ଏଇ ଭାରତରେ

ଡ୍ରମ, ଟାୟାର ଓ ଟ୍ୟୁବ୍‌ ପୁନଃ ଉପଯୋଗ କରି ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମହାରାଷ୍ଟ୍ରର ପ୍ରମୋଦ ସୁସାରେଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରମୋଦ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ସେ ଏକ କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ। ହେଲେ ତାହାକୁ ଛାଡ଼ି ୨୦୧୮ରୁ ଏହି କାର୍ଯ୍ୟରେ ଲାଗିଛନ୍ତି। ପି୨-ଏସ୍‌ ଇଣ୍ଟର୍‌ନ୍ୟାଶନାଲ କମ୍ପାନୀ ପ୍ରତିଷ୍ଠା କରି ପରିବେଶ ପ୍ରଦୂଷଣ ରୋକିବା ସହ ଅନେକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ବ୍ୟବହୃତ ଡ୍ରମ ଏବଂ ଅଦରକାରୀ ଟାୟାର ଓ ଟ୍ୟୁବ୍‌ରୁ ବିଭିନ୍ନ ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହାକୁ ପ୍ରଥମେ ପୁଣେସ୍ଥିତ ଏକ କାଫେ ପସନ୍ଦ କରିବା ପରେ ତାହାର ଚାହିଦା ବୃଦ୍ଧି ପାଇଥିତ୍ଲା। ପରେ ଠାଣେର ଏକ ପ୍ରୋଜେକ୍ଟରୁ ୫.୫ ଲକ୍ଷ ଟଙ୍କା ରୋଜଗାର କରିବା ପରେ ସେ ଆଉ ପଛକୁ ଫେରିନାହାନ୍ତି। ଏବେ ବର୍ଷକୁ ୧ କୋଟି ଟଙ୍କାରୁ ବେଶି ଆୟ କରୁଛନ୍ତି। ଏହି କାର୍ଯ୍ୟରେ ୧୪ ଜଣ ଆର୍ଟିଷ୍ଟ ଓ ଷ୍ଟାଫ୍‌ଙ୍କୁୁ ନିଯୁକ୍ତି ଦେଇଛନ୍ତି। ଜିନିଷ ଲାଗି ପଞ୍ଜାବ, ହରିୟାଣା, ବେଙ୍ଗାଲୁରୁ, ଗୋଆ ଓ ଚେନ୍ନାଇରୁ ଅର୍ଡର ପାଉଛନ୍ତି। ୨୦୨୨ରେ ପୁଣେ ଓ ଠାଣେରେ ଆଉଟ୍‌ଲେଟ ଖୋଲିବାର ଯୋଜନା କରିଛନ୍ତି ପ୍ରମୋଦ।


Enter your email to get our daily news in your inbox.

All Right Reserved By Dharitri.Com

μ = Σxi /n

ଆରମ୍ଭରୁ କହିବାକୁ ଚାହୁଁ ଯେ, ମାତୃଭାଷା ପାଇଁ ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଏଠାରେ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାକୁ କୌଣସି ଭାବରେ...

ଏଇ ଭାରତରେ

କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ...

ଲୌହମାନବଙ୍କ ସ୍ମରଣେ

ଡା. ସୁରେନ୍ଦ୍ରନାଥ ପତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ। ସେ ଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ। ଉପପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ପଦରେ ଥାଇ ସେ...

ଏଇ ଭାରତରେ

ତେଲେଙ୍ଗାନାର ଜଣେ ପୋଲିସ ଅଧିକାରୀଙ୍କ ମହାନତା ଏବେ ସାମ୍‌ନାକୁ ଆସିଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ ଏନ୍‌ .ଉଦୟ...

ଏଇ ଭାରତରେ

ମଣିପୁରର ଜଣେ ବ୍ୟକ୍ତି ହର୍ବାଲ ଚା’ ଚାଷ କରି ୨୦୦୦ ଗରିବ ଲୋକଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ଜୀବନ ଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। ଇମ୍ଫାଲ୍‌ରେ ରହୁଥିବା...

ନାକ ଉପରେ ବ୍ରଣ

ଡ. ସୁବାସ ଚନ୍ଦ୍ର ପାତ୍ର ଯୁଦ୍ଧ ହେଉ ଅବା ଜୀବନ, ପ୍ରତ୍ୟେକ ସଂଗ୍ରାମ ପାଇଁ ଲୋଡ଼ା ସାହସ। ଅବଶ୍ୟ ଏ ଲଢ଼େଇରେ ସଫଳତା ପାଇଁ ଶାରୀରିକ...

ବ୍ୟକ୍ତିଗତ ଆଇନ

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ...

କ୍ଷେତକୁ ଖାଇଲା ବାଡ଼

ହରିଶଙ୍କର ମିଶ୍ର ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ ରାଜ୍ୟ ପ୍ରଗତିର ବାଧକ। ମାତ୍ର କ୍ଷେତକୁ ଖାଉଥିବା ବାଡ଼ ପରି ସରକାରୀ ଅର୍ଥର ବାଟମାରଣା ବା ଦୁରୁପଯୋଗ...

Advertisement


Archives

Model This Week