ଏଇ ଭାରତରେ

ପାଇଖାନା ନିର୍ମାଣ ହୋଇଛି ୫୦୦ ଏବଂ ୧ ଲିଟର ବିଶିଷ୍ଟ ୮,୦୦୦ରୁ ଅଧିକ ଅଦରକାରୀ ପ୍ଲାଷ୍ଟିକ ବୋତଲରେ। ଏହା ବିଶ୍ୱାସ କରିହେଉ ନ ଥିଲେ ବି ସତ। ଆସାମର ଆଇଏଏସ୍‌ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ଏମ.ଏସ୍‌ ଏମିତି ପାଇଖାନା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ବେଙ୍ଗାଇଗାଓଁ ଜିଲାର ଡେପୁଟି କମିଶନର ତଥା ୨୦୧୪ ବ୍ୟାଚ୍‌ ଆଇଏଏସ ଅଧିତ୍କାରୀ ଲକ୍ଷ୍ମୀପ୍ରିୟା ପବ୍ଲିକ ହେଲ୍‌ଥ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ( ପିଏଚ୍‌ଇଡି)ର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଶାନ୍ତନୁ ସୂତ୍ରଧରଙ୍କ ସହଯୋଗରେ ଏହା ନିର୍ମାଣ କରିଛନ୍ତି। ଏହି ବୋତଲଗୁଡ଼ିକରେ ବାଲି, ସିମେଣ୍ଟ, ପୁଟି ଏବଂ ମୋର୍ଟାର ଭର୍ତ୍ତି କରାଯାଉଛି ଓ ସେଗୁଡ଼ିକ ଟାଣହେବା ପରେ ଇଟାର ବିକଳ୍ପ ଭାବେ ବ୍ୟବହାର ହେଉଛି। ୧୭ ଫୁଟ ଲମ୍ବା ଓ ୯ ଫୁଟ ଚଉଡ଼ାରେ ନିର୍ମିତ ଏହି ପାଇଖାନାର କାନ୍ଥ ଏବଂ ସିଲିଂ ପ୍ଲାଷ୍ଟିକ ବୋତଲରେ ଗଢ଼ାହୋଇଛି। ପାଇଖାନାକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ୧୦ଫୁଟରେ ୮ଫୁଟର ଏକ ପାଇଖାନା ନିର୍ମାଣ କରିବା ପାଇଁ ୪ ହଜାର ପ୍ଲାଷ୍ଟିକ ବୋତଲ ଆବଶ୍ୟକ ଓ ଏହାକୁ ନିର୍ମାଣ କରିବା ପାଇଁ ଦେଢ଼ରୁ ଦୁଇ ମାସ ସମୟ ଲାଗିବ ବୋଲି କହିଛନ୍ତି ଲକ୍ଷ୍ମୀପ୍ର୍ରିୟା।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri