ରସୁଲପୁର,୨୫।୯(ଡି.ଏନ.ଏ.):ରସୁଲପୁର ଶିକ୍ଷାମଣ୍ଡଳ ଅଧୀନ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଜୟ ଭୂଷଣ ଶରଣଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ସୁଦର୍ଶନ ମଲ୍ଲିକ ଚାକିରିରୁ ନିଲମ୍ବିତ କରିଛନ୍ତି। ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୧୦୧୦/୨୪/୦୯/୨୦୨୧ରେ ନିଲମ୍ବନ ଆଦେଶ ଦିଆଯାଇଛି। ତାଙ୍କୁ ଦୁର୍ଗାପୁର ପ୍ରାଥମିକ ବିଦ୍ୟାଳୟ ବଦଳରେ ବାରବାଟୀ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନ ବାରବାଟୀ ୟୁଜିଏମଇରେ କର୍ତ୍ତବ୍ୟ ବିରତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ତାଙ୍କ ନାମରେ ଥାନାରେ ଏତଲା ଦିଆଯିବା ନେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁଆଖିଆ ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ସହ ବିଚାରବିମର୍ଶ କରାଯାଇଛି। ଶନିବାର ଥାନାରେ ଅଭିଯୋଗ କରାଯିବ ବୋଲି ଥାନା ଅଧିକାରୀ ସ୍ବାଇଁଙ୍କଠାରୁ ସୂଚନା ମିଳିଛି। ବିସ୍ତୃତ ତଥ୍ୟ ହାସଲ ନିମନ୍ତେ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।
ସମ୍ପୃକ୍ତ ଶିକ୍ଷକ ଜାଲ ସାର୍ଟିଫିକେଟ ପ୍ରଦାନ କରି ୩ବର୍ଷରୁ ଊର୍ଦ୍ଧ୍ୱ ହେବ ଚାକିରି କରି ଆସୁଥିଲେ। ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାଲ ପ୍ରମାଣପତ୍ର ଧରାପଡ଼ିବାରୁ ସତ ପଦାକୁ ଆସିଥିଲା। ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ତଦନ୍ତ କରାଯାଉଥିଲା। ତଦନ୍ତ ବେଳେ ଶିକ୍ଷାଧିକାରୀଙ୍କ ହାତରେ ଶିକ୍ଷକଙ୍କ ଦୁଇଟି ପ୍ରମାଣପତ୍ର ଲାଗିଥିଲା। ଏହାକୁ ନେଇ ତଦନ୍ତ ଅଧିକାରୀ ଦ୍ୱନ୍ଦରେ ପଡ଼ିଥିଲେ। ସ୍ପଷ୍ଟଚିତ୍ର ପଦାକୁ ଆଣିବା ନିମନ୍ତେ ବିଇଓ ପ୍ରମାଣପତ୍ର ପ୍ରଦାନ କରିଥିବା ଅନୁଷ୍ଠାନକୁ ସ୍ପଷ୍ଟୀକରଣ ମାଗିଥିଲେ। ବିଭାଗ ପକ୍ଷରୁ ଦିଆଯାଥିବା ସ୍ପଷ୍ଟୀକରଣରେ ଶିକ୍ଷକଙ୍କ ପ୍ରମାଣପତ୍ର ଜାଲ ବୋଲି ଦର୍ଶାଯାଇଥିଲା। ଏହି ଆଧାରରେ ଶିକ୍ଷକ ଶରଣଙ୍କୁ ନିଲମ୍ବିତ କରାଯାଇଛି।
Posted inHome Left, Uncategorized, ଆମ ଜିଲା ଖବର, ଯାଜପୁର View All
କାଲି ୨ ଟ୍ରେନ୍ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…
ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…
ଜୋଲାପୁଟ ଡ୍ୟାମ୍ର ୮ ଗେଟ୍ ଖୋଲିଲା
ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ର ଜୋଲାପୁଟ ଜଳଭଣ୍ଡାର…
କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….
ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…
କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…
ଭୁବନେଶ୍ୱର, ୨୯।୧୦(ସୁନିତ୍ ମିଶ୍ର): ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…
ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…
ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି
ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍ରେ ଅଧିନାୟକ…
ମୁଖ୍ୟରାସ୍ତାରେ ଛାତିଏ ପାଣି, ଘରେ ପଶିଲା ବନ୍ୟାଜଳ: ଦିଗପହଣ୍ଡି NAC ବୁଲି ସ୍ଥିତି ପରଖିଲେ ବିଧାୟକ, ସାହି-ବସ୍ତି ବୁଲି…
ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ପ୍ରବଳ ବର୍ଷା ଯୋଗୁ ଦିଗପହଣ୍ଡି ଏନ୍ଏସି (NAC) ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି…
ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ
କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

