ଏଇ ଭାରତରେ

ଆଗାମୀ ପିଢ଼ି ଲାଗି ଯଦି କିଛି ସର୍ବଶ୍ରେଷ୍ଠ ଉପହାର ଥାଏ, ତେବେ ତାହା ହେଉଛି ପାଣି-ଏହା ଉପଲବ୍ଧି କରିଛନ୍ତି ଗୁଜରାଟର ଡେଥାଲି ଗାଁ। ଏହି ମରୁଡ଼ି ପ୍ରବଣ ଗାଁରେ ଏବେ ପର୍ଯ୍ୟାପ୍ତ ଜଳ ଉପଲବ୍‌ଧ ହେବା ସହ ପକ୍ଷୀଙ୍କ ସ୍ବର୍ଗ ପାଲଟିଛି। ମେଶାନା ଜିଲା ଅନ୍ତର୍ଗତ ବହୁଚାରାଜି ମନ୍ଦିର ନିକଟରେ ଥିବା ଏହି ପଡ଼ା ଗାଁର ଲୋକସଂଖ୍ୟା ୧୩୦୦। ଏଠାରେ ୩୦ ଏକର ପରିମିତ ଜମ୍ବୁବନ ହ୍ରଦ ଜବରଦଖଲରେ ରହିଥିଲା ଓ ବର୍ଜ୍ୟ ଠୁଳ କରାଯାଉଥିଲା। ଉକ୍ତ ଗାଁର ସୋମଚାନ୍ଦ ଶାହାଙ୍କ ତତ୍ତ୍ୱାବଧାନରେ ଗ୍ରାମବାସୀ ହ୍ରଦର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହ୍ରଦରୁ ମାଟି ବାହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି। ହ୍ରଦରେ ୯ କୋଟି ଲିଟର ପାଣି ରହୁଛି। କେବଳ ଏତିକି ନୁହେଁ, ଗାଁର ଚାରି ପାଖରେ ଆହୁରି ଛୋଟ ଛୋଟ ୧୭ଟି ଜଳାଶୟ କରାଯାଇଛି। ଏବେ ହ୍ରଦରେ ହଜାର ହଜାର ଦେଶୀ ବିଦେଶୀ ପକ୍ଷୀ ବସାବାନ୍ଧି ରହିଛନ୍ତି। ପକ୍ଷୀଙ୍କ ସୁରକ୍ଷା କରାଯାଉଛି ବୋଲି କହିଛନ୍ତି ପରିବେଶ ବିଶେଷଜ୍ଞ ତଥା ସୋମଚାନ୍ଦଙ୍କ ପୁତ୍ର ମୟୂର ଶାହା। ଏହା ଏକ ଗୋଷ୍ଠୀଗତ ପରିବେଶଗତ କାର୍ଯ୍ୟ; ଯେଉଁଥିତ୍ରେ ଜୈବବିବିଧତା ସୁରକ୍ଷା ହୋଇପାରିଛି। ଏହି ହ୍ରଦର ସମ୍ମୁଖଭାଗର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବାର ଯୋଜନା ରହିଛି ବୋଲି କହନ୍ତି ସ୍ଥାନୀୟ ସରପଞ୍ଚ ଭିକାଭାଇ ପଟେଲ।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri