ହ୍ରଦର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହ୍ରଦରୁ ମାଟି ବାହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି। ହ୍ରଦରେ ୯ କୋଟି ଲିଟର ପାଣି ରହୁଛି। କେବଳ ଏତିକି ନୁହେଁ, ଗାଁର ଚାରି ପାଖରେ ଆହୁରି ଛୋଟ ଛୋଟ ୧୭ଟି ଜଳାଶୟ କରାଯାଇଛି। ଏବେ ହ୍ରଦରେ ହଜାର ହଜାର ଦେଶୀ ବିଦେଶୀ ପକ୍ଷୀ ବସାବାନ୍ଧି ରହିଛନ୍ତି। ପକ୍ଷୀଙ୍କ ସୁରକ୍ଷା କରାଯାଉଛି ବୋଲି କହିଛନ୍ତି ପରିବେଶ ବିଶେଷଜ୍ଞ ତଥା ସୋମଚାନ୍ଦଙ୍କ ପୁତ୍ର ମୟୂର ଶାହା। ଏହା ଏକ ଗୋଷ୍ଠୀଗତ ପରିବେଶଗତ କାର୍ଯ୍ୟ; ଯେଉଁଥିତ୍ରେ ଜୈବବିବିଧତା ସୁରକ୍ଷା ହୋଇପାରିଛି। ଏହି ହ୍ରଦର ସମ୍ମୁଖଭାଗର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରହିଛି ବୋଲି କହନ୍ତି ସ୍ଥାନୀୟ ସରପଞ୍ଚ ଭିକାଭାଇ ପଟେଲ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri