ଅକ୍ଷର ଜ୍ଞାନ ବନାମ ସାକ୍ଷରତା

ନଗେନ୍ଦ୍ର ନାଥ ପଟ୍ଟନାୟକ

ଜ୍ଞାନ ମନୁଷ୍ୟ ପାଇଁ ଦଶଟି ମାର୍ଗ ଉନ୍ମୁକ୍ତ କରିଥାଏ। କିନ୍ତୁ ମଣିଷ ଯେତେବେଳେ ପଢ଼ାଲେଖା ଭଳି ମୌଳିକ କଥା ଜାଣିପାରୁନି, ନିଜର ତଥା ପରିବାର ଲାଗି ସୁଦିନର ସୁନେଲି ସ୍ବପ୍ନ ଦେଖିବ କିପରି?
ସଂପ୍ରତି ଭାରତବର୍ଷର ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ପକାଇଲେ ମନରେ କ୍ଷୋଭ ଆସେ ଯେ, ସ୍ବାଧୀନତା ପ୍ରାପ୍ତିର ୭୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଦେଶର ତିନିକୋଟି ଲୋକ ନିରକ୍ଷର, ପାଖାପାଖି ୩୨ କୋଟି ଲୋକ ନାମକୁମାତ୍ର ପାଠୁଆ। କେବଳ ନାଆଁ ଲେଖିବା ଅବା ଦସ୍ତଖତ କରିବା ଛଡ଼ା କଲମ ଚଳେଇ ଜାଣନ୍ତି ନାହିଁ।
ସାକ୍ଷରତା ଏଭଳି ଏକ ଶବ୍ଦ ଯାହା ସମ୍ବନ୍ଧରେ ଜାଣିବାପାଇଁ ତା’ର ନିହିତ ଭାବାର୍ଥକୁ ବୁଝିବାକୁ ପଡ଼ିବ। ଉପରଠାଉରିଆ ଭାବେ ଦେଖିଲେ ଲାଗେ ସାକ୍ଷରତାର ଅର୍ଥ ଖାଲି ଅକ୍ଷର ଜ୍ଞାନ । ଅର୍ଥାତ ସ୍ବର ବ୍ୟଞ୍ଜନ ବର୍ଣ୍ଣ କିମ୍ବା ଅ ଆ ଇ ଠୁ ଆରମ୍ଭ କରି କ, ଖ, ଗ, କ୍ଷ ଅକ୍ଷର ସହିତ ପରିଚିତି । କିନ୍ତୁ ଅସଲ ଦୃଷ୍ଟିକୋଣରୁ ବିଚାରିଲେ ସାକ୍ଷରତା କେବଳ ଅକ୍ଷର ଜ୍ଞାନ ବା ଶବ୍ଦଜ୍ଞାନର ସୀମିତ ଅବଧାରଣା ନୁହେଁ । ପ୍ରାରମ୍ଭିକ ଯୁଗରେ ସେଭଳି ମନେ ହେଉଥିଲେ ମଧ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ସାକ୍ଷରତାକୁ ପ୍ରତ୍ୟକ୍ଷ ଭାବେ ବିଚାର ସହିତ ଯୋଡ଼ାଯାଇପାରେ। ସେଇ ବ୍ୟକ୍ତିବିଶେଷକୁ ଆଜି ଶିକ୍ଷିତ ବୋଲି କୁହାଯାଇପାରିବ, ଯିଏ କି କେବଳ ଲେଖିପାରୁଥିବ ତାହା ନୁହେଁ ବରଂ ତା’ର ଠିକ୍‌ ଅର୍ଥକୁ ବୁଝିବା ସହିତ ସାଧାରଣ ଜୀବନରେ ପ୍ରୟୋଗ କରିବାରେ ସାମର୍ଥ୍ୟ ରଖିପାରୁଥିବ।
କହିବା ଅନାବଶ୍ୟକ, ଭାରତରେ ସାକ୍ଷରତା ହାର ୨୦୧୯ରେ ଥିଲା ୭୬.୪ ପ୍ରତିଶତ, ମାତ୍ର ବର୍ତ୍ତମାନ ଏହା ବିଶ୍ୱର ହାରାହାରି ସାକ୍ଷରତା ହାର ୮୪ ପ୍ରତିଶତଠୁ ଖୁବ୍‌ କମ୍‌। ଗୁଣାତ୍ମକ ସାକ୍ଷରତା ହାର ଦ୍ୱାରା ଜନସଂଖ୍ୟା ବୃଦ୍ଧି, ଗରିବୀ ଓ ଲିଙ୍ଗଭେଦ ଭଳି ଆହ୍ବାନକୁ କଡ଼ା ମୁକାବିଲା କରାଯାଇପାରିବ। ସାକ୍ଷରତା ହାର ବଢ଼ାଇବା ଲାଗି ଦେଶର ବିକାଶ କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରାଯାଇପାରି ନାହିଁ। ଅଧିକନ୍ତୁ ୧୯୯୦ରେ ଏନେଇ କରାଯାଇଥିବା ଏକ ନିର୍ଭରଯୋଗ୍ୟ ଅଧ୍ୟୟନ ମୁତାବକ, ଭାରତରେ ଯଦି ସାକ୍ଷରତା ହାର ଏଭଳି ସ୍ଥିତି ବଜାୟ ରୁହେ ତେବେ ପୂର୍ଣ୍ଣ ସାକ୍ଷରତା ହାର ହାସଲ କରିବାରେ ୨୦୬୦ ବର୍ଷ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟର ସହିତ ପ୍ରତିରକ୍ଷା କରିବାକୁ ପଡ଼ିବ।
ସାକ୍ଷରତା ହାର ହାସଲ କରିବା ଲାଗି ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ସାକ୍ଷରତା ମିଶନ, ମଧ୍ୟାହ୍ନ ଭୋଜନ ଯୋଜନା ଅଥବା ମିଡ୍‌ ଡେ ମିଲ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ସତ, ମାତ୍ର ଏ ସବୁକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାନ୍ବୟନ କରି ସଫଳତା ସାଉଁଟିବା ସ୍ବପ୍ନ ଛଡ଼ା ଆଉ କିଛି ନ ହୋଇପାରେ। କାଗଜକୁ ଆମେ ଯାହା କହୁ ପଛେ ତା’ର ଶତପ୍ରତିଶତ ଯଥାର୍ଥତା ରହିଛି। ସାକ୍ଷରତାର ଦ୍ୱାହି ଦେଇ ଆରମ୍ଭରୁ ସାକ୍ଷରଙ୍କୁ ବାରମ୍ବାର ସାକ୍ଷର କରିବାର କାର୍ଯ୍ୟ ଯେପର୍ଯ୍ୟନ୍ତ ଚାଲୁଥିବ ସେ ଯାଏ ଦେଶରେ ନିରକ୍ଷରତାର କଳଙ୍କ ରହିଥିବ। କେବଳ ଭାରତ ନୁହେଁ , ତୃତୀୟ ବିଶ୍ୱର ଅଧିକାଂଶ ଦେଶର ଦଶା ମଧ୍ୟ ଏହିଭଳି। ଆଫ୍ରିକା ଓ ଦକ୍ଷିଣ ଏସିଆରେ ନିରକ୍ଷରତା ତଥା ଅଶିକ୍ଷା ପଛରେ ଗରିବୀ ଏକ ବଡ଼ କାରଣ। ଏହାବ୍ୟତୀତ, ଆଉ ଏକ ପ୍ରମୁଖ ହେତୁଟି ହେଉଛି ସେଠାରେ ଛୋଟ ଛୋଟ ଦେଶ-ସୋମାଲିଆ, ସୁଡାନ କଂଗୋ ଇତ୍ୟାଦିରେ ଦୀର୍ଘସମୟ ବ୍ୟାପୀ ହଂସାକାଣ୍ଡ ଘଟିଆସୁଛି । ଆମେ ଏକ ସଭ୍ୟ ଶିକ୍ଷିତ ଦୁନିଆରେ ସହାବସ୍ଥାନ କରିବାର ଦାବିକରି ଶାନ୍ତି ଓ ସମୃଦ୍ଧି ତଥା ସୁଖର ସକଳ ସାଧନ ଥିବା ଜ୍ଞାନଯୁଗର ପ୍ରତିନିଧିତ୍ୱ କରୁଥିଲେ ହେଁ ଏକ ବଡ଼ଅଂଶ ଏଭଳି ରହିଛି, ଯାହା ପର୍ଯ୍ୟନ୍ତ ନା ସୁଖ ପହଞ୍ଚତ୍ପାରେ ନା ଜ୍ଞାନ। ତେବେ ସାକ୍ଷରତାକୁ ନେଇ ଗଭୀର ଚିନ୍ତନ କରିବାର ଆବଶ୍ୟକତା ରହିଛି। ଏବେସୁଦ୍ଧା ଆମ ଭିତରୁ ଅଧିକାଂଶ ନିରକ୍ଷରତାର ଅଭିଶାପକୁ ମୁଣ୍ଡେଇ ରହିଛନ୍ତି ।
ଏକଥାକୁ ଧ୍ୟାନରେ ରଖି ସାରା ବିଶ୍ୱରେ ସାକ୍ଷରତା ଅଭିଯାନକୁ ବ୍ୟାପକ କରାଯାଉଛି। ମିଳିତ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନିସ୍କୋ) ଦ୍ୱାରା ସାକ୍ଷରତା ଦିବସ ମଧ୍ୟ ପାଳନ ହେଉଛି।
ନକାରାତ୍ମକ ତଥା ନୈରାଶ୍ୟଜନକ ପରିସଂଖ୍ୟାନ ସତ୍ତ୍ୱେ ବି ବିଶ୍ୱର ପାଖାପାଖି ଚାରି ଅରବ ଲୋକ ସାକ୍ଷର ହୋଇପାରିଛନ୍ତି। ଯଦିଓ ଅଦ୍ୟାବଧି ସମଗ୍ର ବିଶ୍ୱର ସବୁ ସରକାରୀ ଓ ବେସରକାରୀ ସଂଗଠନଙ୍କ ନିରବଚ୍ଛିନ୍ନ ପ୍ରୟାସ ସତ୍ତ୍ୱେ ସାରା ବିଶ୍ୱରେ ଛଅ ଜଣଙ୍କ ମଧ୍ୟରୁ ଜଣେଲେଖାଁ ବୟସ୍କ ବ୍ୟକ୍ତି ନିରକ୍ଷର। ସାକ୍ଷରତା