Posted inଜାତୀୟ

ଠକାମିର ଶିକାର ହେଲେ ଲାଲୁଙ୍କ ପୁଅ

ପାଟନା,୧୫।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ତେଜ ପ୍ରତାପ ଯାଦବ ଠକାମିର ଶିକାର ହୋଇଛନ୍ତି। ଏହି ଠକେଇ ଅନ୍ୟ କେହି ନୁହେଁ, ତେଜ ପ୍ରତାପଙ୍କ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା କରାଯାଇଛନ୍ତି। ଅଭିଯୋଗ ହୋଇଛି ଯେ କର୍ମଚାରୀ ଜଣକ ଠକେଇ କରି ତାଙ୍କ ଆକାଉଣ୍ଟରେ ୭୧ ହଜାର ଟଙ୍କା ପାଇଛନ୍ତି। କର୍ମଚାରୀଙ୍କ ବିରୋଧରେ ଏସ.କେ ପୁରୀ ପୋଲିସ ଷ୍ଟେଶନରେ ତେଜ ପ୍ରତାପ ଯାଦବ ଅଭିଯୋଗ କରିଛନ୍ତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ ତେଜ ପ୍ରତାପ ଯାଦବ ଜୁଲାଇରେ ଅଗରବତୀ ତିଆରି କରୁଥିବା ଏକ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀରେ ମାର୍କେଟିଂ ଦାୟିତ୍ୱରେ ଥିବା ଆଶିଷ ରଂଜନ ତାଙ୍କ ଆକାଉଣ୍ଟରେ ୭୧ ହଜାର ଟଙ୍କା ପାଇଥିଲେ। ଅଭିଯୋଗ ହୋଇଛି ଯେ ଏହି ରାଶି କମ୍ପାନୀର ଆକାଉଣ୍ଟକୁ ଯିବାକୁ ଥିଲା, କିନ୍ତୁ ଆଶିଷ ରଂଜନ ଜାଲିଆତି କରି ଏହି ରାଶି ତାଙ୍କ ଆକାଉଣ୍ଟକୁ ପଠାଇ ଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ତେଜ ପ୍ରତାପ ଯାଦବ ଆଶିଷ ରଂଜନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ତେଜ ପ୍ରତାପ ଯାଦବ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବ ଏବଂ ମାତା ରାବ୍ରି ଦେବୀଙ୍କ ନାମରେ ଏଲଆର ରାଧା କୃଷ୍ଣା ଅଗରବତୀ କମ୍ପାନୀ ଆରମ୍ଭ କରିଥିଲେ। ଏହି କମ୍ପାନୀର ଏକ ଶୋ’ରୁମ ମଧ୍ୟ ଅଛି। କୁହାଯାଉଛି ଯେ ଏଠାରେ ନିର୍ମିତ ଅଗରବତୀ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ ଏବଂ ଏହା ମନ୍ଦିର ବାହାରେ ଫିଙ୍ଗାଯାଇଥିବା ଫୁଲରୁ ତିଆରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିବା ପାଇଁ ଆମ ପାଖରେ ସମୟ ନାହିଁ: ପୋଲିସ

ଲଖିମପୁର ଖେରି (ୟୁପି),୫।୧୦: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଲଖିମପୁର ଖେରି ଜିଲାରେ ହତ୍ୟା ମାମଲା ରୁଜୁ ହୋଇଛି। ଏଫ୍‌ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନାମ...

୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ...

‘ଦିଲ୍ଲୀରେ ଯଦି ଭାଜପା ହାରେ, ଜୀବନରେ କେବେ ନିର୍ବାଚନ ଲଢ଼ିବିନି’

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ୧୧ରେ ପ୍ରକାଶ ପାଇବା ପୂର୍ବରୁ ଏକ୍‌ଜିଟ ପୋଲ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା...

ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ: ଇସ୍ତଫା ଦେଲେ ୪ ସଦସ୍ୟ

ପଣଜୀ, ୨।୧: ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଦଳର ୪ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ପଣଜୀ ବ୍ଲକ୍‌ ସମିତି ଅଧ୍ୟକ୍ଷ...

ଐଶ୍ଚର୍ଯ୍ୟାଙ୍କୁ ପ୍ରତି ମାସରେ ୨୨ ହଜାର ଟଙ୍କା ଦେବେ ତେଜପ୍ରତାପ

ପାଟନା,୨୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟାର ଶୁଣାଣି ଫ୍ୟାମିଲି କୋର୍ଟରେ...

ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍‌ସି ନେତା

କୋଲକାତା, ୧୩।୮: ପଶ୍ଚିମବଙ୍ଗର ଝାରଗ୍ରାମ ଜିଲାର ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା କରୋନା ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିଙ୍କୁ ବାଇକରେ ନେଇ ହସ୍ପିଟାଲରେ ଛାଡ଼ିଛନ୍ତି।...

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଏମିତି ନିଷ୍ପତ୍ତି ନେଲେ ଯୁବକ, ଆଉ ତା’ପରେ

ନୂଆଦିଲ୍ଲୀ,୧୧।୯: ଦିଲ୍ଲୀରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶାଢି ସହାୟତାରେ ବେକକୁ ଚିପି ହତ୍ୟା କରିଛନ୍ତି।...

ସୀମାରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫-ଏ ହଟାଇ ଦିଆଯିବା ପରଠାରୁ ଯଦିଓ ସେଠାରେ ସେମତିି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ତଥାପି...

Advertisement
Archives

Model This Week