ଓ ପ୍ରଗତି ବିଷୟ ଉପରେ ବିଶେଷ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି। କାରଣ ସାକ୍ଷରତା ମାନବୀୟ, ସାଂସ୍କୃତିକ, ସାମାଜିକ, ରାଜନୈତିକ ତଥା ଆର୍ଥିକ ଅକଳରୁ ନିସ୍ତରିବାରେ ସାହାଯ୍ୟ କରିଥାଏ। ଏବେ ସାକ୍ଷରତା ବିଷୟ ପାଇଁ ପ୍ରଦାନ କରାଯାଉଥିବା ମାନବୀୟ ସହାୟତା କ୍ଷେତ୍ରରେ ଶିକ୍ଷାର ଯୋଗଦାନ ମାତ୍ର ଦୁଇ ପ୍ରତିଶତ ।
ସାରା ବିଶ୍ୱରେ ସାକ୍ଷରତାକୁ ବ୍ୟାପକ କରାଇବା ଲାଗି ରାଜନୈତିକ ପ୍ରତିଶ୍ରୁତିବଦ୍ଧତା କେତେକ ଦେଶ ପ୍ରକଟନ କରୁଥିବା ଲକ୍ଷ୍ୟ କରାଯାଉଛି। ସେଇମାନଙ୍କ ମଧ୍ୟରୁ ଭେନିଜୁଏଲା ନାମ ସର୍ବାଗ୍ରେ। ହ୍ୟୁଗୋ ସ୍ୟାଭେଜ ଯେତେବେଳେ କ୍ଷମତାସୀନ ହେଲେ ସେ ସର୍ବପ୍ରଥମେ କ୍ୟୁବାର ଦୁଇଲକ୍ଷ ଶିକ୍ଷକଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ, ଯଦ୍ଦ୍ବାରା ସେମାନେ ବହୁ ଦେଶବାସୀଙ୍କୁ ଶିକ୍ଷିତ କରିପାରିବେ। ସାଭେଜଙ୍କ ଏଭଳି ସକାରାତ୍ମକ, ବଳିଷ୍ଠ ପଦକ୍ଷେପ ଦ୍ୱାରା ଆଜି ଭେନିଜୁଏଲାରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ସେଠିକାର ଜନସାଧାରଣ ବୈଷୟିକ କୌଶଳଭିତ୍ତିକ କୃଷି କ୍ଷେତ୍ରରେ ବେଶ୍‌ ଅଗ୍ରସର କରିସାରିଲେଣି। ନୂତନ ଭାରତ ସରକାର ମଧ୍ୟ ଦେଶରେ ସରକାରୀ ବିଦ୍ୟାଳୟ ସଂଖ୍ୟାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟାଇଛନ୍ତି ଓ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରି ସ୍ଥିତିକୁ ବଦଳାଇ ପାରିଛନ୍ତି। ଯଦିଓ ଭାରତରେ ଚାଲୁଥିବା ଏକ ବୟସ୍କ ସାକ୍ଷରତା କାର୍ଯ୍ୟକ୍ରମକୁ ଅନ୍ତଃରାଷ୍ଟ୍ରୀୟ ମାନବବାଦୀ ପୁରସ୍କାର ପାଇଁ ଅନ୍ତିମ ତାଲିକାରେ ରଖାଯାଇଛି। ଏହି କାର୍ଯ୍ୟକ୍ରମ ମୁତାବକ, କେବଳ ୩୫ ଦିନ ମଧ୍ୟରେ ପାଖାପାଖି 60,000 ମହିଳାଙ୍କୁ ଲେଖାପଢ଼ା ଶିଖାଇ ଦିଆଯାଇଛି। ଏହା ବିଶ୍ୱର ଏଭଳି ଏକ ସାକ୍ଷରତା କାର୍ଯ୍ୟକ୍ରମ, ଯଦ୍ଦ୍ବାରା ଖୁବ୍‌ କମ୍‌ ସମୟରେ ହଜାର ହଜାର ଲୋକଙ୍କୁ ସାକ୍ଷର କରାଯାଇପାରିବ। ଭାରତରେ ସାକ୍ଷରତା କାର୍ଯ୍ୟକ୍ରମ ପ୍ରତି ବିଶେଷରୂପେ ମହିଳା ଛାତ୍ରୀମାନେ ଆକୃଷ୍ଟ ହେଉଛନ୍ତି। ତେବେ ଦେଶରେ ପାରିବାରିକ ଯୋଜନା ଓ ଜନସଂଖ୍ୟାର ସ୍ଥିରତା ନେଇ ମହିଳାଙ୍କ ସାକ୍ଷରତା ହାର କମ ହେବାର ନକାରାତ୍ମକ ପ୍ରଭାବ ପଡ଼ିଛି। ୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର, ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?